Advertisment

second black box found: ମିଳିଲା ଦ୍ବିତୀୟ ବ୍ଲାକବକ୍ସ, ରହିଛି କକପିଟ୍ ଭଏସ୍ ରେକର୍ଡର

କକପିଟ୍ ଭଏସ୍ ରେକର୍ଡର ବ୍ଲାକବକ୍ସ ମିଳିଥିବା ତଦନ୍ତକାରୀ ଟିମ୍ ସ୍ପଷ୍ଟ କରିଛନ୍ତି।ଏଥିରୁ ଜଣାପଡ଼ିବ ଦୁର୍ଘଟଣା ପଛର ସମ୍ଭାବ୍ୟ କାରଣ। ବିମାନ ଦୁର୍ଘଟଣାର କାରଣ ଖୋଜିବାକୁ ୩ ମାସ ଡେଡଲାଇନ୍ ଦିଆଯାଇଛି ।

author-image
Namita Biswal
undefined

second black box found

କେମିତି ଅହମଦାବାଦରେ ଦୁର୍ଘଟଣାର ଶିକାର ହେଲା ଏୟାର ଇଣ୍ଡିଆର ବୋଇଂ ଡ୍ରିମଲାଇନର ବିମାନ। କାରଣ ଖୋଜା ଚାଲିଥିବାବେଳେ ଉଦ୍ଧାର ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନର ଦ୍ବିତୀୟ ବ୍ଲାକବକ୍ସ। ପୂର୍ବରୁ ବିମାନର ଭଗ୍ନାବଶେଷ ତଳୁ ଗୋଟିଏ ବ୍ଲାକବକ୍ସ ମିଳିଥିଲା। ତଦନ୍ତ ଭିତରେ ବିମାନର ଦୁଇଟିଯାକ ବ୍ଲାକବକ୍ସ ମିଳି ସାରିଛି।

Advertisment

ଏବେ ମିଳିଥିବା ବ୍ଲାକବକ୍ସରେ ରହିଛି କକପିଟ୍ ଭଏସ୍ ରେକର୍ଡର। ପୂର୍ବରୁ ମିଳିଥିବା ବ୍ଲକବକ୍ସରେ ରହିଛି ଫ୍ଲାଇଟ୍ ଡାଟା ରେକର୍ଡର। ଦୁଇଟିଯାକ ବ୍ଲାକବକ୍ସ ମିଳିଥିବାରୁ ତଦନ୍ତରେ ଏହା ସହାୟକ ହେବ। କକପିଟ୍ ଭଏସ୍ ରେକର୍ଡର ବ୍ଲାକବକ୍ସ ମିଳିଥିବା ତଦନ୍ତକାରୀ ଟିମ୍ ସ୍ପଷ୍ଟ କରିଛନ୍ତି।ଏଥିରୁ ଜଣାପଡ଼ିବ ଦୁର୍ଘଟଣା ପଛର ସମ୍ଭାବ୍ୟ କାରଣ।

ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କ ସମେତ ୨୭୦ ଜଣଙ୍କ ମୃତ୍ୟୁ ହୋଇଥିଲା। ପିଏମ୍ ପ୍ରମୁଖ ସଚିବ ପି କେ ମିଶ୍ର ଗତକାଲି ଦୁର୍ଘଟଣାସ୍ଥଳ ଗସ୍ତ କରିଥିଲେ। ଏତିକିବେଳେ ତଦନ୍ତକାରୀ ଟିମ୍ ତାଙ୍କୁ ଦୁଇଟି ଯାକ ବ୍ଲାକବକ୍ସ ମିଳିଥିବା ସୂଚନା ଦେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ସେବେ ରୁଆଙ୍ଗସକ ଆଉ ଏବେ ବିଶ୍ୱାସ; ସିଟ୍‌ 11A ପଛର କ'ଣ ରହସ୍ୟ...

ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ବା AAIB ଏବେ ବ୍ଲାକବକ୍ସ ଡାଟାକୁ ଡିକୋଡ୍ କାମ ଆରମ୍ଭ କରିଛି। ଡିଜିସିଏ ଓ ଆଇବି ଅଧିକାରୀ ମଧ୍ୟ ଯାଞ୍ଚ କାମରେ ଲାଗିଛନ୍ତି। ପିଏମ୍ ପ୍ରମୁଖ ସଚିବ ପି କେ ମିଶ୍ର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି ।

ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରେ। ( AAIB) ଓ ଏୟାରପେ।ର୍ଟ ଅଥରିଟି ଅଫ୍ ଇଣ୍ଡିଆର ଅଧିକାରୀ ସାମିଲ ଥିଲେ । ବୈଠକରେ ବିମାନ ଦୁର୍ଘଟଣାର ତଦନ୍ତ ଓ ରେସକ୍ୟୁ ଅଭିଯାନ ନେଇ ଆଲେ।ଚନା ହେ।ଇଥିଲା ।

AAIB ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । US National Transportation Safety Board (NTSB) ବି ଘଟଣାର ତଦନ୍ତ କରୁଛି । କାରଣ ବିମାନଟି ଆମେରିକାରେ ତିଆରି ହେ।ଇଥିଲା ।

ବିମାନ ଦୁର୍ଘଟଣାର କାରଣ ଖୋଜିବାକୁ ୩ ମାସ ଡେଡଲାଇନ୍ ଦିଆଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପ୍ରେସମିଟ୍ କରି ଏହି ସୂଚନା ଦେଇଥିଲେ । ପ୍ରଥମେ ମିଳିଥିବା ବ୍ଲାକ ବକ୍ସର ଡାଟା ଡି-କୋଡିଂ ଆରମ୍ଭ ହୋଇଯାଇଛି ।

ଉଡ଼ାଣର ମାତ୍ର ୩୨ ସେକେଣ୍ଡରେ ଇଞ୍ଜିନରେ କାହିଁକି ହେଲା ସାଂଘାତିକ ଗଡ଼ବଡ଼ ? କେଉଁ କାରଣରୁ କ୍ରାସ୍ ହେଲା ଏୟାର ଇଣ୍ଡିଆର ଅତ୍ୟାଧୁନିକ ବିମାନ 171 ? ତୁରନ୍ତ ରହସ୍ୟ ଉନ୍ମୋଚନ ପାଇଁ ହାଇଲେବଲ ଇନକ୍ବାରି ପ୍ୟାନେଲକୁ ୩ ମାସ ଡେଡଲାଇନ୍ ଦିଆଯାଇଥିବା କହିଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ।

ଅଧିକ ପଢନ୍ତୁ: ପ୍ଲେନ କ୍ରାସ୍‌ ପଛରେ ଅଛି କି ଷଡ଼ଯନ୍ତ୍ର ? କାହିଁକି ଏମିତି କହିଲେ ବାବା ରାମଦେବ

Gujarat Air India Plane Crash
Advertisment
Related Articles
Advertisment