• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ପ୍ରଶାସନର କାମ କଟଅଫ୍ ଏରିଆକୁ ମୁଖ୍ୟସ୍ରୋତରେ ଯୋଡ଼ିବା, କିନ୍ତୁ କଟକରେ ପ୍ରଶାସନର ଅଜବ ନୀତି ପାଇଁ କଟଅଫ୍ ହୋଇଛନ୍ତି ଏକ ପରିବାର । ଖାନ୍ ନଗରରେ ଉଚ୍ଚା ଡ୍ରେନ ଯୋଗୁଁ ଏକ ପ୍ରକାର ବନ୍ଦୀ ଗୋଟିଏ ପରିବାର । ଘରୁ ରାସ୍ତାକୁ ବାହାରିବାକୁ ପରିବାରର ଭରସା ଖଣ୍ଡିଏ ସିଡି । ଯେଉଁଥିପାଇଁ ବାଧ୍ୟ ହୋଇ ପାଳିତ ଗାଈ-ଗୋରୁ ବି ବିକି ସାରିଲେଣି । କିନ୍ତୁ ଶୁଣୁନି ପ୍ରଶାସନ । 

ମାନବିକତା ଭୁଲିଗଲା କଟକ ପ୍ରଶାସନ । ଯନ୍ତ୍ରୀଙ୍କ ଗଜବ ଡ୍ରେନ ପ୍ଲାନିଂ ପାଇଁ ଏକ ପରିବାର କାଟୁଛି ବନ୍ଦୀ ଜୀବନ । ଘରୁ ରାସ୍ତାକୁ ଆସିବାକୁ ସିଡି ଭରସା । ସହରର ଭବିଷ୍ୟତକୁ ଆଖି ଆଗରେ ରଖି ରାସ୍ତା ଲେଭେଲ୍ ଠାରୁ ଉଚ୍ଚ କରି ନିର୍ମାଣ ହେଲା ଡ୍ରେନ । ହେଲେ ଏହି ଡ୍ରେନ ଯେମିତି ରାସ୍ତାର ପାଣି, ସହରରୁ ଅଳିଆ ସହିତ ଝରି ବେହେରାଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ଜୀବନକୁ ନେଇ କାଠଯୋଡିରେ ଫୋପାଡି ଦେଇଛି । 

ଅଧିକ ପଢ଼ନ୍ତୁ: ଡାଇନିଂ ଟେବୁଲରେ ସେବନ କରନ୍ତୁନି ମହାପ୍ରସାଦ

କଟକ ୪୪ ନମ୍ବର ୱାର୍ଡ ଖାନ ନଗର ମୁଖ୍ୟ ରାସ୍ତା କଡ଼ରେ ଝରି ବେହେରାଙ୍କ ଘର । ଆଉ ତାଙ୍କ ଘର କଡ଼ ଦେଇ ଟ୍ରେନ ଲାଇନଠାରୁ ନୂଆ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ନିର୍ମାଣ କରୁଛି ଡ୍ରେନ । ବିଡ଼ମ୍ବନାର କଥା ହେଲା ନୂଆ ଡ୍ରେନ ଘର ଠାରୁ ୧୦ ଫୁଟ ଅଧିକା ଉଚ୍ଚା । ଫଳରେ ଘରୁ, ରାସ୍ତାକୁ ବାହାରିବାକୁ ଆବଶ୍ୟକ ପଡୁଛି ସିଡି । ଝରି ବେହେରା ନିଜେ ବୃଦ୍ଧ ଆଉ ପତ୍ନୀ ବି ରୋଗରେ । ପିଲା ଛୁଆ ସଂସାର ସମସ୍ତଙ୍କ ଭରସା ସିଡି । ଏମିତି ସିଡି  ଚଢିବା ବେଳେ ଥରେ ପଡି ମୁଣ୍ଡ ବି ଫାଟିଛି । ସେହି ଦିନଠୁ ଦିନକୁ ଅତି ଆବଶ୍ୟକ ଥିଲେ ଥରେ କିମ୍ବା ୨ ଥର ବାହାରକୁ ବାହାରୁଛନ୍ତି । ରୋଗୀଣା ପତ୍ନୀଙ୍କୁ ମେଡିକାଲ ନେବାକୁ ବହେ ଦହଗଞ୍ଜ ହେଉଛନ୍ତି । 

ଡ୍ରେନ୍ ନିର୍ମାଣର ତିନି ଚାରି ମାସ ହେଲା ଏମିତି ଏକ ପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି ପୂରା ପରିବାର । ଏମିତି ସ୍ଥିତି ହେଲା ଯେ ପାଳିଥିବା ସବୁ ଗାଈ ବିକି ସାରିଲେଣି, ଆଉ ମାତ୍ର ୨ଟି ଗାଈ ଅଛି । ଆଉ ଏ ଯନ୍ତ୍ରଣା ବାରମ୍ବାର କହିଲେ ବି କର୍ପୋରେଟର କି ମେୟର କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଝରି ବେହେରାଙ୍କ ପରିବାର ।

ଏମିତି ସ୍ଥିତି ଯେ ପକ୍କା ଘର ପାଇଁ ବି ଧନ ନାହିଁ । ଆଉ ମାଟି ପକେଇ ଉଚ୍ଚା କରିବେ କଣ । ସରକାରୀ ଯୋଜନାରେ ବି ସାମିଲ ହୋଇପାରୁ ନାହାନ୍ତି । ତେବେ ଏ ବାବଦରେ ମେୟରଙ୍କୁ ପଚାରିବାରୁ କହିଛନ୍ତି, ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଉନ୍ନତିମୂଳକ କାମ ପାଇଁ ସାଧାରଣ ଲୋକ ସମସ୍ୟା ଭୋଗିବା କଥା ନୁହେଁ । ତାଙ୍କ ଘରକୁ ରାସ୍ତା ପାଇଁ ପଦକ୍ଷେପ ନିଆଯିବ ।

ଅଧିକ ପଢ଼ନ୍ତୁ: ପୁଣି ଇସ୍କନର ମନମାନୀ, ଆସନ୍ତାକାଲି ଲଣ୍ଡନରେ କରିବ ଅଦିନିଆ ରଥଯାତ୍ରା