• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ମା’ ଗ୍ୟାରେଜରେ ଶୁଅନ୍ତି । ବିଶ୍ୱାସଯୋଗ୍ୟ ନହେଲେ ମଧ୍ୟ ଏହା ନିରାଟ ସତ କଥା । ଏଲନ୍ ମସ୍କଙ୍କ ମା ମାୟେ ମସ୍କ (Maye Musk)  ଟାଇମ୍ସ ସହ ଆଲୋଚନା ସମୟରେ ନିଜେ ଏକଥା କହିଛନ୍ତି । ଏଲନଙ୍କୁ ଭେଟିବା ପାଇଁ ଟେକ୍ସାସ ସ୍ଥିତ ସ୍ପେସ‌ଏକ୍ସ ମୁଖ୍ୟାଳୟକୁ ଗଲେ, ତାଙ୍କୁ ଗ୍ୟାରେଜ୍‌ରେ ଶୋଇବାକୁ ପଡ଼େ । କାରଣ ସେଠାରେ ଏଲନଙ୍କର ନିଜସ୍ୱ ଘର ନାହିଁ । 

କ’ଣ କହିଲେ ଏଲନ୍‌ଙ୍କ ମା’ ?

୭୪ ବର୍ଷ ବୟସ୍କ ଏଲନ୍‌ ମସ୍କଙ୍କ ମା’ ମାୟେ ମସ୍କ ସେ ଜଣେ ମଡେଲ୍ ଏବଂ ସମାଜସେବୀ ଅଟନ୍ତି । ଏଲନ୍‌ଙ୍କ ମା’ କହିଛନ୍ତି, ପୁଅର ପାଖରେ କେତେ ସମ୍ପତ୍ତି ଅଛି, ତାହା ଜାଣିବା ପାଇଁ ସେ ଆଗ୍ରହୀ ନୁହଁନ୍ତି । କିନ୍ତୁ ରକେଟ୍ ସାଇଟ୍ ନିକଟରେ ରହିବା ପାଇଁ ସେ ଘର ରଖିନାହାନ୍ତି । ତେଣୁ ବାଧ୍ୟ ହୋଇ ତାଙ୍କ ଗ୍ୟାରେଜରେ ହିଁ ଶୋଇବାକୁ ପଡ଼େ । 

ଏଲନ୍‌ଙ୍କ ପାଖରେ କ’ଣ ସତରେ ନିଜ ଘର ନାହିଁ ?

ଏଲନ୍ ମସ୍କର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୨୯ ବିଲିୟନ ଡ଼ଲାର୍ । ତଥାପି ତାଙ୍କର ନିଜର ଘର ଟିଏ ବୋଲି ନାହିଁ । ପୂର୍ବରୁ ଏଲନ୍‌ ମସ୍କ ନିଜେ କହିଥିଲେ ତାଙ୍କ ପାଖରେ କୌଣସି ଘର ନାହିଁ । ସେ ନିଜ ସାଙ୍ଗମାନଙ୍କ ଘରେ ରୁହନ୍ତି । ତେବେ କେବେ କେମିତି ସମୟ ବିତାଇବା ପାଇଁ ବୋକାଚିକାରେ ସେ ୫୦,୦୦ ଡଲାରରେ ଭଡା ସୂତ୍ରରେ ଏକ ଘର ନେଇଛନ୍ତି । ୨୦୨୦ ମସିହାରେ ସେ ତାଙ୍କର ସମସ୍ତ ସମ୍ପତ୍ତି ବିକ୍ରୟ କରିବାକୁ କହିଥିଲେ ।

ତେବେ ଏଲନଙ୍କ ପିଲାଦିନ ଭାରି କଷ୍ଟରେ କଟିଛି । ପରିବାରକୁ ଖୁବ କଷ୍ଟଦାୟକ ସମୟ ଦେଇ ଗତି କରିବାକୁ ପଡ଼ିଛି । ଆର୍ଥିକ ଦୁସ୍ଥିତି ପାଇଁ ହିଁ ସ୍ୱାମୀ ଏରୋଲ୍ ମସ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇଥିବା କହିଛନ୍ତି ଏଲୋନ୍‌ଙ୍କ ମା’ । ଏରୋଲ ମସ୍କଙ୍କ ଔରସରୁ ମାୟେଙ୍କର ୩ ସନ୍ତାନ ଅଛନ୍ତି । ସେମାନେ ହେଲେ ଏଲୋନ, କିମ୍ବଲ ଏବଂ ଟୋସ୍କା । ଏଲୋନ୍‌ ତିନି ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼ । ଅନେକ କଷ୍ଟ କରି ଏଲନ୍‌ ଏତେ ବଡ଼ ସମ୍ପତ୍ତିର ମାଲିକ ହୋଇ ପାରିଛନ୍ତି ।