Advertisment

PM Modi Honoured: ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ସମ୍ମାନ, ପରୋକ୍ଷରେ ତୁର୍କୀକୁ ଦେଲେ ଚେତାବନୀ

ଏହି ସମ୍ମାନ ପାଇଁ ସାଇପ୍ରସ ରାଷ୍ଟ୍ରପତି, ସାଇପ୍ରସ ସରକାର ଓ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଥିଲେ, ଏହି ସମ୍ମାନ ମୋର ନୁହେଁ, ୧୪୦ କୋଟି ଭାରତୀୟଙ୍କ ସମ୍ମାନ। ଏହା ଆମ ଦେଶର ଭାଇଚାରା ଓ ବସୁଧୈବ କୁଟୁମ୍ବକମ ବିଚାରଧାରାର ସମ୍ମାନ।

author-image
Saroj Kumar Jena
ଅଦ୍ୟତନ ହୋଇଛି
modi

modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ସମ୍ମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କ୍ରସ୍ ଅଫ୍ ଦ ଅର୍ଡର ଅଫ୍ ମାକାରିଓସ୍ I ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ସାଇପ୍ରସ ରାଷ୍ଟ୍ରପତି। ଏହି ସମ୍ମାନ ପାଇଁ ସାଇପ୍ରସ ରାଷ୍ଟ୍ରପତି, ସାଇପ୍ରସ ସରକାର ଓ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଥିଲେ, ଏହି ସମ୍ମାନ ମୋର ନୁହେଁ, ୧୪୦ କୋଟି ଭାରତୀୟଙ୍କ ସମ୍ମାନ। ଏହା ଆମ ଦେଶର ଭାଇଚାରା ଓ ବସୁଧୈବ କୁଟୁମ୍ବକମ ବିଚାରଧାରାର ସମ୍ମାନ। ଏହି ସମ୍ମାନ ଶାନ୍ତି, କ୍ଷେତ୍ରୀୟ ଅଖଣ୍ଡତା ଓ ଅତୁଟ ପ୍ରତିବଦ୍ଧତାର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। 

Advertisment

ସେହିପରି ୨୩ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ୟୁରୋପୀୟ ଦେଶ ସାଇପ୍ରସକୁ ଗସ୍ତ ପରୋକ୍ଷରେ ତୁର୍କୀ ପାଇଁ ଚେତାବନୀ ରହିଛି। କାହିଁକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଇପ୍ରସ ଗସ୍ତ କଲେ, ଏହାର ଗୁରୁତ୍ୱ ଓ ତୁର୍କୀକୁ ବାର୍ତ୍ତା ସମ୍ପର୍କରେ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଏତେ ଛୋଟ ଦେଶ ଯାହାର ଜନସଂଖ୍ୟା ମଧ୍ୟ ଆମ ଦେଶର ଗୋଟିଏ ସହର ଠାରୁ ମଧ୍ୟ କମ୍ ହେବ। ସେଠାକୁ ଗସ୍ତ ଦ୍ବାରା ଭାରତକୁ କଣ ମିଳିବ ।

ଅଧିକ ପଢ଼ନ୍ତୁ: AI ବିମାନ ଦୁର୍ଘଟଣା ପୂର୍ବରୁ ବିଚଳିତ ଥିଲେ ପାଇଲଟ୍, କ୍ରାସର ୫ ସେକେଣ୍ଡ ପୂର୍ବରୁ କହିଥିଲେ ୭ଟି ଶବ୍ଦ

Advertisment

ତୁର୍କୀକୁ ଜବାବ ଦେବା ପାଇଁ ଏହା ଭାରତର କୂଟନୈତିକ ସଙ୍କେତ । ସାଇପ୍ରସରେ ତୁର୍କୀ ୧୯୭୪ ମସିହାରେ ଆକ୍ରମଣ କରିବା ପରେ ଦ୍ୱୀପର ଏକ-ତୃତୀୟାଂଶ ଅଞ୍ଚଳ ଅଧିକାର କରିଛି। ଦୁଇ ଦେଶ ମଧ୍ୟରେ ସବୁବେଳେ ବିବାଦ ଜାରି ରହିଛି। ମୋଦିଙ୍କ ଏହି ଗସ୍ତ ସାଇପ୍ରସର ସାର୍ବଭୌମତ୍ୱକୁ ସମର୍ଥନ କରୁଛି ଏବଂ ତୁର୍କୀର ଅବୈଧ ଅଧିକାରକୁ ବିରୋଧ କରୁଛି। ଏହା ତୁର୍କୀର ପାକିସ୍ତାନକୁ ସମର୍ଥନ ଏବଂ ଅପରେସନ ସିନ୍ଦୁର ସମୟରେ ତୁର୍କୀର ଆଭିମୁଖ୍ୟ ବିରୋଧରେ ଏହାକୁ ଏକ ଜବାବ ଭାବେ ଦେଖାଯାଉଛି। ଭାରତ-ସାଇପ୍ରସ ମଧ୍ୟରେ ସମ୍ପର୍କ ଦୃଢୀକରଣ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ମୋଦୀଙ୍କ ଗସ୍ତ ସାଇପ୍ରସ ରାଷ୍ଟ୍ରପତି ନିକୋସ ଖ୍ରୀଷ୍ଟୋ-ଡୁଲାଇଡ଼ସଙ୍କ ନିମନ୍ତ୍ରଣରେ ହେଉଛି। ଏହା ଦୁଇ ଦେଶ ମଧ୍ୟରେ ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବ। ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡ଼ର କ୍ଷେତ୍ରରେ ମଧ୍ୟ ସାଇପ୍ରସର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ଏହି ଅର୍ଥନୈତିକ କରିଡ଼ରର ଏକ ମୁଖ୍ୟ ଅଂଶ ହେଉଛି ସାଇପ୍ରସ। ଯାହା ଭାରତକୁ ୟୁରୋପ ସହିତ ସଂଯୋଗ କରୁଛି। ମୋଦୀଙ୍କ ଗସ୍ତ ଏହି କରିଡ଼ରରେ ସାଇପ୍ରସର ଭୂମିକାକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିବ। ଅର୍ଥନୈତିକ ସହଯୋଗ କ୍ଷେତ୍ରରେେ ମଧ୍ୟ ସାଇପ୍ରସ ଓ ଭାରତ ମଧ୍ୟରେ ସମ୍ପର୍କ ଦ୍ରୁତଗତିରେ ବୃଦ୍ଧି ପାଇବ । ସାଇପ୍ରସର ବ୍ୟବସାୟୀଙ୍କୁ ମୋଦି ଭେଟିବା ସହ ଭାରତରେ ନିବେଶ ପାଇଁ ଆଲୋଚନା କରିଛନ୍ତି। ଏଥିସହ ବିଶ୍ବ ଅର୍ଥନୀତି କ୍ଷେତ୍ରରେ ଭାରତର ଦବଦବାକୁ ନେଇ ମଧ୍ୟ ଆଲୋଚନା ହୋଇଛି।

ଏଥିସହ ସାଇପ୍ରସ ସମସ୍ୟା ପ୍ରତି ଭାରତ ସମର୍ଥନ ଦେଇଛି। ଭାରତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ନିଷ୍ପତ୍ତି ଓ ଆନ୍ତର୍ଜାତୀୟ ନିୟମ ଅନୁସାରେ ସାଇପ୍ରସ ସମସ୍ୟାର ସମାଧାନକୁ ସମର୍ଥନ କରୁଛି, ଯାହା ତୁର୍କୀର ଅବୈଧ କବଜାକୁ ମଧ୍ୟ ବଡ ଚେତାବନୀ। ସାଇପ୍ରସ ଓ ତୁର୍କୀ ମଧ୍ୟରେ ବିବାଦର ଏକ ପ୍ରମୁଖ କାରଣ ହେଲା, ପୂର୍ବ ଭୂମଧ୍ୟ ସାଗରରେ ସାଇପ୍ରସ୍ ପ୍ରାକୃତିକ ଗ୍ୟାସର ଏକ ଭଣ୍ଡାର ବୋଲି କୁହାଯାଉଛି। ତେଣୁ ସାଇପ୍ରସ ସହ ଭାରତ ନିଜର ସମ୍ପର୍କକୁ ବିସ୍ତାର କରିବା ପାଇଁ ପ୍ରୟାସ କରୁଛି। ୨୦୨୬ରେ ସାଇପ୍ରସ ୟୁରୋପୀୟ ସଂଘରେ ଅଧ୍ୟକ୍ଷତା ପଦ ସମ୍ଭାଳିବାକୁ ଯାଉଛି। ଏହା ହେଲେ ଭାରତ ୟୁରୋପରେ ଥିବା ନିଜର ସମସ୍ୟା ସମାଧାନ ପାଇଁ ପ୍ରୟାସ କରିବ । ଏଥିସହ ୟୁରୋପୀୟ ସଂଘରେ ଭାରତର ସମର୍ଥନ ପାଇଲେ ସାଇପ୍ରସ ଆହୁରି ଦୃଢ ହେବ ବୋଲି ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ: ମିଳିଲା ଦ୍ବିତୀୟ ବ୍ଲାକବକ୍ସ, ରହିଛି କକପିଟ୍ ଭଏସ୍ ରେକର୍ଡର

Narendra Modi President Turkey
Advertisment
Advertisment