/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747394070.jpg)
Shehbaz Sharif
‘ଅପରେସନ ସିନ୍ଦୂର’ ଅଧିନରେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଭାରତର ଆକ୍ରମଣରେ ଅନେକ ଗୁଡିଏ ଏୟାର ଫିଲ୍ଡ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବା ପରେ ଶାନ୍ତି ରକ୍ଷା ପାଇଁ ଭାରତ ସହିତ ଆଲୋଚନା କରିବାକୁ ଚାହିଁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ । ଯଦିଓ ସେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବା ଦରକାର ବୋଲି ଚାହିଁଛନ୍ତି । ଗୁରୁବାର କାମରା ଏୟାରବେସ ଗସ୍ତ ସମୟରେ ପାକିସ୍ତାନ ବାୟୁସେନା ପାଇଲଟ ଓ ଯବାନଙ୍କ ସହ କଥାବାର୍ତା ବେଳେ ସେ ଭାରତ ସହିତ ଶାନ୍ତି ସ୍ଥାପନ ପାଇଁ ପ୍ରସ୍ତାବ ଦେଇଛନ୍ତି, ଯଦିଓ ଏଥିରେ କିଛି ସର୍ତ ରଖିଛନ୍ତି ଶେହବାଜ ।
ସେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବାକୁ ଭାରତକୁ ଅନୁରୋଧ କରିଛନ୍ତି । ତେବେ ଜମ୍ମୁ-କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଛି ଏବଂ ରହିବ ବୋଲି ଭାରତ କହିଛି । ଗତ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ‘‘ଭବିଷ୍ୟତରେ ପାକିସ୍ତାନ ସହିତ ଯଦି କୌଣସି ଆଲୋଚନା ହୁଏ, ତାହାଲେ କେବଳ ଆତଙ୍କବାଦ ଓ ପାକିସ୍ତାନ ଅଧିକୃତ କାଶ୍ମୀର ପ୍ରସଙ୍ଗରେ ହିଁ ଆଲୋଚନା ହେବ ।’’
ସୂଚନାଯୋଗ୍ୟ, ଅପରେସନ ସିନ୍ଦୂର ପରେ ରାଷ୍ଟ୍ରକୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ‘‘ମୁଁ ପୂରା ବିଶ୍ୱକୁ କହିବାକୁ ଚାହୁଁଛି, ଯଦି ପାକିସ୍ତାନ ସହିତ କିଛି ଆଲୋଚନା ହୁଏ, ତାହା କେବଳ ଆତଙ୍କବାଦ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ହେବ ।’’ ଏହା ସହ ଆତଙ୍କବାଦକୁ ପାକିସ୍ତାନର ସମର୍ଥନ କେବଳ ତା’ର ପତନର କାରଣ ସାଜିପାରେ ବୋଲି ମୋଦି ଚେତାଇ ଦେଇଥିଲେ ।
‘‘ଆତଙ୍କବାଦୀଙ୍କ ଭିତିଭୂମି ନଷ୍ଟ ନ କରିବା ପର୍ଯ୍ୟନ୍ତ ଶାନ୍ତି ହାସଲ କରି ହେବ ନାହିଁ । ପାକିସ୍ତାନୀ ସେନା ଓ ସରକାର ଯେଉଁଭଳି ଭାବେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି, ତାହା ପାକିସ୍ତାନକୁ ଦିନେ ଧ୍ୱଂସ କରିଦେବ । ତେଣୁ ଶାନ୍ତି ପ୍ରତିଷ୍ଠା ପାଇଁ ଆତଙ୍କବାଦର ସମୂଳେନାଶ ଛଡା ଅନ୍ୟ କିଛି ରାସ୍ତା ନାହିଁ’’ ବୋଲି ମୋଦି କହିଥିଲେ ।
ଅଧିକ ପଢନ୍ତୁ: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା; ୧୮ ଯାଏଁ ବଢ଼ିଲା ସିଜ୍ ଫାୟାର ଅବଧି
ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ହମଲାରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ଲାଗି ରହିଛି । ମେ ୭ ତାରିଖରେ ଆତଙ୍କୀ ହମଲାର ଦୃଢ ଜବାବ ଦେବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତ । ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଜୈସ-ଏ-ମହମ୍ମଦ, ଲସ୍କର-ଏ-ତୋଏବା ଏବଂ ହିଜବୁଲ୍ଲ ମୁଜାହିଦିିନ ଭଳି ଆତଙ୍କବାଦୀ ସଙ୍ଗଠନର ୧୦୦ରୁ ଅଧିକ ଆତଙ୍କୀଙ୍କ ନିପାତ ହୋଇଥିଲା ।
ଏହି ଆକ୍ରମଣ ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ନିୟନ୍ତ୍ରଣ ସୀମା ନିକଟ ଓ ଜମ୍ମୁ-କାଶ୍ମୀରରେ ପାକିସ୍ତାନ ଡ୍ରୋନ ଆଟାକ୍ କରିଥିଲା । ଯାହାର ଜବାବରେ ଭାରତ ପାକିସ୍ତାନର ରାଡାର ଭିତିଭୂମି, ଯୋଗାଯୋଗ କେନ୍ଦ୍ର ଏବଂ ଲଂଚପ୍ୟାଡ ଧ୍ୱଂସ କରି ଦେଇଥିଲା । ମେ ୧୦ ତାରିଖରେ ଉଭୟ ପକ୍ଷରୁ ଆଲୋଚନା ପରେ ଅସ୍ତ୍ରବିରତି ବନ୍ଦ ହୋଇିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)