Advertisment

Heavy Rain In Delhi : ପ୍ରବଳ ବର୍ଷା ପରେ ରାଜଧାନୀ ଜଳମଗ୍ନ, ଯାତାୟତ ବାଧାପ୍ରାପ୍ତ; ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ

ଦିଲ୍ଲୀର ଏନସିଆର ଅଞ୍ଚଳରେ ବୁଧବାର ପ୍ରବଳ ବର୍ଷା ହେବା ଫଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି । ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Delhi

Delhi

ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବୁଧବାର ସନ୍ଧ୍ୟା ୭ଟାରେ ବର୍ଷା ହେବା ପରେ ସମ୍ପୂର୍ଣ୍ଣ ରାଜଧାନୀରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି ଏବଂ ଟ୍ରାଫିକ୍ ଜାମ ପ୍ରବଳ ଦେଖା ଦେଇଛି । ଜଳବନ୍ଦୀ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଯାତାୟତ ପ୍ରଭାବିତ ହୋଇଛି ।

Advertisment

ଅଧିକ ପଢନ୍ତୁ: ବାଦଲଫଟା ବର୍ଷା; ଭୂ-ସ୍ଖଳନ ହୋଇ ଏକାଧିକ ନିଖୋଜ

ଜାକିରା ରେଲୱେ ଅଣ୍ଡରପାସ୍‌, ରାସ୍ତା ନମ୍ବର ୪୦ରେ ଜଳବନ୍ଦୀ ଯୋଗୁଁ ସେହି ମାର୍ଗ ଦେଇ ନ ଯିବାକୁ ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ପକ୍ଷରୁ ପରାମର୍ଶ ଦିଆ ଯାଇଛି । ଯେଉଁ ଅଞ୍ଚଳରେ ପାଣି ଜମିଛି, ସେ ରାସ୍ତା ଦେଇ ଯାତାୟତ କରିବାକୁ ମନା କରାଯାଇଛି । ତେବେ ଦିଲ୍ଲୀ ଟ୍ରାଫିକ୍ ପୋଲିସର ସୂଚନା ଅନୁଯାୟୀ, ଆଜି ସକାଳୁ ଜଳବନ୍ଦୀ ନେଇ କୌଣସି ଅଭିଯୋଗ ଆସିନାହିଁ । 

ଦୀର୍ଘ ଦିନ ଧରି ଦିଲ୍ଲୀରେ ପ୍ରବଳ ଗୁଳୁଗୁଳିରୁ ମୁକ୍ତି ଦେଇଥିଲା ବର୍ଷା । ଯଦିଓ ଦିଲ୍ଲୀ, ଗୁରଗାଓଁ ଓ ନୋଏଡା ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅନେକ ଅଞ୍ଚଳ ଜଳବନ୍ଦୀ ହେବା ଯୋଗୁଁ ଲୋକଙ୍କୁ ପାଣି ଭିତରେ ଯାତାୟତ କରୁଛନ୍ତି । ହଠାତ୍ ବର୍ଷା ହେବା ଫଳରେ ଲୋକମାନେ ବସ୍ ଷ୍ଟପରେ ଆଶ୍ରୟ ନେଇଥିବା ଦେଖା ଦେଇଛି । 

Advertisment

ଗୁରୁବାର ସକାଳ ସୁଦ୍ଧା ଦିଲ୍ଲୀର ସଫଦରଜଙ୍ଗରେ ୧୮.୬ ମି.ମି, ପାଲାମରେ ୫୪.୬ ମି.ମି, ପ୍ରଗତି ମଇଦାନରେ ୪୬.୦ ମି.ମି, ଇଗ୍ନୋରେ ୧୩.୫ ମି.ମି, ପୁଷାରେ ୭୨.୫ ମି.ମି, ଲୋଦି ରୋଡରେ ୧୦.୫ ମି.ମି, ଜାଫରପୁରରେ ୩.୫ ମି.ମି ଓ ଆୟନଙ୍ଗରରେ ୬୬.୫ ମି.ମି ବର୍ଷା ରେକର୍ଡ କରାଯାଇଛି । 

ଆଇଏମଡି ପକ୍ଷରୁ ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଅତି ଆବଶ୍ୟକ ନଥିଲେ ରାସ୍ତାରେ ଯାତାୟତ କରିବାକୁ ମନା କରାଯାଇଛି । ଘରର କବାଟ ଓ ଝରକା ବନ୍ଦ ରଖିବାକୁ କୁହାଯାଇଛି । ଏହା ସହ ବର୍ଷା ହେବା ସମୟରେ ଗଛ ତଳେ ଆଶ୍ରୟ ନେବାକୁ ବାରଣ କରାଯାଇଛି, ଯାହା ବିପଦ ଆଣି ପାରେ । 

ଅଧିକ ପଢନ୍ତୁ: ଭୂକମ୍ପ ଝଟକାରେ ଥରି ଉଠିଲା ରାଜଧାନୀ, ଲୋକେ ଭୟଭୀତ

Delhi Heavy Rainfall Water Logging
Advertisment
Advertisment