Advertisment

Massive Fire Tragedy: ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ, ୧୭ଜଣ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦର ଚାରମିନାର ନିକଟରେ ଭୟାବହ ଅଗ୍ନିକାଣ୍ଡ । ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ।  ୧୦ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Hyderabad Massive Fire

Hyderabad Massive Fire

ହାଇଦ୍ରାବାଦରେ ଭୟାବହ ଅଗ୍ନିକାଣ୍ଡ । ଚାରମିନାର ନିକଟରେ ଥିବା ଗୁଲଜାର ହାଉସରେ ନିଆଁ ଲାଗିବାରୁ ୧୭ ଜଣ ଜୀବନ୍ତ ଦଗ୍ଧ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିବାବେଳେ ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଛି । ସେପଟେ  ୧୦ ଗୁରୁତରଙ୍କୁ ଏକ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବଢିବା ନେଇ ସନ୍ଦେହ କରାଯାଉଛି । 

Advertisment

ଅଗ୍ନିକାଣ୍ଡ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତାହତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ମୃତକଙ୍କ ସମ୍ପର୍କୀୟକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ । ଏହାସହ ପ୍ରତି ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଲେଖାଏଁ ପ୍ରଦାନ କରିବେ କେନ୍ଦ୍ର ସରକାର । PMNRF ଫଣ୍ଡରୁ ଏହି ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି । 

Advertisment

 ଅଧିକ ପଢନ୍ତୁ : ଭୟାବହ ଅଗ୍ନିକାଣ୍ଡ; ଜଳୁଛି ବିସ୍କୁଟ୍ କାରଖାନା

Hyderabad Charminar Fire Tragedy Massive Fire
Advertisment
Related Articles
Advertisment