• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ସହଯୋଗୀ ତଥା ଟେସଲା ସିଇଓ ଏଲନ୍ ମସ୍କ ଗଢିଛନ୍ତି ନୂଆ ରାଜନୈତିକ ଦଳ । ଗତ ଶନିବାର ଏ ନେଇ ଘୋଷଣା କରିଛନ୍ତି ମସ୍କ । ‘ଆମେରିକା ପାର୍ଟି’ ନାମରେ ଏହି ନୂଆ ଦଳ ଗଠନ କରିଛନ୍ତି ଏଲନ ମସ୍କ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ୱାନ ବିଗ୍ ବିଉଟିଫୁଲ ବିଲ୍‌’ ପାଇଁ ଚୁକ୍ତି କରିବାର ଗୋଟିଏ ଦିନ ପରେ ଏଲନ ମସ୍କ ଏହି ନୂଆ ଦଳ ଘୋଷଣା କରିଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତୀୟଙ୍କୁ ଅପହରଣ କରିନେଲେ ଅଲ କାଏଦା ଆତଙ୍କୀ; ଉଦ୍ଧାର କାର୍ଯ୍ୟ ଜାରି

ଟ୍ରମ୍ପଙ୍କ ସହ ତିକ୍ତତା ପରେ ସେ ଏହି ନୂଆ ଦଳ ଗଠନ କରିଛନ୍ତି । ଏକ୍ସରେ ସୂଚନା ଦେଇ ସେ କହିଛନ୍ତି, ଆପଣଙ୍କୁ ଆପଣଙ୍କ ସ୍ୱାଧୀନତା ଫେରାଇ ଆଣିଦେବି । ଏହା ସ୍ୱାଧୀନ ଭାବେ ବଞ୍ଚିବାକୁ ଦେବ । ଏହା ସହ ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥାକୁ ଆମେ ଗଣତନ୍ତ୍ରରେ ନୁହେଁ, ବରଂ ଏକ ଦଳୀୟ ବ୍ୟବସ୍ଥାରେ ରହୁଛୁ ବୋଲି କହି ସମାଲୋଚନା କରି ତାହାକୁ ଆମେରିକାର ‘ୱାନ ପାର୍ଟି ସିଷ୍ଟମ’ ବୋଲି କହିଛନ୍ତି ।

ନୂଆ ରାଜନୈତିକ ଦଳ ଗଠିବା ପୂର୍ବରୁ ଜୁଲାଇ ୪ରେ ଯୁକ୍ତରାଷ୍ଟ୍ର ଆମେରିକା ସ୍ୱାଧୀନତା ଦିବସରେ ଏକ୍ସରେ ଜନମତ ଲୋଡିଥିଲେ । ଆମେରିକା ପାର୍ଟି ଗଠନ କରିବା କି ନାହିଁ । ଏହାର ଜବାବରେ ୬୫.୪ ପ୍ରତିଶତ ଲୋକ ନୂଆ ଦଳ ଗଠନ ନେଇ ସମର୍ଥନ କରିଥିବା ବେଳେ ୩୪.୬ ପ୍ରତିଶତ ଲୋକ ନା କହିଥିଲେ । 

ଏଲନ ମସ୍କ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏବଂ ୨୦୨୪ରେ ଟ୍ରମ୍ପ ନିର୍ବାଚନ ଜିତିବା ପାଇଁ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ସୋସିଆଲ ମିଡିଆରେ ଟ୍ରମ୍ପଙ୍କୁ  ଭୋଟ ଦେବା ପାଇଁ ଅପିଲ୍ କରିଥିଲେ ମସ୍କ । ଏହା ସହ ଟ୍ରମ୍ପଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ । ଏହା ପରେ ଟ୍ରମ୍ପ ସରକାରଙ୍କ DOGE (ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି)ର ମୁଖ୍ୟ ପଦ ସମ୍ଭାଳିଥିଲେ ମସ୍କ । DOGE ରେ ମସ୍କଙ୍କ ୧୩୦ ଦିନର କାର୍ଯ୍ୟକାଳ ମେ ୩୦ରେ ଶେଷ ହେବାକୁ ଯାଉଥିଲା । ହେଲେ ଏହା ପୂର୍ବରୁ ହିଁ ମସ୍କ ଇସ୍ତଫା ଦେଇଥିଲେ । ଟ୍ରମ୍ପଙ୍କ ଶାସନରେ ସେ ଖୁସି ନଥାଇ ମସ୍କ ଏପରି ଅଚାନକ ଇସ୍ତଫା ଦେଇଥିଲେ । ଟ୍ରମ୍ପଙ୍କ ସରକାରରେ ସେ ପାୱାରଫୁଲ ଥିଲେ । କିନ୍ତୁ ଟ୍ରମ୍ପଙ୍କ ୱାନ୍ ବିଗ୍ ବିଉଟିଫୁଲ ବିଲକୁ ନେଇ ସେ ସନ୍ତୁଷ୍ଟ ନଥିଲେ । 

ସୂଚନାଯୋଗ୍ୟ, ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ସାଉଥ ଆଫ୍ରିକାରେ ଜନ୍ମ ହୋଇଥିବା ବେଳେ ୨୦୨୨ରେ ଆମେରିକାର ନାଗରିକତା ଗ୍ରହଣ କରିଥିଲେ । 

ଅଧିକ ପଢ଼ନ୍ତୁ: ପ୍ରବଳ ବର୍ଷା ଯୋଗୁଁ ବନ୍ୟାରେ ୨୪ ମୃତ...ସମର କ୍ୟାମ୍ପକୁ ଆସି ଅନେକ ନିଖୋଜ