Advertisment

Indian Lawmakers Pay Tribute to Terror Victims: ଆଲଜେରିଆରେ ପହଲଗାମ୍ ଆତଙ୍କୀ ହମଲା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଆଲଜେରିଆରେ ପାକିସ୍ତାନର ଆତଙ୍କୀ ମୁଖା ଖୋଲିବା ସହ ପହଲଗାମ୍ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ମୃତକଙ୍କ ସ୍ମୃତିରେ କ୍ୟାଣ୍ଡେଲ ଜଳାଇଛନ୍ତି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Algeria visit

Algeria visit

ଉତ୍ତର ଆଫ୍ରିକୀୟ ଦେଶ ଆଲଜେରିଆରେ ପାକିସ୍ତାନର ମୁଖା ଖୋଲିଲେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ। ଆଲଜେରିଆର ମକାମ୍ ଏଚାହିଦ୍ ରେ ଜାତୀୟ ସହିଦ ସ୍ମାରକୀ ଏବଂ ଜାତୀୟ ମୁଜାହିଦ୍ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ସର୍ବଦଳୀୟ ଟିମ। ଏହାସହ ଡେମ୍ ଡି' ଆଫ୍ରିକା ଚର୍ଚ୍ଚ ପରିଦର୍ଶନ କରିଥିଲେ ଏବଂ ପହଲଗାମ୍ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ମୃତକଙ୍କ ସ୍ମୃତିରେ କ୍ୟାଣ୍ଡେଲ ଜଳାଇଥିଲେ। ବାହାରିନ୍, କୁଏତ ଓ ସାଉଦି ଆରବ ପରେ ଚତୁର୍ଥ ଦେଶ ଭାବେ ଆଲଜେରିଆ ଗସ୍ତ କରିଛି ଏହି ସର୍ବଦଳୀୟ ଟିମ୍। ସେଠାରେ ମଧ୍ୟ ପାକିସ୍ତାନର ଆତଙ୍କୀ ମୁଖା ଖୋଲିବା ସହ ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟକୁ ସ୍ପଷ୍ଟ କରାଯାଇଛି।

Advertisment

ଅଧିକ ପଢନ୍ତୁ: ଆଲଜେରିଆରେ ପାକିସ୍ତାନର ମୁଖା ଖୋଲିଲା ସର୍ବଦଳୀୟ ଟିମ୍‌

ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ମେ ୭ ତାରିଖରେ ‘ଅପରେସନ ସିନ୍ଦୂର’ ଅଧିନରେ ପାକ ଓ ପିଓକେର ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ ପରେ ଭାରତର ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବିଦେଶ ଗସ୍ତରେ ଅଛନ୍ତି। ଭାରତ ସାରା ବିଶ୍ୱକୁ ଆତଙ୍କବାଦ ବିରୋଧରେ ଦେଶର ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଜଣାଇବା ସହିତ ‘ଅପରେସନ ସିନ୍ଦୂର’ର ସଫଳତା ବଖାଣୁଛି। ଏହା ସହିତ ପାକିସ୍ତାନର ଅପପ୍ରଚାରକୁ ମଧ୍ୟ ରୋକୁଛି। ଏହି ଟିମ୍ ସାଉଦି ଆରବ, କୁଏତ, ବାହାରିନ, ଆଲଜେରିଆ, ୟୁକେ, ଫ୍ରାନ୍ସ, ଜର୍ମାନୀ, ୟୁରୋପୀୟ ସଂଘ, ଇଟାଲୀ, ଡେନମାର୍କ, ଇଣ୍ଡୋନେସିଆ, ମାଲେସିଆ, କୋରିଆ, ଜାପାନ, ସିଙ୍ଗାପୁର, ୟୁଏଇ, ଲାଇବେରିଆ, କଙ୍ଗୋ, ସିଏରା ସିଓନି, ୟୁଏସ, ପାନାମା, ଗୁଏନା, ବ୍ରାଜିଲ, କଲୋମ୍ବିଆ, ସ୍ପେନ, ଗ୍ରୀସ, ସ୍ଲୋଭେନିଆ, ଲାଟଭିଆ, ଋଷିଆ, ଇଜିପ୍ଟ, କତାର, ଇଥିଓପିଆ ଏବଂ ସାଉଥ ଆଫ୍ରିକା ଗସ୍ତରେ ଅଛନ୍ତି।

ଅଧିକ ପଢନ୍ତୁ: ସାଉଦି ଆରବରେ ପାକିସ୍ତାନର ମୁଖା ଖୋଲିବେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ

Advertisment
Kendrapara MP Baijayant Panda Pahalgam Terrorist Attack
Advertisment
Advertisment