• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶରେ ଧୀରେ ଧୀରେ ଦରିଦ୍ରଙ୍କ ସଂଖ୍ୟା କମୁଛି । ଅର୍ଥାତ୍‌ ଧନୀ ହେଉଛି ଦେଶ । ଗତ ୧୫ ବର୍ଷ ଭିତରେ ଭାରତରେ ଗରିବ ଲୋକଙ୍କ ସଂଖ୍ୟା ୪୧.୫ କୋଟି ହ୍ରାସ ପାଇଛି । ମିଳିତ ଜାତିସଂଘର ସଦ୍ୟତମ ରିପୋର୍ଟରେ ଅନୁସାରେ ୨୦୦୫-୦୬ରୁ ୨୦୧୯-୨୧ ମଧ୍ୟରେ କୋଟି କୋଟି ଲୋକ ଦାରିଦ୍ର୍ୟକୁ ମାତ୍‌ ଦେଇ ବାହାରି ଆସିଛନ୍ତି । ଏହି ସମୟ ମଧ୍ୟରେ ଦାରିଦ୍ର୍ୟ ୫୫%ରୁ ହ୍ରାସ ପାଇ ୧୬ ପ୍ରତିଶତରେ ପହଞ୍ଚିଛି । ତେବେ ଗରିବଙ୍କ ସଂଖ୍ୟାରେ ହ୍ରାସ ଘଟିଥିଲେ ମଧ୍ୟ ଏବେବି ବିଶ୍ୱର ସର୍ବାଧିକ ଗରିବ ଲୋକ ଭାରତରେ ବାସ କରୁଛନ୍ତି ।


ଅଧିକ ପଢ଼ନ୍ତୁ: ଦେଶର ୭୫ ଜିଲ୍ଲାରେ ଖୋଲିବ ଡିଜିଟାଲ ବ୍ୟାଙ୍କିଂ ୟୁନିଟ୍

ଭାରତର ଏହି ସଫଳତାକୁ ବିକାଶର ଲକ୍ଷ୍ୟ ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି କୁହାଯାଉଛି । ଫଳରେ ୨୦୩୦ ସୁଦ୍ଧା ଦେଶ ରେ ଗରିବଙ୍କ ସଂଖ୍ୟା ଅଧା ହେବା ସହ ବିକାଶ ଲକ୍ଷ୍ୟ ହାସଲ କରିବା ସମ୍ଭବ ହୋଇପାରିବ । ଏହି ରିପୋର୍ଟ ଅନୁସାରେ, 'ସ୍ଥାୟୀ ବିକାଶ ଲକ୍ଷ୍ୟ ଦୃଷ୍ଟିକୋଣରୁ ଭାରତର ସ୍ଥିତି ଏବେ ଅଧ୍ୟୟନଯୋଗ୍ୟ । ଦେଶରୁ ଦାରିଦ୍ର୍ୟକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ଏବଂ ୨୦୩୦ ସୁଦ୍ଧା ଦାରିଦ୍ର ସୀମାରଖା ତଳେ ଜୀବନ ବିତାଉଥିବା ସମସ୍ତ ପୁରୁଷ, ମହିଳା ଏବଂ ଶିଶୁଙ୍କ ସଂଖ୍ୟାକୁ ଅଧା କରିବା ସମ୍ପର୍କରେ ଅଧ୍ୟୟନ ହୋଇପାରିବ । ତେବେ ୧୫ ବର୍ଷରେ ପ୍ରାୟ ୪୧.୫ କୋଟି ଲୋକ ଗରିବୀ ସୀମା ରେଖା ଉପରକୁ ଆସିବା ଏକ ଐତିହାସିକ ପରବର୍ତ୍ତନ କହିଲେ ଚଳେ ।

୨୦୧୯-୨୧ରେ ଏହି ୨୨.୮୯ କୋଟି ଗରିବ ଲୋକଙ୍କୁ ଦାରିଦ୍ର୍ୟର ସୀମା ରେଖା ତଳୁ ବାହାର କରିବା ଏକ ଚ୍ୟାଲେଞ୍ଜ । ତେବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏହି ସଂଖ୍ୟା ବଢ଼ିବାର ମଧ୍ୟ ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ ୨୦୧୯-୨୧ ମସିହାରେ ଭାରତରେ ୯.୭ କୋଟି ପିଲା ଦାରିଦ୍ର୍ୟ ସୀମା ରେଖା ତଳେ ଥିଲେ, ଯାହାକି ଅନ୍ୟ ଦେଶରେ ଥିବା ଗରିବଙ୍କ ସଂଖ୍ୟାଠାରୁ ଅଧିକ । ତଥାପି ବହୁମୁଖୀ ନୀତି ଅନୁସାରେ ସମନ୍ୱିତ ହସ୍ତକ୍ଷେପ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଉନ୍ନତି ଆଣିପାରେ ବୋଲି କୁହାଯାଉଛି ।

ତେବେ ଏହି ରିପୋର୍ଟ ଅନୁସାରେ ସମସ୍ତ ପ୍ରୟାସ ସତ୍ତ୍ୱେ କୋଭିଡ -୧୯ ମହାମାରୀର ପ୍ରଭାବ ତଥା ଖାଦ୍ୟ ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି ହେତୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ସମନ୍ୱିତ ନୀତିକୁ ପ୍ରାଥମିକତା ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଦାରିଦ୍ର୍ୟ ଉପରେ କୋଭିଡ ୧୯ ମହାମାରୀର ପ୍ରଭାବ ସମ୍ପୂର୍ଣ୍ଣ ଆକଳନ କରାଯାଇ ନାହିଁ ।