Advertisment

Protest Violence: ନେପାଳ ବିକ୍ଷୋଭର କରୁଣ ଚିତ୍ର, ପିଏମ୍‌ଙ୍କ ପତ୍ନୀଙ୍କୁ ଜୀଅନ୍ତା ଜାଳିଦେଲେ

ବିକ୍ଷୋଭ ନିଆଁରେ ଜଳୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦେଶ ନେପାଳ। ହିମାଳୟ ଶିଖର ଘେରି ରହିଥିବା ଏହି ଦେଶରେ ଏବେ ବହୁଛି ଲାଭା। ଜଳୁଛି ବିଲ୍ଡିଂ, ଜଳୁଛି ରାସ୍ତାଘାଟ। ପଥରବାଜୀ, ସରକାର ବିରୋଧୀ ନାରାରେ କମ୍ପୁଛି ଗଳି କନ୍ଦି। ଏହି ନିଆଁରୁ ବାଦ୍‌ ପଡିନି ସଂସଦ, ସୁପ୍ରିମକୋର୍ଟ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବାସଭବନ।

author-image
Manasranjan Mohanty
nepal

nepal

ବିକ୍ଷୋଭ ନିଆଁରେ ଜଳୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦେଶ ନେପାଳ। ହିମାଳୟ ଶିଖର ଘେରି ରହିଥିବା ଏହି ଦେଶରେ ଏବେ ବହୁଛି ଲାଭା। ଜଳୁଛି ବିଲ୍ଡିଂ, ଜଳୁଛି ରାସ୍ତାଘାଟ। ପଥରବାଜୀ, ସରକାର ବିରୋଧୀ ନାରାରେ କମ୍ପୁଛି ଗଳି କନ୍ଦି। ଏହି ନିଆଁରୁ ବାଦ୍‌ ପଡିନି ସଂସଦ, ସୁପ୍ରିମକୋର୍ଟ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବାସଭବନ। ଖାଲି ସେତିକି ନୁହେଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ବି ଆକ୍ରମଣ କରି ନିଆଁ ଲଗାଇ ଦେଇଛନ୍ତି ବିଦ୍ରୋହୀ। ଆଉ ତାଙ୍କ ପତ୍ନୀଙ୍କୁ ଘର ଭିତରେ ଜାଳି ଦେଇଛନ୍ତି।

Advertisment

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲ। ଆଉ ତାଙ୍କ ପତ୍ନୀ ରବିଲକ୍ଷ୍ମୀ ଚିତ୍ରକର। ନେପାଳରେ ଚାଲିଥିବା ବିରୋଧ ପ୍ରଦର୍ଶନରେ ବଳି ପଡିଛନ୍ତି ଉଭୟ। ମଙ୍ଗଳବାର ବିକ୍ଷୋଭକାରୀଙ୍କ ଏକ ଦଳ କାଠମାଣ୍ଡୁର ଡାଲ୍ଲୁ ଅଞ୍ଚଳରେ ଥିବା ତାଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଗୁଳି ଫୁଟାଇବା ସହ ନିଆଁ ଲଗାଇ ଦେଇଥିଲେ। ଖାଲି ସେତିକି ନୁହେଁ ଘର ଭିତରେ ଥିବା ପୂର୍ବତନ ନେପାଳି ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ରବିଲକ୍ଷ୍ମୀ ଚିତ୍ରକରଙ୍କୁ ଟାର୍ଗେଟ୍‌ କରିଥିଲେ ବିଦ୍ରୋହୀ। ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ଜେନ୍‌-ଜି ପ୍ରୋଟେଷ୍ଟର। ପରେ ତାଙ୍କୁ ଗୁରୁତର ଅବସ୍ଥାରେ କୀର୍ତ୍ତିପୁର ବର୍ନ ହସ୍ପିଟାଲକୁ ନିଆଯାଇଥିଲା ସେଠାରେ ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି। ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ବି ଗୁରୁତର ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ବି ନେପାଳରେ ଥମୁନି ହିଂସାର ନିଆଁ । ପୂରା ନେପାଳକୁ କବଜା କରିଛି ଅରାଜକତା। ଜେନ୍ Zର ସାମୁହିକ ଆନ୍ଦୋଳନ ଓ ଶକ୍ତିଶାଳୀ ବିକ୍ଷୋଭ ଆଗରେ ନାଚାର ହୋଇପଡ଼ିଛି ନେପାଳ ପୋଲିସ, ପ୍ରଶାସନ, ସେନା ଓ ତମାମ ବିଧି ବ୍ୟବସ୍ଥା। ନେପୋ କିଡ୍‌ସ ବା ଦାୟାଦ ରାଜନେତାଙ୍କୁ ବିରୋଧ କରି ନେପାଳ ସଂସଦ ଭବନ, ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ବାସଭବନ ନିଆଁ ଲଗାଇ ଦେଇଥିଲେ ଉତ୍ତ୍ୟକ୍ତ ଜନତା। ସେହିଭଳି କିଛି ମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନକୁ ଜାଳି ପୋଡ଼ି ଛାରଖାର କରିଦେଇଛନ୍ତି ଆନ୍ଦୋଳନ କରୁଥିବା ଜେନ୍- Z ଗୋଷ୍ଠୀ । ସେନା ଆକ୍ସନକୁ ଆସି ଦେଶର ସୁରକ୍ଷା ନିଜ ନିୟନ୍ତ୍ରଣକୁ ନେଇଛି । ହିଂସା ବନ୍ଦ ପାଇଁ ଆନ୍ଦୋଳନକାରୀଙ୍କୁ ଅପିଲ୍ କରିଛି । ସାରା ଦେଶରେ ଆଜି ଓ ଆସନ୍ତାକାଲି ପାଇଁ କର୍ଫ୍ୟୁ ଜାରି କରିଛି ନେପାଳୀ ସେନା।

Advertisment

ସେପଟେ ନେତା ମନ୍ତ୍ରୀଙ୍କ ଉପରେ ଏଭଳି ଆକ୍ରମଣ ସମଗ୍ର ରାଜନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଏହା ଦର୍ଶାଉଛି ଯେ ନେପାଳରେ ଅଶାନ୍ତି କେତେ ଶୀଘ୍ର ରାସ୍ତା ପ୍ରତିବାଦରୁ ନେତାଙ୍କ ବ୍ୟକ୍ତିଗତ ଘରକୁ ଡେଉଁଛି।

Nepal Protest
Advertisment
Related Articles
Advertisment