Advertisment

Navya Nair: ୨୦ ଟଙ୍କାର ଗଜରା ପାଇଁ ଗଣିଲେ ଲକ୍ଷାଧିକ ଟଙ୍କାର ଫାଇନ, ହଟହଟା ହେଲେ ଅଭିନେତ୍ରୀ

ଗଭାରେ ଗଜରେ ଲଗାଇବା ଯୋଗୁଁ ଜଣେ ଅଭିନେତ୍ରୀଙ୍କୁ ଲକ୍ଷାଧିକ ଟଙ୍କାର ଫାଇନ୍ ଗଣିବାକୁ ପଡିଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
garland

garland

ମୁଣ୍ଡରେ ଗଜରା ଲଗାଇବାକୁ ଅଧିକାଂଶ ମହିଳା ଭଲ ପାଆନ୍ତି। ଆଉ ଏହା ସାଧାରଣ କଥା ମଧ୍ୟ। ମହିଳାମାନେ ବିଭିନ୍ନ କିସମର ଫୁଲକୁ ମାଲ କରି ମାଖନ୍ତି ମୁଣ୍ଡରେ। ଏହା ମହିଳାଙ୍କ ସୁନ୍ଦରତାକୁ ବଢ଼ାଇଥାଏ ବି। ହେଲେ ଏହି ଫୁଲ ଲଗାଇବା ଜଣେ ଅଭିନେତ୍ରୀଙ୍କୁ ଏବେ ମହଙ୍ଗା ପଡିଛି। ଗଭାରେ ଗଜରା ମାଖି ସେ ହୋଇଛନ୍ତି ହଟହଟା। ତାଙ୍କ ଉପରେ ଲାଗିଛି ମୋଟା ଅଙ୍କର ଜରିମାନା। ତାଙ୍କ ନାଁରେ ଲକ୍ଷାଧିକ ଟଙ୍କାର କଟିଛି ଚାଲାଣ।

Advertisment

ମାଲାୟାଲମ ଫିଲ୍ମ ଜଗତର ଚର୍ଚ୍ଚିତ ଚେହେରା ନଭ୍ୟା ନାଏର। ନିକଟରେ ମାଲାୟଲି ଆସୋସିଏସନ ଅଫ ଭିକ୍ଟୋରିଆ ପକ୍ଷରୁ ଓନାମ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅଷ୍ଟ୍ରେଲିଆରେ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେବାକୁ ନଭ୍ୟା ଅଷ୍ଟ୍ରେଲିଆ ଯାଇଥିଲେ। ଏହି ସମୟରେ ମୁଣ୍ଡରେ ଗଜରା ମାଖି ମେଲବର୍ଣ୍ଣ ଏୟାରପୋର୍ଟରେ ଓହ୍ଲାଇଥିଲେ ସେ। ଯାହା ତାଙ୍କୁ ମହଙ୍ଗା ପଡିଛି। ନିଜ ବ୍ୟାଗରେ ଯସ୍ମୀନ ବା ଜୁଇ ଫୁଲର ୧୫ ସେମି ଲମ୍ବା ଗଜରା ରଖିଥିବାରୁ ତାଙ୍କୁ ମେଲବର୍ଣ୍ଣ ଏୟାରପୋର୍ଟରେ ଅପ୍ରୀତିକର ପରସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରି କି ଏୟାରପୋର୍ଟ କର୍ତ୍ତୃପକ୍ଷ ତାଙ୍କ ଉପରେ ୧.୧୪ ଲକ୍ଷର ଜୋରିମାନା ମଧ୍ୟ ଲଗାଇଛନ୍ତି।

ଅଧିକ ପଢନ୍ତୁ: ଯୁବକଙ୍କୁ ଭୋଗରେ ନିଶା ଦେଲେ, ଦୁଷ୍କର୍ମ କରି ଭିଡିଓ କଲେ ! ବିରୋଧ କରିବାରୁ ମାଡ଼ ମାରିଲେ

Advertisment

ନଭ୍ୟା କହିଛନ୍ତି, “ମୁଁ ଏଠାକୁ ଆସିବା ପୂର୍ବରୁ ବାପା ମୋ ପାଇଁ ଯସ୍ମୀନ ଫୁଲ ଆଣିଥିଲେ। ଯସ୍ମୀନ ଫୁଲର ଗଜରାକୁ ସେ ଦୁଇ ଭାଗ କରି ମୋତେ ଦେଇଥିଲେ। ଗୋଟିଏ ଗଜରା ମାଳକୁ ମୁଁ କୋଚିରୁ ସିଙ୍ଗାପୁର ଯିବା ବେଳେ ଲଗାଇଥିଲି। ଦ୍ୱିତୀୟ ମାଳକୁ ବ୍ୟାଗରେ ରଖି ସିଙ୍ଗାପୁରରୁ ଅଷ୍ଟ୍ରେଲିଆକୁ ଉଡ଼ାଣ ଭରିଥିଲି। ବ୍ୟାଗରେ ଫୁଲ ଥିବା ବେଳେ ମେଲବର୍ଣ୍ଣ ଏୟାରପୋର୍ଟରେ ଓହ୍ଲାଇଥିଲି। ହେଲେ ବ୍ୟାଗ୍‌ରେ ଫୁଲ ରଖିବା ସେଠାକାର ଆଇନ୍‌ ବିରଧୀ ଥିଲା। ଏପରି ଭୁଲ ଅଜାଣତାରେ ହୋଇଥିଲା। ୧୫ ସେମି ଯସ୍ମୀନ ଗଜରା ଆଣିଥିବାରୁ ଅଧିକାରୀମାନେ ମୋତେ ୧.୧୪ ଲକ୍ଷ ଟଙ୍କାର ଫାଇନା ଦେବାକୁ କହିଥିଲେ। ସେମାନେ ମୋତେ ୨୮ ଦିନ ଭିତରେ ଜୋରିମାନା ଦେବାକୁ ପଡିବ ବୋଲି କହିଛନ୍ତି।”

ଦକ୍ଷିଣ ଭାରତର ମହିଳାମାନେ ସବୁବେଳେ ଗଜରା ଲଗାନ୍ତି। କିନ୍ତୁ ଫୁଲର ଗଜରା ବିଶ୍ୱର ବିଭିନ୍ନ ସ୍ଥାନରେ ଗ୍ରହଣୀୟ ନୁହେଁ। ବିଶେଷ କରି ଅଷ୍ଟ୍ରେଲିଆରେ ଯସ୍ମୀନ ଫୁଲର ଗଜରା ଲଗାଇବା କିମ୍ବା ନିଜ ପାଖରେ ରଖିବା ଅପରାଧ।

Melbourne Shoe Garland
Advertisment
Advertisment