/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757492196.jpg)
PATTAMUNDAI-MISSING-MOTHER-SON
ଅନ୍ଧାର ରାତି ଆଉ ବନ୍ୟପ୍ରାଣୀଙ୍କ ଭୟ । ଭୋକ ଉପାସରେ ଆମକୁ ଉଦ୍ଧାର କର ବୋଲି ଚିତ୍କାର କରୁଥିଲେ ମାଆପୁଅ । ବଞ୍ଚିବାର ସବୁ ଆଶା ଛାଡି ସାରିଥିଲେ । ହେଲେ ଦୁହିଁଙ୍କର ଡାକ ଶୁଣିଲେ ଭଗବାନ । ଶେଷରେ ୫ ଦିନ ପରେ ମା’ପୁଅ ଜଙ୍ଗଲରୁ ଉଦ୍ଧାର ହୋଇଛନ୍ତି ।
କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗାଁର ଅଞ୍ଜନା ମିର୍ଧା ଓ ତାଙ୍କ ପୁଅ ରତିକାନ୍ତ ମିର୍ଧା। ମା’ପୁଅଙ୍କୁ ଘାରିଥିଲା କଙ୍କଡା ଲୋଭ । ଗତ ୪ ତାରିଖରେ ଦୁହେଁ କଙ୍କଡ଼ା ଧରିବାକୁ ଭିତରକନିକା ଜଙ୍ଗଲ ଯାଇଥିଲେ । କଙ୍କଡ଼ା ଆଣିଲେ ଘରେ ତରକାରୀ ହେବ । ହେଲେ ସବୁ ହୋଇଗଲା ଓଲଟପାଲଟ । ଘଞ୍ଚ ଜଙ୍ଗଲରେ ମା’ପୁଅ ବାଟବଣା ହୋଇଗଲେ । ଘରକୁ ରାସ୍ତା ପାଇଲେନି । ଜଙ୍ଗଲ ଭିତରେ ଘୁରି ବୁଲିଲେ । ଅନ୍ଧାର ହୋଇଯିବାରୁ ବନ୍ୟଜନ୍ତୁଙ୍କ କବଳରୁ ବଞ୍ଚିବାକୁ ଦୁହେଁ ଗଛ ଉପରେ ରାତି କାଟିଲେ । ଏପରି ଗଛରେ କାଟିଥିଲା ୫ ରାତି । ଉଦ୍ଧାର କରିବାକୁ ଗଛ ଡାଳରେ ବସି ଚିତ୍କାର କରୁଥିଲେ ।
ଖାଇବାକୁ ଖାଦ୍ୟ ନଥିଲା । ଜୀବନ ବଞ୍ଚାଇବାକୁ ପିଉଥିଲେ ନଈ ପାଣି । ଶେଷରେ ମା’ପୁଅଙ୍କ ଡାକ ବନ ବିଭାଗର କାନରେ ପଡ଼ିଲା । ୧୦ଟିମ୍ ଜଙ୍ଗଲରେ ଖୋଜାଖୋଜି କରିବା ପରେ ମା’ପୁଅଙ୍କୁ ଉଦ୍ଧାର କଲେ ।
ତେବେ ଭିତରକନିକା ଜାତୀୟ ଉଦ୍ୟାନ ନିଷିଦ୍ଧାଞ୍ଚଳ ମଧ୍ୟକୁ କିପରି ମା’ପୁଅ କଙ୍କଡ଼ା ଧରିବାକୁ ଗଲେ । ସେମାନଙ୍କୁ ଅନୁମତି କିଏ ଦେଲା ତାହା ସନ୍ଦେହ ସୃଷ୍ଟି କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)