Advertisment

ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ: ବିଦା ହେଲେ ପୁରୁଣା ସିଇଓ, ସିଏଫଓ

ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏ‍ବେ ସଂପୂର୍ଣ୍ଣ ଭାବେ ଏଲନ ମସ୍କଙ୍କ ନିୟନ୍ତ୍ରଣରେ । ମାଲିକାନା ହାସଲ କରିବା ପରେ ପରେ ତୁରନ୍ତ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଓ CFO ନେଡ ସଗେଲଙ୍କୁ ବିଦା କରିଦେଇଛନ୍ତି ଏଲନ । ଏପରିକି ଉଭୟଙ୍କୁ କମ୍ପାନୀ ହେଡ କ୍ୱାଟରରୁ ବାହାର କରି ଦିଆଯାଇଛି।

author-image
Minati Mishra
ଅଦ୍ୟତନ ହୋଇଛି
Elon Musk

Elon Musk Takes Over twitter

ବିଶ୍ୱର ସବୁଠାରୁ ଧନୀ ତଥା ଟେସ୍‌ଲାର ସିଇଓ ଏଲନ ମସ୍କଙ୍କ ହାତରେ ଏବେ ଟ୍ୱିଟରର ମାଲିକାନା। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଏ‍ବେ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ଏଲନ ମସ୍କ । ମାଲିକାନା ହାସଲ କରିବା ପରେ ପରେ ତୁରନ୍ତ କମ୍ପାନୀର CEOପରାଗ ଅଗ୍ରୱାଲ ଓ CFO ନେଡ ସଗେଲଙ୍କୁ ବିଦା କରିଦେଇଛନ୍ତି ଏଲନ । ଏପରିକି ଉଭୟଙ୍କୁ କମ୍ପାନୀ ହେଡ କ୍ୱାଟରରୁ ବାହାର କରି ଦିଆଯାଇଛି। 

Advertisment

ଅଧିକ ପଢ଼ନ୍ତୁ: ଟ୍ୱିଟରରୁ ୭୫% କର୍ମଚାରୀଙ୍କୁ ଛଟେଇ ପାଇଁ ଏଲନ ମସ୍କଙ୍କ ଯୋଜନା ! CEO ମଧ୍ୟ ବିଦା ହୋଇପାରନ୍ତି

ଆନ୍ତର୍ଜାତିକ ମିଡିଆ ରିପୋର୍ଟ ଅନୁସାରେ, ପ୍ରଥମେ ଟ୍ୱିଟରକୁ କିଣିବା ପାଇଁ ମସ୍କ ୪୪ ବିଲିୟନ ଡଲାରର ଚୁକ୍ତି କରିଥିଲେ। ହେଲେ ସ୍ପାମ ଏବଂ ଫେକ ଆକାଉଣ୍ଟକୁ ନେଇ ସେ  ଏହି ଡିଲକୁ ଅଧାରୁ ଅଟକାଇ ଦେଇଥିଲେ। ଏହା ପରେ ଟ୍ୱିଟର ସିଇଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମସ୍କଙ୍କୁ ଏହି ଡିଲ୍‌ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅକ୍ଟୋବର ୨୭ ତାରିଖ ଯାଏ ସମୟ ଦେଇଥିଲେ।

Advertisment

ପୂର୍ବରୁ ଡିଲ୍‌କୁ ନେଇ ପଛଘୁଞ୍ଚା ଦେଉଥିବା ମସ୍କ ଶେଷ ମୁହୂର୍ତ୍ତରେ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ କିଣି ନେଇଛନ୍ତି। ତେବେ ଟ୍ୱିଟରର ସିଇଓ ପରାଗ ଅଗ୍ରୱାଲ ବହିଷ୍କୃତ ହେବା ପରେ ମସ୍କଙ୍କ ସହ କାମ କରିବାକୁ ଚାହୁଁ ନଥିବା ଅନେକ କର୍ମଚାରୀ କମ୍ପାନୀ ଛାଡ଼ିବା ଆରମ୍ଭ କରିଛନ୍ତି। ତେବେ ଆହୁରି ଅନେକ କର୍ମଚାରୀ ଏବେ ବି କମ୍ପାନୀ ସହ ଜଡ଼ିତ ହୋଇ ରହିଛନ୍ତି। ସେମାନେ ମସ୍କଙ୍କ ସହ କାମ କରିବାକୁ ରାଜି ଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: ପୁଅକୁ ଭେଟିବାକୁ ଗଲେ ଗ୍ୟାରେଜରେ ଶୁଅନ୍ତି ଏଲନ୍ ମସ୍କଙ୍କ ମା’ : ହେଲେ କାହିଁକି ?

ଏଠି କହିରଖିବୁ, ଗତବର୍ଷ ନଭେମ୍ବର୍‌ରେ ଭାରତର ପରାଗ ଅଗ୍ରୱାଲ କମ୍ପାନୀର ସିଇଓ ହୋଇଥିଲେ। ପରେ ଏଲନ ମସ୍କ ଟ୍ୱିଟଟରର ସିଂହ ଭାଗ ଶେୟାର କିଣିଥିଲେ। ଏହାପରେ ସେ ପୂରା ଟ୍ୱିଟରକୁ କିଣିବା ପାଇଁ ୪୪ ବିଲିୟନର ଡିଲ କରିଥିଲେ।

Twitter Elon Musk Social Media
Advertisment
Advertisment