Advertisment

Defence Budget Increase India: ଅପରେସନ୍ ସିନ୍ଦୂରର ସଫଳତା: ବଢିପାରେ ପ୍ରତିରକ୍ଷା ବଜେଟ

ପାକ୍ ବିରୋଧରେ ଅପରେସନ ସିନ୍ଦୂରର ସଫଳତା ପରେ ବଢିପାରେ ପ୍ରତିରକ୍ଷା ବଜେଟ। ସେନାକୁ ଅଧିକ ସଶକ୍ତ କରିବାକୁ ପ୍ରତିରକ୍ଷା ବଜେଟ ଆଉ ୫୦ ହଜାର କୋଟି ବଢାଇପାରନ୍ତି କେନ୍ଦ୍ର ସରକାର । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

author-image
Tapaswini Nayak
ଅଦ୍ୟତନ ହୋଇଛି
 Picture Watermark? indian army

indian army

ପାକ୍ ବିରୋଧରେ ଅପରେସନ ସିନ୍ଦୂରର ସଫଳତା ପରେ ବଢିପାରେ ପ୍ରତିରକ୍ଷା ବଜେଟ। ସେନାକୁ ଅଧିକ ସଶକ୍ତ କରିବାକୁ ପ୍ରତିରକ୍ଷା ବଜେଟ ଆଉ ୫୦ ହଜାର କୋଟି ବଢାଇପାରନ୍ତି କେନ୍ଦ୍ର ସରକାର । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Advertisment

ଅଧିକ ପଢ଼ନ୍ତୁ:  ପାକିସ୍ତାନରେ ଭୟଙ୍କର ପରମାଣୁ ରିଆକ୍ସନ୍, ଲୋକଙ୍କୁ ଘର ଛାଡ଼ି ପଳାଇଯିବାକୁ ନିର୍ଦ୍ଦେଶ !

ସ୍ୱତନ୍ତ୍ର ସହାୟତା ମିଶିଲେ ପ୍ରତିରକ୍ଷା ବଜେଟ ୭ଲକ୍ଷ କୋଟି ଟପିବ। ଗତ ଫେବ୍ରୁଆରୀରେ ଉପସ୍ଥାପିତ ବଜେଟରେ ସଶସ୍ତ୍ର ବାହିନୀ ପାଇଁ ୬ ଲକ୍ଷ ୮୧ ହଜାର କୋଟିର ବ୍ୟୟବରାଦ ହୋଇଥିଲା।

Advertisment

ତେବେ ସଂସଦର ଶୀତ ଅଧିବେଶନରେ ସ୍ୱତନ୍ତ୍ର ସହାୟତାକୁ ମଂଜୁରୀ ମିଳିପାରେ । ସ୍ୱତନ୍ତ୍ର ଅନୁଦାନକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ, ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ କ୍ରୟ ପାଇଁ ବ୍ୟବହାର କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ,  ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀଙ୍କ ନରସଂହାର ପରେ ପାକ୍ ବିରୋଧରେ ପ୍ରତିଶୋଧ ନେଇଥିଲା ଭାରତ। ପାକିସ୍ତାନ ଏବଂ ପାକ-ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିରଗୁଡ଼ିକୁ ଖୋଜି ଖୋଜି ଟାର୍ଗେଟ କରିଥିଲା ଭାରତୀୟ ସେନା।

ଅଧିକ ପଢନ୍ତୁ: ଗଦ୍ଦାର ତୁର୍କୀର ଗାଲକୁ ଭାରତୀୟଙ୍କ ଶକ୍ତ ଚାପୁଡ଼ା

India Pakistan Operation Sindoor
Advertisment
Advertisment