Advertisment

New BJD : ବିଜେଡିରେ ଏକନାଥ ସିନ୍ଦେ କିଏ ? ସଂକେତ ଦେଲେ ବରିଷ୍ଠ ନେତା ଅମର ଶତପଥୀ

ତଥାଗତଙ୍କ ପରେ ଅମର। ବିଜେଡିକୁ ନେଇ ହେଲାଣି ନୂଅ ଗଣିତ କଷା। ନୂଆ ବିଜେଡ଼ି ଗଠନ ସଂକେତ ! ନୂଆ ବିଜେଡି ଗଠନର ସଂକେତ ଦେଲେ ବରିଷ୍ଠ ନେତା ଅମର ଶତପଥୀ । ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି ବୋଲି ଅମର କହିଥିବା ବେଳେ ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି ବର୍ତ୍ତମାନର ବିଜେଡି ବୋଲି କହିଛନ୍ତି।

author-image
Jnanadarsi Sahoo
ଅଦ୍ୟତନ ହୋଇଛି
BJD people will form the new BJD.

BJD people will form the new BJD.

ଭୁବନେଶ୍ବର : ଗଢ଼ି ଉଠିବ ନୂଆ ବିଜେଡ଼ି। ସଂକେତ ଦେଲେ ବରିଷ୍ଠ ନେତା ଅମର ଶତପଥୀ । ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡ଼ି। ବର୍ତ୍ତମାନର ବିଜେଡ଼ି, ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି। ଏବେ ବିଜେଡିରେ ଯାହା ଘଟୁଛି ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ଦଳ ନଚାଲିଲେ ଆଗକୁ ଆହୁରି ନେତା, କର୍ମୀ ଦୂରେଇ ଯିବେ। ବିଜେଡିରେ କିଏ ହେବେ ଏକନାଥ ସିନ୍ଧେ ? ସାମ୍ବାଦିକଙ୍କ ପ୍ରଶ୍ନରେ କହିଲେ, ବର୍ତ୍ତମାନ ସିଏ ଗୋପରେ ବଢୁଛି କି ମଥୁରାକୁ ଆସି ଗଲାଣି ସେକଥା କିଏ କହିବ। ଗତକାଲି ପୂର୍ବତନ ସାଂସଦ ତଥାଗତ ଶତପଥୀ ଏନେଇ ଇଙ୍ଗିତ ଦେଇଥିଲେ। ଆଜି ତଥାଗତଙ୍କ କଥାକୁ ସମର୍ଥନ କଲେ ବରିଷ୍ଠ ନେତା ଅମର ଶତପଥୀ । 

Advertisment

ସେପଟେ ମଙ୍ଗଳବାର ପୂର୍ବତନ ସାଂସଦ ତଥାଗତ ଶତପଥି କହିଥିଲେ, ମତେ ତ ଦେଖିବାକୁ ଭାରି ମଜା ଲାଗୁଚି, କେମିତି ଗଡ କଡାମ ହେଇ ଖସୁଛି ବିଜେଡି। ଆଲୋ ସଖୀ ଆପଣା ମହତ ଆପେ ରଖି କହିବା ସହ ବିଜେଡି ଓଡ଼ିଆ ଲୋକଙ୍କ ଦଳ, କାହା ପୈତୃକ ସମ୍ପତ୍ତି ନୁହଁ। ଏଥିସହ କହିଥିଲେ, ବିଜେଡ଼ି ନୂଆ ନାମ, ନୂଆ ରୂପ ଓ ନୂଆ ଆକାର ରେ ଆସିବାର ସମ୍ଭାବନା ଅଛି। କଂଗ୍ରେସକୁ ଓଡିଶା ଲୋକ ଚାହୁଁ ନାହାନ୍ତି। କିଏ ଆସିବ ସିଏ ଗୋପରେ ବଢୁଛି ବୋଲି କହିଥିଲେ ତଥାଗତ। ଯେତେବେଳେ ଓଡିଶା ବାସୀ ସୁଯୋଗ ପାଇଛନ୍ତି ସେତେବେଳେ ଆଂଚଳିକ ଦଳ କୁ ସମର୍ଥନ କରି ଆସିଛନ୍ତି।

ସବୁ ଜିନିଷ ର ଏକ୍ସପାରୀ ଡେଟ ଥାଏ। ଔଷଧର ଏକ୍ସପାରୀ ଡେଟ ଗଲା ପରେ ତାହା କାମ କରେନି। ବିଜେଡ଼ିର ବି ଏକ୍ସପାରୀ ଡେଟ ପଳାଇଲାଣି। ପ୍ରତି ଔଷଧ ଓ ରାଜନୈତିକ ଚିନ୍ତା ଧାରାର ଏକ୍ସପାରୀ ଡେଟ ଥାଏ ବୋଲି ସେ କହିଛନ୍ତି। ତେବେ ଏକଥା ବି ସେ ସ୍ପଷ୍ଟ କରିଛନ୍ତି କି, ସେ ଆଉ ଭୋଟ ରାଜନୀତି କୁ ଯିବାର ନାହିଁ। 

Advertisment

ଅଧିକ ପଢନ୍ତୁ: ଜନ୍ମଦିନରେ ଶୁବମନ ଗିଲଙ୍କୁ କିଏ ଦେଲା ଲାଲ ଗୋଲାପ, ଭାଇରାଲ ହେଉଛି ଭିଡିଓ

Naveen Patnaik BJD
Advertisment
Related Articles
Advertisment