Advertisment

COVID Impact on Heart Attacks: କୋଭିଡ୍ ପାଇଁ ବଢୁଛି ହୃଦଘାତ, ଓଡ଼ିଆ ବୈଜ୍ଞାନିକଙ୍କ ଗବେଷଣାରୁ ମିଳିଲା ତଥ୍ୟ

କୋଭିଡ୍ ପରବର୍ତ୍ତୀ କାଳରେ ବଢ଼ିଚାଲିଥିବା ହୃଦଘାତର କାରଣ ସଂପର୍କରେ ତିନି ଭାରତୀୟ ବୈଜ୍ଞାନିକଙ୍କ ମିଳିତ ଗବେଷଣାରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ବଡ଼ କଥା ହେଉଛି କୋଭିଡ୍ ଓ ହୃଦରୋଗ ସଂପର୍କରେ ଥିବା ଏ ଲିଙ୍କକୁ ସାମ୍ନାକୁ ଆଣିଥିବା ଗବେଷକଙ୍କ ଭିତରେ ଅଛନ୍ତି ଆମେରିକାର ୟୁନିଭର୍ସିଟି ଅଫ୍ ଟେକ୍ସାସରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସରୋଜ କୁମାର ପଣ୍ଡା

author-image
Saroj Kumar Jena
ଅଦ୍ୟତନ ହୋଇଛି
undefined

covid

ଆପଣଙ୍କୁ କୋଭିଡ୍ ହୋଇଥିଲା କି? ଯଦି ହଁ, ଟିକେ ସତର୍କ ଥାନ୍ତୁ। ହାର୍ଟ ହେଲ୍ଥର ଯତ୍ନ ନିଅନ୍ତୁ। କାହିଁକିନା ଆପଣଙ୍କଠାରେ ହୃଦଘାତର ଆଶଙ୍କା ଅଧିକ। କୋଭିଡ୍ ପରବର୍ତ୍ତୀ କାଳରେ ବଢ଼ିଚାଲିଥିବା ହୃଦଘାତର କାରଣ ସଂପର୍କରେ ତିନି ଭାରତୀୟ ବୈଜ୍ଞାନିକଙ୍କ ମିଳିତ ଗବେଷଣାରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ବଡ଼ କଥା ହେଉଛି କୋଭିଡ୍ ଓ ହୃଦରୋଗ ସଂପର୍କରେ ଥିବା ଏ ଲିଙ୍କକୁ ସାମ୍ନାକୁ ଆଣିଥିବା ଗବେଷକଙ୍କ ଭିତରେ ଅଛନ୍ତି ଆମେରିକାର ୟୁନିଭର୍ସିଟି ଅଫ୍ ଟେକ୍ସାସରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସରୋଜ କୁମାର ପଣ୍ଡା। ତେବେ କାହିଁକି ଏମିତି ହେଉଛି, କଣ କାରଣ। ଦେଖନ୍ତୁ ଏ ରିପୋର୍ଟ।

Advertisment

ଅଧିକ ପଢ଼ନ୍ତୁ: ବୈଜ୍ଞାନିକଙ୍କ ମତ; ଗୋଟିଏ ସିଗାରେଟ୍ ଟାଣିବା ଦ୍ୱାରା ୨୦ ମିନିଟ୍ ଆୟୁଷ କମେ

କରୋନା ପରଠୁ ବିଶ୍ବବ୍ୟାପୀ ଏ ନେଇ ବହୁ ଗବେଷଣା ଜାରିଥିବା ବେଳେ ଦୁଇ ଅନ୍ୟ ଭାରତୀୟଙ୍କ ସହ ଆମେରିକାର ୟୁନିଭର୍ସିଟି ଅଫ୍ ଟେକ୍ସାସରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସରୋଜ କୁମାର ପଣ୍ଡାଙ୍କ ଏ ସଂପର୍କିତ ମିଳିତ ଗବେଷଣାରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। କୋଭିଡ୍ ପାଇଁ ହିଁ ବଢୁଛି ହୃଦରୋଗ ଓ ହୃଦଘାତ। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ହିଁ ହୃଦରୋଗରେ ହେଉଛନ୍ତି ବେଶି ଆକ୍ରାନ୍ତ। ହେଲେ କାହିଁକି ? ଗବେଷକ ଡକ୍ଟର ସରୋଜଙ୍କ କହିବା କଥା କୋଭିଡ୍ ଭାଇରସର ସ୍ପାଇକ୍ ପ୍ରୋଟିନ୍ ହୃତପିଣ୍ଡରେ ଥିବା ACE-2 ପ୍ରୋଟିନ୍ ସହ ସଂଯୁକ୍ତ ହୋଇ ହୃହୟ ଓ ରକ୍ତନଳୀର ସ୍ନାୟୁକୁ ଦୁର୍ବଳ କରିଦିଏ। କୋଭିଡ୍ ଭାଇରସ୍ ଶରୀରକୁ ପ୍ରବେଶ କରିବା ପରେ ରକ୍ତକଣିକାରେ ଥିବା ଫେବ୍ରିନୋଜେନ୍ ନାମକ ପ୍ରୋଟିନ୍ ଯିଏକି ସାଧାରଣତଃ ରକ୍ତକୁ ଜମାଟ ବାନ୍ଧିବାରେ ସହାୟକ ହୋଇଥାଏ, ତାହା କୋଭିଡ୍ ଭାଇରସର ସ୍ପାଇକ୍ ପ୍ରୋଟିନ୍ ସହ ମିଶି ରକ୍ତ ପ୍ରବାହରେ ବାଧା ଦିଏ। ଫଳରେ କୋଭିଡରୁ ସୁସ୍ଥ ହୋଇଥିଲେ ବି ଏହି କାରଣରୁ ପରେ ବ୍ଲକେଜ୍ ବଢ଼ି ହୃଦଘାତ ଭଳି ସମସ୍ୟା ହୁଏ।

Advertisment

ଗବେଷଣାରୁ ଏହା ମଧ୍ୟ ଜଣାଯାଇଛି ଯେ ଫିବ୍ରିନୋଜେନ୍ ପ୍ରୋଟିନ କୋଭିଡ୍ ଭାଇରସର ସ୍କାଇକ୍ ପ୍ରୋଟିନ ସହିତ ମିଶିବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବି କମିଯାଉଛି। ଯାହାଦ୍ବାରା କରୋନା ଆକ୍ରାନ୍ତ ରୋଗୀ ଅନ୍ୟାନ୍ୟ ରୋଗରେ ମଧ୍ୟ ପଡୁଛନ୍ତି। ଗବେଷଣାଲବ୍ଧ ଏ ତଥ୍ୟ ଅନ୍ତର୍ଜାତୀୟ ସାଇନ୍ସ ଜର୍ଣ୍ଣାଲ୍ ଏସିଏସ୍ ଫାର୍ମାକଲୋଜି ଆଣ୍ଡ୍ ଟ୍ରାନ୍ସଲେସନାଲ ସାଇନ୍ସରେ ପ୍ରକାଶ ପାଇବା ପରେ ବିଶ୍ବର ବହୁ ଗବେଷକ ଏହାସହ ଏକମତ ଥିବା କହିଛନ୍ତି ଡକ୍ଟର ସରୋଜ୍। ଏବେ ଏହା ଉପରେ ଔଷଧ ବିକାଶ ପାଇଁ ଗବେଷଣା ଚାଲିଥିଲା ବେଳେ, ଡାକ୍ତରମାନେ ଆଣ୍ଟି କୋଗୁଲାଣ୍ଟ ଥେରାପି ବ୍ୟବହାର କରି ଏହି ସମ୍ଭାବନାକୁ ହ୍ରାସ କରି ପାରିବେ ବୋଲି ବି ସେ ସୂଚନା ଦେଇଛନ୍ତି। ବ୍ରହ୍ମପୁର ବଡ଼ ମେଡିକାଲର ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନିହାର ରଞ୍ଜନ ସାହୁ ମଧ୍ୟ ନିଜ ଅଭିଜ୍ଞତାରୁ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶିତ ଏ ତଥ୍ୟ ସହ ସହମତ ଥିବା କହି ଏଇ ପ୍ରଭାବକୁ କମ କରିବାର ଟିପ୍ସ ବତାଇଛନ୍ତି।

କୋଭିଡ ମହାମାରୀ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଛି। ତେବେ ଡକ୍ଟର ସରୋଜଙ୍କ ସହ 3 ଭାରତୀୟଙ୍କ ଏ ଗବେଷଣା କୋଭିଡ ସର୍ଭାଇଭରରଙ୍କ ହୃଦରୋଗ ସମସ୍ୟା ନିରାକରଣରେ ବେଶ୍ ସହାୟକ ହେବ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ଆପଣ ଗାଧୋଇବା ବେଳେ ଏହି ଭୁଲ୍ କରୁଛନ୍ତି କି… ହୋଇପାରେ ବ୍ରେନ୍‌ଷ୍ଟ୍ରୋକ୍

COVID-19 Heart Attack
Advertisment
Advertisment