Advertisment

India's Operation Sindoor Success Against Terrorism: ‘ଅପରେସନ ସିନ୍ଦୂର’ର ସଫଳତା ବଖାଣିଲେ; ପାକ୍‌ର ମୁଖା ଖୋଲିଲେ

ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟରେ ଭାରତ କରିଥିବା ‘ଅପରେସନ ସିନ୍ଦୂର’ ର ସଫଳତା ଓ ପାକିସ୍ତାନର ମୁଖା ଖୋଲିବାକୁ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ଗସ୍ତ କରିଛନ୍ତି ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ। ବାହାରିନରେ ଭାରତୀୟ ଦୂତାବାସରେ ପ୍ରବାସୀ ଭାରତୀୟ ନେତାଙ୍କ ସହ ଏକ ବୈଠକ ହୋଇଥିବା କହିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।

author-image
Chinmayee Sahoo
ଅଦ୍ୟତନ ହୋଇଛି
Baijayant Panda-led delegation

Baijayant Panda-led delegation

ବିଶ୍ବ ସମୁଦାୟ ଆଗରେ ପାକିସ୍ତାନର ଆତଙ୍କୀ ମୁଖା ଖୋଲିବାକୁ ବିଦେଶ ଗସ୍ତରେ ସଂସଦୀୟ ପ୍ରତିନିଧି ଦଳ। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ଗସ୍ତ କରିଛନ୍ତି। ଏହି କ୍ରମରେ ଗତକାଲି ପ୍ରଥମେ ବାହାରିନରେ ପହଞ୍ଚିବା ପରେ ରାଜଧାନୀ ମାନାମା ଯାଇଥିଲେ।

Advertisment

ସେଠାରେ ଭାରତୀୟ ଦୂତାବାସରେ ପହଞ୍ଚି ସର୍ବଦଳୀୟ ପ୍ରତିନିଧି ଦଳ ପ୍ରବାସୀ ଭାରତୀୟ ନେତାଙ୍କୁ ଭେଟି ଆଲୋଚନା କରିଥିଲେ। ବାହାରିନର ଶୀର୍ଷ ନେତୃତ୍ବଙ୍କ ସହ ଭାରତ କରିଥିବା ‘ଅପରେସନ ସିନ୍ଦୂର’ର ସଫଳତା ବିଷୟରେ ବଖାଣିବା ସହ ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ବିଷୟରେ କହିଥିଲେ।

ଅଧିକ ପଢ଼ନ୍ତୁ: ପୁଣି ପାକିସ୍ତାନକୁ ସାହାଯ୍ୟ କରିବାକୁ ଆଗେଇ ଆସିଲା ଚୀନ:ଭାରତ ଉପରେ ଏମିତି ରଖିବେ ନଜର

Advertisment

ଏହି ଅବସରରେ ଆତଙ୍କବାଦ ବିରୋଧରେ ଭାରତର ଏକତା ଓ କଠୋର ଆଭିମୁଖ୍ୟ ବାବଦରେ ଅବଗତ କରାଇଥିବା କହିଛନ୍ତି ସର୍ବଦଳୀୟ ପ୍ରତିନିଧି ଦଳ ମୁଖ୍ୟ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ‘‘ବାହାରିନରେ ଭାରତୀୟ ଦୂତାବାସରେ ପ୍ରବାସୀ ଭାରତୀୟ ନେତାଙ୍କ ସହ ଫଳପ୍ରଦ ବୈଠକ ହେଲା। ବାହାରିନ ଭାରତୀୟ ସମ୍ପ୍ରଦାୟ ବାବଦରେ ବହୁତ ଚିନ୍ତା କରିଥାଏ। ସେମାନେ ୧୪୦ କୋଟି ଭାରତୀୟଙ୍କ ସ୍ୱର ଓ ଭାରତରେ ବଢ଼ୁଥିବା ସଫ୍ଟ ପାୱାରର ପ୍ରତିନିଧିତ୍ୱ କରନ୍ତି। ମୁକ୍ତ ଓ ସ୍ପଷ୍ଟ ଭାବରେ ଆଲୋଚନା ହେଲା। କିଭଳି ବହୁ ଦଶନ୍ଧି ଧରି ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ କରି ଆସୁଛି ସେନେଇ ଅନେକ ତଥ୍ୟ ପ୍ରମାଣ ଦିଆଯାଇଛି। ପ୍ରବାସୀ ଭାରତୀୟ ବିଶ୍ୱସ୍ତରରେ ସଫଳ ହୋଇଛନ୍ତି। ଏହା ଆମ ସମସ୍ତଙ୍କୁ ବହୁତ ଗର୍ବିତ କରେ’’ ବୋଲି ବୈଜୟନ୍ତ କହିଛନ୍ତି।

ଗତ କାଲି ବାହାରିନରେ ପହଞ୍ଚିବା ପରେ ରାଷ୍ଟ୍ରଦୂତ ବିନୋଦ କେ ଯାକୋବ ପ୍ରତିନିଧି ଦଳକୁ ସ୍ବାଗତ କରିଥିଲେ। ବୈଜୟନ୍ତ ପଣ୍ଡାଙ୍କ ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମ ନବୀ ଆଜାଦ, ସାଂସଦ ଅସଦୁଦ୍ଦିନ ଓୱେସି, ନିଶିକାନ୍ତ ଦୁବେ, ରେଖା ଶର୍ମା, ସତନାମ୍ ସାନ୍ଧୁ, ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ପ୍ରମୁଖ ଗସ୍ତ କରିଛନ୍ତି। ଏହି ପ୍ରତିନିଧି ଦଳ ବାହାରିନ ପରେ ସାଉଦି ଆରବ, କୁଏତ ଓ ଆଲଜେରିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର ଶକ୍ତ ଚାପୁଡା; ଖୋଲିଲା ପାକିସ୍ତାନର ଅସଲ ମୁଖା

Kendrapara MP Baijayant Panda Operation Sindoor
Advertisment
Advertisment