Advertisment

Bharat Missile Attack Airbase: କବୁଲ କଲା ପାକିସ୍ତାନ; ଅପରେସନ୍ ସିନ୍ଦୂରରେ ପାକ୍‌ରେ ହୋଇଛି ଭୟଙ୍କର କ୍ଷତି

ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଉପରେ ଭାରତର ପ୍ରହାର ବିଷୟରେ ସତ କବୁଲ କଲା ପାକିସ୍ତାନ। ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଥିବା ମାନିଛି ପାକିସ୍ତାନ

author-image
Chinmayee Sahoo
ଅଦ୍ୟତନ ହୋଇଛି
Shehbaz Sharif

Shehbaz Sharif

ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଉପରେ ଭାରତର ପ୍ରହାର ବିଷୟରେ ସତ କବୁଲ କଲା ପାକିସ୍ତାନ। ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଥିବା ମାନିଛି ପାକିସ୍ତାନ। ଭୟଙ୍କର କ୍ଷତି ସହିଥିବାର ଶେଷରେ ମାନିଛି। ପୂର୍ବରୁ ଏକଥାକୁ ବାରମ୍ବାର ଅସ୍ବୀକାର କରି ଆସୁଥିଲା। ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମାନିଛନ୍ତି ଯେ ଭାରତର ମିସାଇଲ୍ ଆଟାକରେ ବହୁ ଏୟାରବେସ୍ ଧ୍ବଂସ ହୋଇଛି। ବେଶୀ କ୍ଷତି ସହିଛି ରାୱଲପିଣ୍ଡି ସ୍ଥିତ ନୂରଖାନ ଏୟାରବେସ।

Advertisment

ଭାରତର କାଉଣ୍ଟର ଆଟାକରେ ପୂର୍ବରୁ କିଛି ହୋଇ ନଥିବା କହି ଆସୁଥିବା ପାକିସ୍ତାନର ଏହି  ସ୍ବୀକାରୋକ୍ତି ଏବେ ସାରା ବିଶ୍ବ ଜାଣିଲା।  ଶେହବାଜ ଶରିଫଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ କହୁଛନ୍ତି, ଗତ ୯ ଓ ୧୦ ତାରିଖ ରାତି ପାଖାପାଖି ସାଢ଼େ ୨ଟା ବେଳେ ଜେନେରାଲ୍ ଅସୀମ ମୁନୀର ତାଙ୍କୁ ଫୋନ୍ କରି ଜଣାଇଥିଲେ ଯେ ଭାରତ ବାଲିଷ୍ଟିକ ମିସାଇଲ୍ ଲଞ୍ଚ କରିଛି। ଯାହା ନୂରଖାନ୍ ଏୟାରବେସକୁ ହିଟ୍ କରିଛି। ଏଥିସହ ଆଉ କିଛି ଅଞ୍ଚଳରେ ବି ପଡ଼ିଛି କ୍ଷେପଣାସ୍ତ୍ର।

ଅଧିକ ପଢନ୍ତୁ: ଭାରତ ସହିତ ଆଲୋଚନା କରିବାକୁ ପ୍ରସ୍ତାବ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ

Advertisment

ସୂଚନାଯୋଗ୍ୟ, ମିସାଇଲ ମାଡ଼ କରି ନୂର ଖାନ ଏୟାରବେସରେ ଭୟଙ୍କର କ୍ଷତି କରିଥିବା ପୂର୍ବରୁ ଭାରତ ଦାବି କରିଥିଲା। ଏହାର ସାଟେଲାଇଟ୍ ଫଟୋ ସହ ପ୍ରମାଣ ବି ଦେଇଥିଲା ଭାରତ। ହେଲେ ସତ ମାନୁ ନଥିଲା ପାକିସ୍ତାନ। ପ୍ରଥମ ଥର ସତ ମାନିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ଗତ ଶୁକ୍ରବାର ଦିନ ପାକିସ୍ତାନର ସେନା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମ 'ୟୁମ୍-ଏ-ତାଶାକୁର' ପାଳନ ଅବସରରେ ପାକିସ୍ତାନୀ ସୈନ୍ୟଙ୍କୁ ସମ୍ବୋଧିତ କରୁଥିବା ସମୟରେ ଶରିଫ ଏହି ସ୍ୱୀକାର କରିଛନ୍ତି।

ଅଧିକ ପଢ଼ନ୍ତୁ:: ପାକିସ୍ତାନରେ ଭୟଙ୍କର ପରମାଣୁ ରିଆକ୍ସନ୍, ଲୋକଙ୍କୁ ଘର ଛାଡ଼ି ପଳାଇଯିବାକୁ ନିର୍ଦ୍ଦେଶ !

Pakistan Pakistan PM Shehbaz Sharif Operation Sindoor
Advertisment
Advertisment