• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଶ୍ୱର ସବୁଠାରୁ ଧନୀ ତଥା ଟେସଲା ମାଲିକ ଏଲନ୍ ମସ୍କ ଦେବାଳିଆ ହେବାକୁ ଯାଉଥିବା ଟ୍ୱିଟର କୁ ରକ୍ଷା କରିବା ପାଇଁ ନୂତନ କୌଶଳ ଆପଣାଇଛନ୍ତି । ପ୍ରଥମେ କମ୍ପାନୀର ଅର୍ଦ୍ଧାଧିକ କର୍ମଚାରୀଙ୍କୁ ବାହାର କରିବା ପରେ ଏବେ ଖର୍ଚ୍ଚ କାଟ କରିବା ପାଇଁ କଠୋର ପଦକ୍ଷେପ ନେଇଛନ୍ତି । ଟ୍ୱିଟର ଅଧିଗ୍ରହଣ ପୂର୍ବରୁ କର୍ମଚାରୀଙ୍କ ବିଭିନ୍ନ ଭେଣ୍ଡରମାନେ ପାଇବାକୁ ଥିବା ଲକ୍ଷ ଲକ୍ଷ ଟଙ୍କାର ବିଲ୍‌ ଦେବାକୁ ରୋକଠୋକ୍ ମନା କରିଦେଇଛନ୍ତି ।

ଟ୍ୱିଟର ଅଧିଗ୍ରହଣ ପୂର୍ବରୁ କର୍ମଚାରୀଙ୍କ ଟୁର୍ ବିଲ୍ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ହେଲେ ବାକିଆ ପଡ଼ିଥିବା ସେହି ଟଙ୍କାକୁ ଏବେ ଦେବା ପାଇଁ ଏଲନ୍ ମସ୍କ ମନା କରିଦେବା ପରେ ଟ୍ରାଭେଲ୍‌ ଭେଣ୍ଡରଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ମସ୍କ କହିଛନ୍ତି,ଟ୍ରାଭେଲ ଇନଭଏସରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପାଇଁ ମୁଁ ଅନୁମତି ଦେଇନି, ତେଣୁ ସେ ଅତୀତରେ ଖର୍ଚ୍ଚ ହୋଇଥିବା ଟଙ୍କାର ବିଲ୍‌ ଦେବେ ନାହିଁ ।

ଅଧିକ ପଢ଼ନ୍ତୁ: ଟ୍ୱିଟର୍ ଓ ଟେସ୍‌ଲାର ସିଇଓ ପଦରୁ ଇସ୍ତଫା ଦେବେ ଏଲନ୍ ମସ୍କ!

ଅନ୍ୟପଟେ ଏଲନ୍‌ ମସ୍କଙ୍କ ଏପରି ନିଷ୍ପତ୍ତି ପରେ ଟ୍ରାଭେଲ ଏଜେନ୍ସିର ମାଲିକମାନେ ଟଙ୍କା ପାଇଁ ବାରମ୍ବାର ଟ୍ୱିଟର୍‌ କର୍ମଚାରୀଙ୍କୁ କଲ୍‌ କରୁଛନ୍ତି । ହେଲେ ସେମାନେ ଭୟରେ କଲ୍ ରିସିଭ୍‌ କରିବା ବନ୍ଦ କରିଦେଇଛନ୍ତି ।

ଟ୍ୱିଟରର ସର୍ବେସର୍ବା ହେବା ପରେ ମସ୍କଙ୍କ ସମ୍ପତ୍ତିରେ ବଡ଼ ଧରଣର ହ୍ରାସ ଘଟିଛି । ସେ ଏବେ ସୁଦ୍ଧା ପ୍ରାୟ ୧୦,୦୦୦ କୋଟି ଡଲାର ସମ୍ପତ୍ତି ହରାଇସାରିଲେଣି । ଏସବୁ ସତ୍ତ୍ୱେ ସେ ବିଶ୍ୱର ଏକ ନମ୍ବର ଧନୀ ହୋଇରହିଛନ୍ତି ।

ସୂଚନାଯୋଗ୍ୟ , ଟ୍ୱିଟର କିଣୁ କିଣୁ କଂପାନୀ ସିଇଓ ପରାଗ୍ ଅଗ୍ରଓ୍ୱାଲଙ୍କୁ ହଟାଇବା ପରେ ନିଜେ ଦାୟିତ୍ୱ ନେଇଥିଲେ ଏଲନ୍‌ । ଏଥି ସହିତ କଂପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସକୁ ବି ସେ ଭାଙ୍ଗି ଦେଇଥିଲେ । ଫଳରେ କଂପାନୀ ଉପରେ ନିଜର ନିରଙ୍କୁଶ ନିୟନ୍ତ୍ରଣ ସାବ୍ୟସ୍ତ କରିଥିଲେ ମସ୍କ । ଆଉ ତା’ପରେ କମ୍ପାନୀର ଅର୍ଦ୍ଧାଧିକ କମ୍ପାନୀରୁ ବାହାର କରିଦେଇଛନ୍ତି । କେବଳ ଏତିକି ନୁହେଁ ଏବେ ଆହୁରି କର୍ମଚାରୀଙ୍କୁ ବାହାର ରାସ୍ତା ଦେଖାଇବାକୁ ମସ୍କ ଯୋଜନା କରିଥିବା ବେଳେ ତାଙ୍କର ଏପରି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।