Advertisment

Prakriti From Nepal: ନେପାଳର ଆଉଜଣେ ପ୍ରକ୍ରିତିକୁ ନେଇ ବିଶ୍ଵ ସାରା ଚର୍ଚ୍ଚା

ଇତି ମଧ୍ୟରେ ଆଉ ଜଣେ ପ୍ରକ୍ରିତିଙ୍କୁ ନେଇ ସମଗ୍ର ବିଶ୍ବରେ ଚର୍ଚ୍ଚା ସୃଷ୍ଟି ହୋଇଛି। ନିଜର ହାତଲେଖା ବା ହ୍ୟାଣ୍ଡରାଇଟିଙ୍ଗ ପାଇଁ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଅଦ୍ୟତନ ହୋଇଛି
prakriti lamsal

prakriti lamsal

Advertisment

କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ବିଟେକ ତୃତୀୟ ବର୍ଷ ଛାତ୍ରୀ ପ୍ରକ୍ରିତି ଲାମସାଲ ଆତ୍ମହତ୍ୟା ମାମଲା ବେଶ ଚର୍ଚ୍ଚାରେ ରହିଛି। ଏହି ଘଟଣାକୁ ନେଇ ଭାରତ ଓ ନେପାଳର ଦ୍ବିପାକ୍ଷିକ ସମ୍ପର୍କ ମଧ୍ୟ ପ୍ରଭାବିତ ହୋଇଥିଲା। କେବଳ ଭାରତନେପାଳ ନୁହେଁ ସମଗ୍ର ବିଶ୍ବରେ ଏହି ଘଟଣାକୁ ନେଇ ଆଲୋଡନ ଖେଳି ଯାଇଥିଲା। ତେବେ ଇତି ମଧ୍ୟରେ ଆଉ ଜଣେ ପ୍ରକୃତିଙ୍କୁ ନେଇ ସମଗ୍ର ବିଶ୍ବରେ ଚର୍ଚ୍ଚା ସୃଷ୍ଟି ହୋଇଛି। ନିଜର ହାତଲେଖା ବା ହ୍ୟାଣ୍ଡରାଇଟିଙ୍ଗ ପାଇଁ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Advertisment

ଏହି ଛାତ୍ରୀ ଜଣଙ୍କ ନିକଟରେ ପୁରସ୍କୃତ କରାଯାଇଥିଲା। ତାଙ୍କ ହସ୍ତାକ୍ଷର କମ୍ପ୍ୟୁଟରକୁ ବି ମାତ ଦେଇଦେବ। ତାଙ୍କ ହାତଲେଖାକୁ ପୃଥିବୀର ସବୁଠାରୁ ସୁନ୍ଦର ହାତଲେଖା ମଧ୍ୟ କୁହାଯାଉଛି । ଏଥିପାଇଁ ତାଙ୍କୁ 'ପୃଥିବୀର ଶ୍ରେଷ୍ଠ ହସ୍ତାକ୍ଷର' ପୁରସ୍କାର ପ୍ରଦାନ କରାଯାଇଛି। ଏହି ଯୁବତୀ ହେଉଛନ୍ତି ନେପାଳର ପ୍ରକ୍ରିତି ମଲ୍ଲା । ୧୬ ବର୍ଷୀୟା ପ୍ରକ୍ରିତି ଅଷ୍ଟମ ଶ୍ରେଣୀରେ ପଢିବା ସମୟରେ ତାଙ୍କ ହସ୍ତାକ୍ଷର ଥିବା ଏକ କାଗଜ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା । ଏହାପରେ ସେ ଚର୍ଚ୍ଚାକୁ ଆସିଥିଲେ । ଏହା ଦେଖିବାପରେ ବିଶ୍ୱର ହସ୍ତଲେଖା ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅଧିକ ପଢ଼ନ୍ତୁ : ମହାଦୀପ ବେଳେ କାହିଁକି ଘଟିଲା ବଡ଼ ଅଘଟଣ ? ବଖାଣିଲେ ଆହତ ସେବାୟତଙ୍କ ପୁଅ

Advertisment

କିଛି ଲୋକଙ୍କ କହିବା ଅନୁସାରେ ପ୍ରକ୍ରିତିଙ୍କ ଆଗରେ କମ୍ପ୍ୟୁଟର ମଧ୍ୟ ଫେଲ୍ ମାରିଯିବ। କମ୍ପ୍ୟୁଟର ଆସିବା ପରଠାରୁ, ଲୋକମାନେ ହାତରେ ଲେଖିବା ପ୍ରାୟ ବନ୍ଦ କରିଦେଇଛନ୍ତି । ପୂର୍ବରୁ ହାତଲେଖାକୁ ଗୁରୁତ୍ୱ ଦିଆଯାଉଥିଲା । କମ୍ପ୍ୟୁଟରର ବ୍ୟବହାର ବଢିବା ପରେ ଖୁବ କମ୍ ଲୋକ ସୁନ୍ଦର ହସ୍ତାକ୍ଷର ଲେଖିବାକୁ ସମର୍ଥ ହେଉଛନ୍ତି । କିନ୍ତୁ କାଗଜରେ ପ୍ରକ୍ରିତିଙ୍କ ହାତଲେଖା ଦେଖି ସମସ୍ତେ କମ୍ପ୍ୟୁଟରରେ ଲେଖାଯାଇଛି ବୋଲି ଭାବିବାକୁ ବାଧ୍ୟ ହେଉଛନ୍ତି । ପ୍ରକୃତି ନେପାଳୀ ସଶସ୍ତ୍ର ବାହିନୀ ଦ୍ୱାରା ମଧ୍ୟ ସମ୍ମାନିତ ହୋଇଛନ୍ତି ।

ଶିକ୍ଷା ଜ୍ଞାନ ଗ୍ରହଣ କରିବାର ଏକ ମାଧ୍ୟମ । ହାତଲେଖା ଏବଂ ଅଧ୍ୟୟନ ମଧ୍ୟରେ ଏକ ଗଭୀର ସମ୍ପର୍କ ରହିଛି । ହାତଲେଖା ବା ହସ୍ତାକ୍ଷର ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । କୁନି ଛୁଆଟିଏ ପାଠ ପଢିବା ଆରମ୍ଭ କରିବା ପରେ ବିଦ୍ୟାଳୟରେ ଅକ୍ଷରର ସୁନ୍ଦରତା ଉପରେ ଗୁରୁତ୍ୱ ଦିଆଯାଇଥାଏ । ଅକ୍ଷର ଲେଖିବା ଶିଖାଯାଇଥାଏ । ଅକ୍ଷରକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ହସ୍ତାକ୍ଷର ଲିଖନ ପାଇଁ ପ୍ରୋତ୍ସାହିତ ମଧ୍ୟ କରାଯାଇଥାଏ । ନିଜ ପୁଅ ଝିଅ କେମିତି ସୁନ୍ଦର ଅକ୍ଷର ଲେଖିପାରିବେ ସେଥିପାଇଁ ଅଭିଭାବକମାନେ ମଧ୍ୟ ବିଶେଷ ଭାବରେ ଧ୍ୟାନ ଦିଅନ୍ତି ।

Advertisment

କାରଣ ଅନେକ ସମୟରେ ସୁନ୍ଦର ହସ୍ତାକ୍ଷର ପାଇଁ ଛୋଟ ଛୁଆ ମାନଙ୍କୁ ପରିବାର ଏବଂ ବନ୍ଧୁ ପରିଜନ ପ୍ରଶଂସା କରନ୍ତି । ପରୀକ୍ଷକମାନେ ପରୀକ୍ଷା ଖାତା ଦେଖିବା ସମୟରେ ସୁନ୍ଦର ହସ୍ତାକ୍ଷର ଦ୍ୱାରା କିଛି ମାତ୍ରାରେ ପ୍ରଭାବିତ ହୋଇଥା'ନ୍ତି । କିନ୍ତୁ ବେଳେ ବେଳେ ଅନେକ ପ୍ରଚେଷ୍ଠା ପରେ ମଧ୍ୟ ସୁନ୍ଦର ହସ୍ତାକ୍ଷର ଲେଖିବା ପାଇଁ ଲୋକେ ଅସଫଳ ହୁଅନ୍ତି । ସୁନ୍ଦର ହସ୍ତାକ୍ଷର ଲେଖିବା ପାଇଁ ପ୍ରତି ଦିନ ପ୍ରାୟ ୨୦ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ନିରନ୍ତର ଅଭ୍ୟାସର ଆବଶ୍ୟକ ପଡିଥାଏ ।

ଅଧିକ ପଢ଼ନ୍ତୁ : ବଡଧରଣର ବିମାନ ଦୁର୍ଘଟଣା ; ୪୬ ମୃତ

KIIT University Nepal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ