• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟ୍ୱିଟର କିଣିବା ପରେ ଏବେ ଏଲନ୍‌ ମସ୍କ ଙ୍କ ଉପରେ ସତେ ଯେମିତି ଭାରି ପଡ଼ିଛନ୍ତି ଶନି । ଗୋଟିଏ ପଟେ ସାରା ବିଶ୍ୱରେ ତାଙ୍କୁ ସମାଲୋଚନା କରାଯାଉଥିବା ବେଳେ ଅନ୍ୟପଟେ ସେ ଏବେ ଗରିବ ହେଉଛନ୍ତି । କମି କମି ଯାଉଛି ତାଙ୍କର ସମ୍ପତ୍ତି । ଗୋଟିଏ କି ଯୋଡ଼ିଏ ନୁହେଁ ଏକାଥରକେ ୨୦୦ ବିଲିୟନ ଡଲାର ପରିମାଣର ସମ୍ପତ୍ତି ତାଙ୍କର କମିଯାଇଛି ।

ଧନୀ ତାଲିକାର ୧ ନମ୍ବର ତାଲିକାରେ ରହିଥିଲେ ବି ଏବେ ତାଙ୍କର ସମ୍ପତ୍ତିର ପରିମାରଣ ଯେଉଁଭଳି ଭାବେ କମିବାରେ ଲାଗିଛି ତାହା ଆଶ୍ଚର୍ଯ୍ୟଜନକ । ତାକୁ ଦେଖିଲେ ଲାଗୁଛି ଏଲନଙ୍କ ଏହି ୧ ନମ୍ବର ସ୍ଥାନ ବି ଆଉ ବେଶି ଦିନ ନୁହେଁ । କାରଣ ବିଶ୍ୱ ଧନି ତାଲିକାର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ବ୍ୟକ୍ତିଙ୍କ ସମ୍ପତ୍ତି କ୍ଷିପ୍ର ବେଗରେ ଉପରମୁହାଁ ହେବାରରେ ଲାଗିଛି ।

Richest Person In WorldRichest Person In World

୨୦୦ ମିଲିୟନ୍‌ ଅର୍ଥାତ ମୋଟାମୋଟି ହିସାବ କଲେ ୧୬,୩୧,୦୭୦ କୋଟି ଟଙ୍କା ହେବ । ତେବେ ହଠାତ୍‌ ଏତେ ପରିମାଣର ସମ୍ପତ୍ତି କାହିଁକି କମିଲା । ଏବେ ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଆନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ଖବର ଅନୁଯାୟୀ, ଏଲନ୍‌ ୪୪ ମିଳିୟନ୍‌ ଡଲାର ଦେଇ ଟ୍ୱିଟର କିଣିବା ପରେ ତାଙ୍କର ଏଭଳି ସମସ୍ୟା ଉପୁଜିଛି ।

ଇ-ଭେହିକିଲ ପ୍ରସ୍ତୁତ କରୁଥିବା ଟେସ୍‌ଲା କମ୍ପାନୀରେ ନିବେଶ କରିଥିବା ବଡ଼ ବଡ଼ ପୁଞ୍ଜି ନିବେଶକାରୀ ନିଜର ପୁଞ୍ଜି ପ୍ରତ୍ୟାହାର କରିବା ପରେ ଏଲନ୍‌ଙ୍କ ସମ୍ପତ୍ତିରେ ହ୍ରାସ ଘଟିଛି । ଏହି ୨୦୦ ବିଲିୟନ୍ ହ୍ରାସ ପରେ ଫୋବର୍ସ ରିପୋର୍ଟ ଅନୁଯାୟୀ ଏଲନ୍‌ଙ୍କର ଏବେ ମୋଟ ସମ୍ପତ୍ତି ୧୯୪.୮ ବିଲିୟନ ଡଲାର ରହିଛି । ଏପ୍ରିଲ୍‌ରେ ଟେସଲା କମ୍ପାନୀ ନିଜ ମାର୍କେଟ୍‌ ଭ୍ୟାଲ୍ୟୁର ପାଖାପାଖି ୫୦ ପ୍ରତିଶତ ତଳକୁ ଖସିଛି । ଅର୍ଥାତ୍‌ ପ୍ରାୟ ୭୦ ବିଲିୟନ୍‌ ଡଲାର (ପାଖାପାଖି ୫୦,୬୯,୩୮୦ ଟଙ୍କା) ଏହାର ଭ୍ୟାଲ୍ୟୁ କମିଛି ।

ତେବେ ଟେସ୍‌ଲା କମ୍ପାନୀର ଭାଲ୍ୟୁ ଏଥିପାଇଁ ମଧ୍ୟ କମୁଛି ବୋଲି କୁହାଯାଉଛି ଯେ, ଏଲନ୍‌ ଏବେ ଅଧିକାଂଶ ସମୟ ଟ୍ୱିଟରକୁ ଦେଉଛନ୍ତି । ଟ୍ୱିଟର କିଣିବା ପରେ ସେ ଟେସ୍‌ଲା କମ୍ପାନୀକୁ ନେଇ ଅଧିକ ଟ୍ୱିଟ୍‌ ବି କରିନାହାନ୍ତି । ଗୋଟିଏ କି ଦୁଇଟି ଟ୍ୱିଟ୍‌ ଟେସ୍‌ଲାକୁ ନେଇ କରିଥିବା ବେଳେ ସେ ଏବେ ଟ୍ୱିଟ୍‌ର ୟୁଜରଙ୍କଠାରୁ ଟଙ୍କା ନେଇ ବ୍ଲୁ-ଟିକ୍‌ ଦେବା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଛଛନ୍ତି । ଆଉ ଏହି କାମରେ ସେ ବେଶି ବ୍ୟସ୍ତ ରହୁଛନ୍ତି ।