Advertisment

Russia Ukraine Ceasefire Talks: ଅସ୍ତ୍ରବିରତି ମାନିଲାନି ରୁଷିଆ, ମିସାଇଲ ମାଡରେ ୨୧ ମୃତ

ୟୁକ୍ରେନ ଉପରେ ଋଷିଆ ଏହାର ଆକ୍ରମଣ ଜାରି ରଖିଛି। ୟୁକ୍ରେନର ଉତ୍ତର ପୂର୍ବ ଅଞ୍ଚଳରେ ଅବସ୍ଥିତ ସହର ସୁମି ଉପରେ ଋଷିଆ ଏକ ବାଲିଷ୍ଟିକ ମିସାଇଲ ମାଡ କରିଛି। ଏହି ଆକ୍ରମଣରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ୮୩ ଜଣ ଆହତ ହୋଇଥିବା ବେଳେ ଏହା ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
russia

russia

ଗୋଟିଏ ପଟେ ଆମେରିକା ମଧ୍ୟସ୍ଥତାରେ ରୁଷିଆୟୁକ୍ରେନ ମଧ୍ୟରେ ଅସ୍ତ୍ରବିରତିକୁ ନେଇ ଆଲୋଚନା ଜାରି ରହିଛି। ଅନ୍ୟ ପଟେ ୟୁକ୍ରେନ ଉପରେ ଋଷିଆ ଏହାର ଆକ୍ରମଣ ଜାରି ରଖିଛି। ୟୁକ୍ରେନର ଉତ୍ତର ପୂର୍ବ ଅଞ୍ଚଳରେ ଅବସ୍ଥିତ ସହର ସୁମି ଉପରେ ଋଷିଆ ଏକ ବାଲିଷ୍ଟିକ ମିସାଇଲ ମାଡ କରିଛି। ଏହି ଆକ୍ରମଣରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ୮୩ ଜଣ ଆହତ ହୋଇଥିବା ବେଳେ ଏହା ମଧ୍ୟରେ ୭ ଜଣ ଶିଶୁ ସାମିଲ ଅଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ରାଉରକେଲା NIT ଛାତ୍ରଙ୍କ କମାଲ୍, କଟିଥିଲେ କି ହାଡ଼ ଭାଙ୍ଗିଥିଲେ ଯୋଡ଼ିବ ବାୟୋଇଙ୍କ୍

ଋଷିଆ ଓ ୟୁକ୍ରେନ ମଧ୍ୟରେ ବର୍ତ୍ତମାନ ଶାନ୍ତି ଆଲୋଚନା ଜାରି ରହିଛି। ଆମେରିକା ଏହି ଆଲୋଚନାରେ ମଧ୍ୟସ୍ଥତା କରୁଛି। ଉଭୟ ପକ୍ଷ ମଧ୍ୟରେ ସମାଧାନ ସହ ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଥିବା ଆମେରିକା ପକ୍ଷରୁ ଏହାର ରାଷ୍ଟ୍ରଦୂତ ଷ୍ଟିଭ ୱିଟକଫ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ମଧ୍ୟ ଭେଟିଛନ୍ତି। ଏପରିକି ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଋଷିଆକୁ ଅନୁରୋଧ କରିଛନ୍ତି।

Advertisment

ୟୁକ୍ରେନର ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଋଷିଆ ସୁମି ସହରର ସିଟି ସେଣ୍ଟର ଉପରେ ବାଲିଷ୍ଟିକ ମିସାଇଲ ମାଡ କରିଥିଲା। ଏଥିରେ ଅନେକ ଲୋକ ଗୁରୁତର ଭାବରେ ଆହତ ହୋଇଥିଲେ। ପାମ ସଣ୍ଡେ ରହିଥିବାରୁ ଚର୍ଚ୍ଚ ଯିବା ପାଇଁ ସାଧାରଣରେ ଭିଡ ରହିଥିଲା। ଏହି କାରଣରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସୁମି ଋଷିଆର ସୀମାବର୍ତ୍ତୀ ଇଲାକାରେ ପଡୁଥିବାରୁ ବିଗତ କିଛି ଦିନ ହେବ ଏହା ଉପରେ ଋଷିଆର ଆକ୍ରମଣ ଜୋରଦାର ରହିଛି।

ଋଷିଆର ଏଭଳି ଆକ୍ରମଣକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କଡା ନିନ୍ଦା କରିଛନ୍ତି। ଦୁଇ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରଦୂତ ଷ୍ଟିଭ ୱିଟକଫ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ଅସ୍ତ୍ରବିରତିକୁ ନେଇ ଆଲୋଚନା ହୋଇଥିଲା। ଏପରି ସ୍ଥିତିରେ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଜେଲେନସ୍କି କହିଛନ୍ତି। ଏହି ଆକ୍ରମଣ ପରେ ସୁମିର ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ମୃତକମାନଙ୍କ ଭିଡିଓ ଜାରି କରାଯାଇଛି।

ଅଧିକ ପଢ଼ନ୍ତୁ: କୋଭିଡ୍ ପାଇଁ ବଢୁଛି ହୃଦଘାତ, ଓଡ଼ିଆ ବୈଜ୍ଞାନିକଙ୍କ ଗବେଷଣାରୁ ମିଳିଲା ତଥ୍ୟ 

Russia Ukraine Russian Missile Attack
Advertisment
Advertisment