/odishatv-khabar/media/post_attachments/uploadimage/library/16_9/16_9_0/China_1748077132.jpg)
China
ଭାରତ ସହ ଉତ୍ତେଜନା ଭିତରେ ପାକିସ୍ତାନକୁ ବହୁ କ୍ଷତି ସହିବାକୁ ପଡିଛି । ଭାରତୀୟ ଆର୍ମିର ଆଟାକରେ କେବଳ ପାକିସ୍ତାନର ଏୟାରବେସ ଧ୍ୱଂସ ହୋଇ ନାହିଁ, ବରଂ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଛି । ଏବେ ଚାଇନା ପୁଣି ଥରେ ପାକିସ୍ତାନକୁ ସହାୟତା କରିବାକୁ ଆଗେଇ ଆସିଛି । ଗତ ମେ ୧୬ରେ ଚାଇନା ଓ ପାକିସ୍ତାନର ମିଲିଟାରୀ ଅଧିକାରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ, ଚୀନର ସାମରିକ ସାଟେଲାଇଟ ‘ବୈଡୁ’କୁ ପାକିସ୍ତାନ ସେନାକୁ ଆହୁରି ଅଧିକ ସଂଖ୍ୟାରେ ଯୋଗାଇ ଦେବା ପାଇଁ ଆଲୋଚନା ହୋଇଥିଲା ।
ନିକଟରେ ଭାରତ କରିଥିବା ‘ଅପରେସନ ସିନ୍ଦୂର’ରେ ଭାରତକୁ ଜବାବ ଦେବା ପାଇଁ ଚାଇନା ପାକିସ୍ତାନକୁ ତା’ର ସାଟେଲାଇଟ କଭରେଜ ପ୍ରଦାନ କରିଥିଲା । କିନ୍ତୁ ଚାଇନାର ଏହି ସାଟେଲାଇଟ କଭରେଜ ଦ୍ୱାରା ପାକିସ୍ତାନର ଆତଙ୍କୀ ଆଡ୍ଡା, ଏୟାର ବେସ୍, ଓ ରାଡାର ସିଷ୍ଟମକୁ ଧ୍ୱଂସ କରିବାରେ ରକ୍ଷା କରାଇ ପାରିନଥିଲା । ତା’ପରେ ବି ଚାଇନା ପାକିସ୍ତାନକୁ ସାହାଯ୍ୟ କରିବାକୁ ଆଗେଇ ଆସିବାକୁ ପଛଘୁଞ୍ଚା ଦେଉନାହିଁ ଏବଂ ସାଟେଲାଇଟ କଭରେଜ ବୃଦ୍ଧି କରିବାକୁ ଚିନ୍ତା କରୁଛି ।
ଅଧିକ ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର ଶକ୍ତ ଚାପୁଡା; ଖୋଲିଲା ପାକିସ୍ତାନର ଅସଲ ମୁଖା
ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ସାଟେଲାଇଟ କଭରେଜ ସାହାଯ୍ୟରେ ପାକିସ୍ତାନ ସେନାକୁ ସହାୟତା କରିବା ସହ ଭାରତୀୟ ସେନାର କାର୍ଯ୍ୟକଳାପ ଉପରେ ଏହି ସାଟେଲାଇଟ ଜରିଆରେ ସେମାନଙ୍କୁ ସୂଚନା ଦେବା ହିଁ ଚାଇନା ଓ ପାକିସ୍ତାନର ଏହି ଆଲୋଚନାର ମୂଳ ଲକ୍ଷ୍ୟ ଥିଲା । ଏହି ବୈଠକରେ ୫-ଜି ଯୋଗାଯୋଗ ସିଷ୍ଟମରେ ରିଅଲ ଟାଇମ ସମନ୍ୱୟ ଓ ମନିଂଟରିଂ ଦକ୍ଷତା ବୃଦ୍ଧି କରିବାକୁ ଆଲୋଚନା ହୋଇଥିଲା ।
ଭାରତ ସହ ସଂଘର୍ଷ ସମୟରେ ପାକିସ୍ତାନ ଚାଇନାର ଫାଇଟର ଜେଟ ବ୍ୟବହାର କରିଥିଲା । ଭାରତୀୟ ସେନା ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ AQ-9 କୁ ଲାହୋରରେ ଧ୍ୱଂସ କରି ଦେଇଥିଲା । ଯାହା ଚାଇନା ନିର୍ମିତ ଥିଲା । ତେଣୁ ଏହା କେବଳ ପାକିସ୍ତାନକୁ ନୁହେଁ, ବରଂ ଚାଇନାକୁ ମଧ୍ୟ ଏକ ଶକ୍ତ ଝଟକା ଥିଲା । ସେହି ସମୟରେ ଭାରତ ପାକିସ୍ତାନୀ ସେନାର ଗତିବିଧି ଉପରେ ନଜର ରଖିବା ପାଇଁ ୧୦ଟି ସାଟେଲାଇଟ ମୁତୟନ କରିଥିଲା । ଯାହା ଭାରତକୁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ସମୟରେ ବହୁ ଫଳପ୍ରଦ ହୋଇଥିଲା ।
ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ୬-୭ ତାରିଖ ରାତିରେ ପାକିସ୍ତାନ ଓ ପିଓକେର ୯ଟି ଆତଙ୍କୀ ଆଡ୍ଡା ଉପରେ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ । ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଜହାରକୁ ବହୁ କ୍ଷତି ସହିବାକୁ ପଡିଥିଲା । ତା’ ପରିବାରର ୧୦ ଜଣ ସଦସ୍ୟ ଓ ୪ ଜଣ ସହଯୋଗୀଙ୍କ ମୃତ୍ୟୁ ହୋଇଥିଲା । ପ୍ରତିଜବାବ ସ୍ୱରୂପ ପାକିସ୍ତାନ ତୁର୍କୀ ନିର୍ମିତ ଡ୍ରୋନରେ ଭାରତକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ସେଗୁଡିକୁ ଆକାଶରେ ହିଁ ଖସାଇ ଦେଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)