/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740634548.jpg)
Lingaraj Temple
ଗତକାଲି ଲିଙ୍ଗରାଜ ମନ୍ଦିରରେ ମହାଦୀପ ନେଇ ଚଢ଼ିବା ବେଳେ ଘଟିଥିବା ଅଘଟଣ ନେଇ ମୁହଁ ଖୋଲିଛନ୍ତି ଆହତ ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ। କିପରି ବାପା ମହାଦୀପ ନେଇ ଚଢ଼ିବା ବେଳେ ଖସିପଡ଼ିଲେ ବଖାଣିଛନ୍ତି ପୂରା ଘଟଣା। ସେ କହିଛନ୍ତି, ବାପା ୨୫ବର୍ଷ ହେଲା ଏହି କାମ କରୁଛନ୍ତି। ଗତକାଲି ମହାଦୀପରେ ଘିଅର ମାତ୍ର ଅଧିକା ଥିଲା। ଏଥିସହ ମନ୍ଦିରରେ ବହୁସ୍ଥାନରେ ମୁଗୁନି ପଥର ରହିଛି।
ଯେଉଁଠି ଆମେ ହାତ ଦେଇ ଚଢ଼ିଥାଉ। ହାତରେ ଘିଅ ଲାଗିଥିବାରୁ ମୁଗୁନି ପଥରରେ ହାତ ଲାଗି ଖସି ଯାଇଥିଲା, ଗୋଡ଼ ମଧ୍ୟ ଖସି ଯାଇଥିଲା। ବାପା ତଳେ ପଡ଼ି ଯାଇଥିଲେ। ଗୋଟିଏ ହାତରେ ମହାଦୀପ ଧରି ଅନ୍ୟ ହାତରେ ଚଢ଼ିବା ଭାରି କଷ୍ଟକର ହୋଇଥାଏ। ବାପାଙ୍କ ଅନୁଭୂତି ବହୁତ ଅଧିକ। ୫ମିନିଟ୍ରେ ଲିଙ୍ଗରାଜ ମନ୍ଦିରକୁ ଚଢ଼ି ଯାଇଥାନ୍ତି।
ସେ ଆହୁରି କହିଛନ୍ତି, ଏବେ ମହାଦୀପରେ ଘିଅ ଅଧିକ ଦେଉଛନ୍ତି। ଯେତିକି ଘିଅ ଦେଉଛନ୍ତି ତାକୁ ନେଇ ଚଢ଼ିବା ଭାରି କଷ୍ଟକର। ଏନେଇ ବାରମ୍ବାର ଅଭିଯୋଗ ହୋଇଛି। ହେଲେ କୌଣସି ସୁଫଳ ହୋଇନାହିଁ।
ଅଧିକ ପଢ଼ନ୍ତୁ :ଲିଙ୍ଗରାଜ ମନ୍ଦିରରେ ଠେଲାପେଲା, ୨ ମହିଳା ଭକ୍ତ ଆହତ
ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ବାପାଙ୍କ ସିଟିସ୍କାନ କରାଯିବ ବୋଲି ଆହତ ସେବାୟତଙ୍କ ପୁଅ କହିଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ମହାଦୀପ ଧରି ଲିଙ୍ଗରାଜ ମନ୍ଦିର ଚୂଡାକୁ ଚଢିବା ବେଳେ ହଠାତ ଖସିପଡିଥିଲେ ସେବାୟତ ଯୋଗେନ୍ଦ୍ର । ଫଳରେ ନିର୍ଦ୍ଧାରିତ ସମୟରୁ ପ୍ରାୟ ଅଧଘଣ୍ଟା ବିଳମ୍ବରେ ଅର୍ଥାତ ରାତି ପ୍ରାୟ ୧୦ଟା ୪୦ ବେଳକୁ ଉଠିଥିଲା ମହାଦୀପ।
ମନ୍ଦିର ଚୂଡାକୁ ଚଢୁଥିବା ବେଳେ ତଳକୁ ସେବାୟତ ଜଣକ ଖସିପଡିଥିଲେ। ପରେ ଅନ୍ୟ ଜଣେ ସେବାୟତ ମହାଦୀପ ଧରି ମନ୍ଦିର ଚୂଡାକୁ ଚଢିଥିଲେ। ଆହତ ସେବାୟତଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ରାତିରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଆହତ ସେବାୟତ ଯୋଗେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସହ ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାଲାନ୍ସ ରହିଲାନି, ଫଳରେ ହାତ ଖସିଯିବାରୁ ତଳକୁ ପଡିଯାଇଥିଲେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଆହତ ସେବାୟତ ଯୋଗେନ୍ଦ୍ର। କ୍ୟାପିଟାଲ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ବିଧାୟକ ବାବୁ ସିଂ ମଧ୍ୟ ଯାଇ ଆହତ ସେବାୟତଙ୍କୁ ଭେଟିଥିଲେ।
ଅଧିକ ପଢ଼ନ୍ତୁ : ପରିଚୟ ଦେଇଛି ମଧୁର କଣ୍ଠସ୍ୱର ; ଗାଁ ଶିବ ମନ୍ଦିରରେ ଭଜନ ଗାଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଯୁବ କଣ୍ଠଶିଳ୍ପୀ
#ଅଧିକ_ଘିଅ_ଲାଗିଥିବାରୁ_ହାତ_ଖସିଗଲା
ଲିଙ୍ଗରାଜ ମନ୍ଦିର ଅଘଟଣ ନେଇ ପ୍ରତିକ୍ରିୟା ରଖିଛନ୍ତି ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ । ସେ କହିଛନ୍ତି ବାପାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ରହିଛି । ଅଧିକ ଘିଅ ଲାଗିଥିବାରୁ ହାତ ଖସିଯାଇ ଏଭଳି ଅଘଟଣ ଘଟିଛି । #Mahadipa#Lingarajtemple#OTVpic.twitter.com/ybPSpgm7e6— ଓଟିଭି (@otvkhabar) February 27, 2025
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)