/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747550392.jpg)
Rashmita's Educational Challenges
କୁଲି ମଜୁରୀ ନଲାଗିଲେ ଘରେ ଚୁଲି ଜଳୁନି । ପାଦ ବାହାରକୁ ନବାହାର କଲେ ଘର ଚଳୁନି । ଏଥର ମାଟ୍ରିକ ପରୀକ୍ଷାରେ ୪୧୯ ନମ୍ୱର୍ ରଖି ବି -୨ ଗ୍ରେଡ୍ରେ ପାସ କରିଛନ୍ତି ରଶ୍ମିତା l ଅଧିକ ପାଠ ପଢ଼ିବାକୁ ଇଚ୍ଛାଥିଲେ ମଧ୍ୟ ଅର୍ଥ ନଥିବାରୁ ସବୁ କିଛି ଅଧାରେ ରହିଯାଇଛି । ଅଭାବ ହେତୁ ଘର ଓ ସବୁ ଜମି ବାଡ଼ି ସାହୁକାର ପାଖରେ ବନ୍ଧା ପଡିଛି l ତେଣୁ ସରକାର ସାହଯ୍ୟ କଲେ କଲେଜରେ ପାଠ ପଢିବାକୁ ଆଶା ରଖିଛି ମେଧାବୀ ଛାତ୍ରୀ ରଶ୍ମିତା l
ଗଜପତି ଜିଲ୍ଲା ମୋହନା ବ୍ଲକ କେନ୍ଦୁପଦା ସୌରା ସାହିରେ ରଶ୍ମିତା ଗମାଙ୍ଗଙ୍କ ଘର । ଦୁଇ ବର୍ଷ ପୂର୍ବରୁ ବାପା ଚାଲିଯିବା ପରେ ଘରର ଆର୍ଥିକ ସ୍ଥିତ ପୂରା ଭାଙ୍ଗିପଡ଼ିଛି । ବଡ଼ ଭାଇ ମାଟ୍ରିକ ପାସ୍ ପରେ ଟଙ୍କା ଅଭାବରୁ ପାଠ ନପଢ଼ିପାରି ଦାନଖଟିବାକୁ ଯାଇଛନ୍ତି l ଘରର ଦାରିଦ୍ର୍ୟତା କାରଣରୁ ଜଣେ ଭଉଣୀ ଓ ସାନ ଭାଇ ମଧ୍ୟ ଏବେ ପାଠଛାଡ଼ି ଘରେ ରହୁଛନ୍ତି l ତେଣୁ ଅର୍ଥବଳ ନଥିବାରୁ ଆଗକୁ ମେଧାବୀ ଛାତ୍ରୀ ରଶ୍ମିତାଙ୍କ ପାଠ ପଢ଼ାରେ ଡୋରୀ ପଡ଼ିବାକୁ ଯାଉଛି ।
ଅଧିକ ପଢ଼ନ୍ତୁ: ଡ୍ରେନ ପାଇଁ ହିନସ୍ତା ପରିବାର, ଘରୁ ବାହାରିଲେ ସିଡି ଭରସା...
ସେପଟେ ଏ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି, ଆମେ ରଶ୍ମିତାଙ୍କୁ ଯଶୋଦା ଯୋଜନାରେ ଅନ୍ତର୍ଭୁକ୍ତ କରି ପାଠ ପଢ଼ିବା ପାଇଁ ସହାୟତା ପ୍ରଦାନ କରିବୁ l
ତେବେ ଅର୍ଥ ଅଭାବରୁ ରଶ୍ମିତାଙ୍କ ପାଠପଢ଼ାରେ ବାଧା ଉପୁଜୁଛି । ଏମିତିକି ତାଙ୍କ ଭାଇ-ଭଉଣୀ ମଧ୍ୟ ପାଠ ପଢ଼ିପାରୁନାହାନ୍ତି । ତେଣୁ ସରକାରୀ ସହାୟତା ଓ ପ୍ରଶାସନର ସାହାଯ୍ୟ ନିଆତି ଆବଶ୍ୟକ ହୋଇପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)