Apple COO
ଆପଲ୍ କମ୍ପାନୀର ନୂଆ ମୁଖ୍ୟ ପରିଚାଳନା ଅଧିକାରୀ (COO) ହେଲେ ସବୀହ ଖାନ୍ । ସବୀହ ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ବଢିଛି । ଟେକ୍ନୋଲୋଜି ଜଗତରେ ଆପଲ୍(Apple) କମ୍ପାନୀ ବେଶ ଖ୍ୟାତି ଅର୍ଜନ କରିଛି । ଏହାକୁ ବିଶ୍ୱର ସୁବୁଠୁ ମୂଲ୍ୟବାନ କମ୍ପାନୀ ବୋଲି ବିବେଚନା କରାଯାଏ । ଆଉ ଏହି ମୂଲ୍ୟବାନ କମ୍ପାନୀର ଗୁରୁଦାୟିତ୍ୱ ତୁଲାଇବେ ଭାରତୀୟ ବଂଶୋଦ୍ଭବ ।
ସୂଚନାଯୋଗ୍ୟ, ସବୀହ ଖାନ ମୂଳ ଭାରତୀୟ ହୋଇଥିବାବେଳେ ତାଙ୍କର ଜନ୍ମସ୍ଥାନ ହେଉଛି ଉତ୍ତର ପ୍ରଦେଶର ମୁରାଦାବାଦ। ସେ ଦୀର୍ଘ ୩୦ ବର୍ଷ ଧରି ଆପଲ୍ କମ୍ପାନୀ ସହ ଜଡ଼ିତ ଥିବା ଜଣାପଡ଼ିଛି । ଆମେରିକାରେ ଶିକ୍ଷାଲାଭ କରିଥିବାବେଳେ ବର୍ତ୍ତମାନ ସେ ବଡ଼ କମ୍ପାନୀର ଗୁରୁଦାୟିତ୍ୱ ତୁଲାଉଛନ୍ତି । ଏହି ପଦରୁ ଟିମ୍ କୁକ୍ ଇସ୍ତଫା ଦେବା ପରେ ନୂଆ COO ଭାବେ ନିଯୁକ୍ତ ହୋଇଛନ୍ତି ସବୀହ ଖାନ ।
ସେପଟେ ଟିମ୍ କୁକ୍ ମଧ୍ୟ ସବୀହଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, "ସବୀହ ଜଣେ ଉତ୍ତମ ରଣନୀତିଜ୍ଞ । କମ୍ପାନୀର ଟେକ୍ନୋଲୋଜି ଉନ୍ନତିକରଣ ପଛରେ ତାଙ୍କର ହାତ ରହିଛି । ଆପଲ୍ ଯେପରି ବିଶ୍ୱସ୍ତରରେ ଆହୁରି ଚମକିବ ସେ ଦିଗରେ ସେ କାମ କରିବେ ବୋଲି ମୋର ବିଶ୍ୱାସ ରହିଛି ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)