Advertisment

Chariot to Glide on Sukhoi Tyres: ସୁଖୋଇ ଫାଇଟର୍ ଜେଟ୍ ଟାୟାରରେ ଗଡ଼ିବ ଶ୍ରୀଜଗନ୍ନାଥଙ୍କ ରଥ, ଏହି କମ୍ପାନୀକୁ ଅର୍ଡର....

ସୁଖୋଇ ଫାଇଟର୍ ଜେଟ୍ ଟାୟାରରେ ଗଡ଼ିବ ଶ୍ରୀଜଗନ୍ନାଥଙ୍କ ରଥ । MRF ଯୋଗାଇଦେବ ଏହି ଟାୟାର । ଏହି ଟାୟାର ଲଗାଇବା ପରେ ଆଉ କୌଣସି ସମସ୍ୟା ଦେଖାଦେବ ନାହିଁ ବୋଲି ଆଶା ରହିଛି । କୋଲକାତା ଇସ୍କନ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
ISKCON to use sukhoi tyres

ISKCON to use sukhoi tyres

ଶ୍ରୀଜଗନ୍ନାଥଙ୍କ ରଥରେ ଲାଗିବ ସୁଖୋଇ ଟାୟାର । ଚଳିତବର୍ଷ କୋଲକାତାରେ ଇସ୍କନ ରଥଯାତ୍ରା ପାଇଁ ଏମିତି କିଛି ଆୟୋଜନ ହୋଇଛି । ରଥ ପାଇଁ ମୁଖ୍ୟତଃ ସ୍ୱତନ୍ତ୍ର କାଠରେ ଚକ ନିର୍ମାଣ ହେଉଥିବାବେଳେ ଇସ୍କନ ଲଗାଇବାକୁ ଯାଉଛି ସୁଖୋଇ ଫାଇଟର ଜେଟ୍ ଟାୟାର । ପୂର୍ବରୁ ବୋଇଂ ବିମାନ ଟାୟାର ବ୍ୟବହାର କରୁଥିଲା କୋଲକାତା ଇସ୍କନ । ଏହି ଟାୟାର ରନୱେ କ୍ଷମତା ଘଣ୍ଟା ପ୍ରତି ୨୮୦ କିଲୋମିଟର ରହିଛି । ଗତବର୍ଷ ଷ୍ଟିୟରିଂ ଖରାପ ଥିବା କାରଣରୁ ଏହି ପରିବର୍ତ୍ତନ କରାଯାଇଥିବା କୁହାଯାଉଛି । ଏହି ଟାୟାରର ଓଜନ ୧୧୦ କିଲୋଗ୍ରାମ ହୋଇଥିବାବେଳେ ଏହା ୪ ଫୁଟ୍ ବ୍ୟାସାର୍ଦ୍ଧ ବିଶିଷ୍ଟ । ସୁଖୋଇ ଫାଇଟର ଜେଟ୍ ଟାୟାର(Su-30MKI) ନିର୍ମାଣ କରୁଛି MRF । ଏହି ଟାୟାରର ଘଣ୍ଟା ପ୍ରତି ପ୍ରାୟ  ଦେଢ କିଲୋମିଟର ବେଗରେ ଗଡିବାର କ୍ଷମତା ରହିଛି ।

Advertisment

କୋଲକାତା ଇସ୍କନ ଉପାଧ୍ୟକ୍ଷ ରାଧାରମଣ ଦାସଙ୍କ କହିଛନ୍ତି, "ଆମେ ଯେତେବେଳେ MRFକୁ  ଯୋଗାଯୋଗ କରିଥିଲୁ, ରଥ ପାଇଁ ଏହି ଟାୟାର ନିର୍ମାଣ କଥା ଶୁଣି ପ୍ରଥମେ ବିଶ୍ୱାସ କରିପାରିନଥିଲେ କମ୍ପାନୀ ଅଧିକାରୀ । ସେମାନେ ରଥର ନିରୀକ୍ଷଣ କରିବାକୁ କୋଲକାତା ଆସିଥିଲେ । ପରେ ବୋଇଂ ବିମାନ ଟାୟାରରେ ରଥ ୪୮ ବର୍ଷ ଧରି ଚାଲୁଥିବା ସେମାନେ ଦେଖିଥିଲେ। ସୁଖୋଇ ଟାୟାର ମଜବୁତ ହୋଇଥିବାରୁ ଆମେ ତାଙ୍କୁ ନିବେଦନ କରିଥିଲୁ । ଆଉ ସେ ଟାୟାର ବିକ୍ରି ପାଇଁ ଶେଷରେ ରାଜି ହୋଇଛନ୍ତି । ଏଥିପାଇଁ ପହିଆ ଡ୍ରମ, ବେସ୍ ଫ୍ରେମ ଏବଂ ଏକ୍ସିଲ ଫିଟିଂ ଆଦି ପରିବର୍ତ୍ତନ କରିବାକୁ ହେବ । କିନ୍ତୁ ରଥରେ ଲାଗିଥିବା ପାରମ୍ପରିକ କାଠ ଏବଂ ଲୁହା ଆଦି ପୂରା ସୁରକ୍ଷିତ ରହିବ ।"

ଅଧିକ ପଢନ୍ତୁ : ଏଥର ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ହଜାରେ ବସ୍, ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ

Advertisment
Kolkata Rath Yatra ISKCON
Advertisment
Related Articles
Advertisment