Advertisment

Mahaprasad At Dining Table: ଡାଇନିଂ ଟେବୁଲରେ ସେବନ କରନ୍ତୁନି ମହାପ୍ରସାଦ

ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରନ୍ତୁନି । ଟ୍ବିଟ୍ କରି ଶ୍ରଦ୍ଧାଳୁମାନଙ୍କୁ ଏଭଳି ନିବେଦନ କରିଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ । ହୋଟେଲଗୁଡ଼ିକୁ ଏ ଦିଗରେ ସଚେତନ ହେବାକୁ କୁହାଯାଇଛି ।

author-image
Namita Biswal
ଅଦ୍ୟତନ ହୋଇଛି
Mahaprasad

Mahaprasad

ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ ନ କରିବାକୁ ନିବେଦନ । ଟ୍ୱିଟ୍ କରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିବେଦନ କରାଯାଇଛି । ମହାପ୍ରଭୁଙ୍କ ଦିବ୍ୟ ମହାପ୍ରସାଦ ଅନ୍ନବ୍ରହ୍ମ ରୂପେ ପୂଜିତ । ଭୂମିରେ ବସି ମହାପ୍ରସାଦ ସେବନର ବିଧି ଅନାଦି କାଳରୁ ରହିଆସିଛି । ତେଣୁ ଡାଇନିଂ ଟେବୁଲରେ ମହାପ୍ରସାଦ ସେବନରୁ ବିରତ ରହିବାକୁ ଶ୍ରଦ୍ଧାଳୁମାନଙ୍କୁ ନିବେଦନ କରାଯାଇଛି । ହୋଟେଲଗୁଡ଼ିକ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି । 

Advertisment

ଅଧିକ ପଢ଼ନ୍ତୁ: ପୁଣି ଇସ୍କନର ମନମାନୀ, ଆସନ୍ତାକାଲି ଲଣ୍ଡନରେ କରିବ ଅଦିନିଆ ରଥଯାତ୍ରା

କିଛି ଦିନ ତଳେ ପୁରୀ ଶ୍ରୀକ୍ଷେତ୍ରରେ ଏକ ହୋଟେଲର ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ କରୁଥିବା ଚିତ୍ର ସୋସିଆଲ ମିଡିଆରେ ପ୍ରସାରିତ ହେବା ଶ୍ରୀମନ୍ଦିର ପ୍ରଶାସନର ନଜରକୁ ଆସିଥିଲା । ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅନାଦି କାଳରୁ ଭୂମିରେ ବସି ମହାପ୍ରଭୁଙ୍କ ଦିବ୍ୟ ମହାପ୍ରସାଦ ସେବନର ପରମ୍ପରା ପ୍ରଚଳିତ ଥିବାରୁ ଡାଇନିଂ ଟେବୁଲରେ ବସି ଏହାର ସେବନ ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିବେଦନ କରିଛି । 

Advertisment

ହୋଟେଲଗୁଡିକ ଏଥିପ୍ରତି ଦୃଷ୍ଟିଦେଇ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ନିଜ ଅତିଥିମାନଙ୍କୁ ସଚେତନ କରିବାକୁ ଅନୁରୋଧ କରିଯାଇଛି ।

SJTA Mahaprasad JagannthDham Puri
Advertisment
Advertisment