Advertisment

ଖାଲି ହେଇଯିବ ପେଟ୍ରୋଲ୍ ପମ୍ପ ! ଆଜିଠୁ ଆଉ ମିଳିବନି କି ପେଟ୍ରୋଲ୍-ଡିଜେଲ୍ ?

ଆଜିଠୁ ରାଜ୍ୟରେ ଦେଖାଯିବ କି ତୈଳ ସଂକଟ ? ଖାଲି ହେଇଯିବ କି ପେଟ୍ରୋଲ୍ ପମ୍ପ ? ଆଜିକୁ ତିନି ଦିନ ହେଲା ଚାଲିଛି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ୭ ଦଫା ଦାବିରେ ଅଟଳ ରହିଛି ରାଜ୍ୟ ଡ୍ରାଇଭର ସଂଘ ।

author-image
Tanmay Kumar Mahalik
 Fuel Crisis Looms in Odisha

Fuel Crisis Looms in Odisha

ଆଜିଠୁ ରାଜ୍ୟରେ ଦେଖାଯିବ କି ତୈଳ ସଂକଟ ? ଖାଲି ହେଇଯିବ କି ପେଟ୍ରୋଲ୍ ପମ୍ପ ? ଆଜିକୁ ତିନି ଦିନ ହେଲା ଚାଲିଛି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ୭ ଦଫା ଦାବିରେ ଅଟଳ ରହିଛି ରାଜ୍ୟ ଡ୍ରାଇଭର ସଂଘ । ଫଳରେ ତିନି ଦିନ ହେଲାଣି ଠପ୍ ହୋଇପଡ଼ିଛି ତେଲ ପରିବହନ । ପେଟ୍ରୋଲ୍ ଏବଂ ଡିଜେଲ୍ ସରି ସରି ଆସିଲାଣି । ଯଦି ଆଜି ବି ଆନ୍ଦୋଳନ ଜାରି ରହେ ତେବେ ଅନେକ ପେଟ୍ରୋଲ ପମ୍ପରେ ତେଲ ସରିଯିବା ଆଶଙ୍କା କରାଯାଉଛି ।

Advertisment

ତେଲ ପରିବହନ ନହେଲେ ରାଜ୍ୟରେ ସଂକଟ ଉପୁଯିବ । ପାରାଦୀପରେ ତୈଳ ଟର୍ମିନାଲ୍ ଏବଂ ରିଫାଇନାରୀ ରହିଛି। ତେବେ ଆନ୍ଦୋଳନ ଯୋଗୁ ଗାଡ଼ି ଗୁଡ଼ିକ ଆଉ ଗଡୁନି କି ମାଲ୍ ପରିବହନ ସ୍ବାଭାବିକ ହୋଇପାରୁନି। ଫଳରେ ଦୁଇ ଦିନ ହେଲାଣି ତେଲ ପରିବହନ ହୋଇନାହିଁ । ଏପଟେ ରାଜ୍ୟର ବିଭିନ୍ନ ପେଟ୍ରୋଲ୍ ପମ୍ପରେ ତେଲ ପକାଇବାକୁ ଲୋକଙ୍କ ଗହଳି ଲାଗୁଥିବା ଦେଖିବାକୁ ମିଳିଛି ।

ବାହାରୁନି ନିଷ୍କର୍ଷ, ଜାରି ରହିଛି ଡ୍ରାଇଭରଙ୍କ ଆନ୍ଦୋଳନ । ଓଡ଼ିଶା ଡ୍ରାଇଭର ମହାସଂଘର ଧର୍ମଘଟ ଆଜି ତୃତୀୟ ଦିନରେ ପହଞ୍ଚିଛି । ଓଡ଼ିଶା ଡ୍ରାଇଭର ସଂଘର ହଜାର ହଜାର ଡ୍ରାଇଭର ଏବେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଚଳାଇଛନ୍ତି । ଫଳରେ ବଜାରରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇପାରେ । ଏପଟେ ଆନ୍ଦୋଳନ ଦ୍ୱାରା ପରିବହନ କ୍ଷେତ୍ର ଠାରୁ ଆରମ୍ଭ କରି ସାଧାରଣ ଯାତ୍ରୀ ବି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ପରିବହନ ମନ୍ତ୍ରୀଙ୍କ ସହ ବସିଥିବା ବୈଠକରୁ ମଧ୍ୟ କୌଣସି ନିଷ୍କର୍ଷ ବାହାରିପାରିନି ।

Advertisment

ଅଟୋ ସଂଘକୁ ଡ୍ରାଇଭର କଲ୍ୟାଣ ବୋର୍ଡରେ ସାମିଲ, ରାଜ୍ୟ ରାଜପଥର ପ୍ରତି ଶହେ କିଲୋମିଟରରେ ଶୌଚାଳୟ, ଡ୍ରାଇଭରଙ୍କ ଉପରେ ଆକ୍ରମଣକାରୀଙ୍କ ଉପରେ ଆକ୍ସନ ସହ ଖଣି ଏରିଆରେ ଓଡ଼ିଆ ଡ୍ରାଇଭରଙ୍କୁ ନିଯୁକ୍ତି ଭଳି ଏକାଧିକ ଦାବି ସରକାରଙ୍କ ଆଗରେ ରହିଛି ଡ୍ରାଇଭର ମହାସଂଘ ।

Driver Fuel
Advertisment
Advertisment