• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆମେରିକାର ଚାକଚକ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଏହି ବିଳାସପୂର୍ଣ୍ଣ ସହରରେ ରହିବା ପାଇଁ ସମସ୍ତଙ୍କର ସ୍ୱପ୍ନ ଥାଏ । କିନ୍ତୁ ଏହି ସ୍ୱପ୍ନ ପୂରଣ କରିବା ପାଇଁ ଅନେକ ବାଧାବିଘ୍ନର ସାମନା କରିବାକୁ ପଡିଥାଏ । କେହି କେହି ଆଇନତଃ ଯିବାକୁ ପସନ୍ଦ କରୁଥିବା ବେଳେ, ଏହାର ପ୍ରଣାଳୀରେ ବହୁ ବିଳମ୍ବ ଓ ଜରୁରୀ ଦସ୍ତାବିଜ ଦରକାର ହେଉଥିବାରୁ ଅନେକ ଲୋକ ଏଥିପାଇଁ ବିକଳ୍ପ ବାଛିଥାନ୍ତି । କିନ୍ତୁ ଏହି ବିକଳ୍ପ ସେମାନଙ୍କ ପାଇଁ ବିପଦ ଆଣି ଦେଇଥାଏ ।

ଅଧିକ ପଢ଼ନ୍ତୁ: ଆତ୍ମଘାତୀ ବିସ୍ଫୋରଣରେ ୧୬ ପାକିସ୍ତାନୀ ଯବାନ ମୃତ, ତାଲିବାନ ଗ୍ରୁପ୍ କହିଲା...

ବିକଳ୍ପ ଭାବେ ସେମାନେ ଡଙ୍କି ରୁଟ ଦେଇ ଆମେରିକା ଯିବା ପାଇଁ ମାର୍ଗ ବାଛିଥାନ୍ତି । ଆମେ ପୂର୍ବରୁ ଅନେକ ଥର ଏଭଳି ଡଙ୍କି ରୁଟ୍ ଦେଇ ଆମେରିକାରେ ପ୍ରବେଶ କରିବା ପାଇଁ ବହୁ ବିପଦପୂର୍ଣ୍ଣ ପନ୍ଥା ଆପଣାଇ ସମସ୍ୟାରେ ପଡିଥିବା ଅନେକ ଲୋକଙ୍କ କାହାଣୀ ଶୁଣିଛେ । ଆଜି ମଧ୍ୟ ସମାନ ଏକ ଘଟଣା ସାମନାକୁ ଆସିଛି । ଆମେରିକା ଯାଇ ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ସ୍ୱପ୍ନ, ସ୍ୱପ୍ନ ହୋଇ ରହି ଯାଇଛି । ବରଂ ଆମେରିକା ନେଇ ଯିବା ପାଇଁ ସ୍ୱପ୍ନ ଦେଖାଥିବା କିଛି ଦଲାଲଙ୍କ ହାତରେ ପଡି ଅକଥନୀୟ ନିର୍ଯାତନା ସହ୍ୟ କରିବାକୁ ପଡିଛି । 

ନିକଟରେ ଭାରତରୁ ୫ ଜଣ ଡଙ୍କି ମାର୍ଗ ଦେଇ ଆମେରିକା ଯିବା ପାଇଁ ଚେଷ୍ଟା କରି ଦଲାଲଙ୍କ କବଜାରେ ଫସି ଯାଇଛନ୍ତି । ୫ ଜଣଙ୍କ ମଧ୍ୟରୁ ଚାରି ଜଣ ପଞ୍ଜାବର ଓ ଜଣେ ହରିୟାଣାର । ଏମାନେ ଡଙ୍କି ରୁଟ ଦେଇ ଆମେରିକାରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ କଲମ୍ବିଆରେ ମାନବ ଚାଲାଣକାରୀଙ୍କ ହାତରେ ପଡି ଅକଥନୀୟ ନିର୍ଯାତନାର ଶିକାର ହେବା ପରେ ଆହୁରି ଏକ ଭୟଙ୍କର କାହାଣୀ ସାମନାକୁ ଆସିଛି । 

ଏହି ନିର୍ଯାତନାର ଶିକାର ହୋଇଥିବା ପଞ୍ଜାବର କପୁରଥାଲା ଜିଲ୍ଲାର ଜଣେ ଯୁବକ ବଲଚିନ୍ଦର ସିଂହଙ୍କ ପରିବାର ସ୍ଥାନୀୟ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିବା ପରେ ଏହି ଘଟଣା ସର୍ବସମ୍ମୁଖକୁ ଆସିଛି । ବଲବିନ୍ଦରଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଆମେରିକାରେ ପହଞ୍ଚାଇବା ପାଇଁ ଚାରି ଜଣ ଟ୍ରାଭେଲ ଏଜେଣ୍ଟ ସେମାନଙ୍କଠାରୁ ୨୮ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ଆସିଛି । 

ବଲବିନ୍ଦରଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପାନାମା ଓ କଲମ୍ବିଆ ଜଙ୍ଗଲରେ ସକ୍ରିୟ ଥିବା ଏକ ଗ୍ୟାଙ୍ଗ ‘ଡଙ୍କର୍ସ’ଙ୍କ ଦ୍ୱାରା ଗତ ଫେବୃଆରୀ ୨୦୨୫ରେ ଅପହରଣ କରାଯାଇଥିଲା । ସକ୍ରିୟ ଗ୍ୟାଙ୍କ ସେମାନଙ୍କ ପରିବାର ଲୋକଙ୍କଠାରୁ କିଛି ଟଙ୍କା ପାଇବା ଆଶାରେ ସେମାନଙ୍କୁ ଥାର୍ଡ ଡିଗ୍ରୀ ନିର୍ଯାତନା ଦେଇଥିଲେ । ଲୁହା ରଡ୍‌, ଇଲେକ୍ଟ୍ରି ଆଘାତ, ଧାରୁଆ ବ୍ଲେଡ, ପ୍ଲାଷ୍ଟିକ ବ୍ୟାଗରେ ପୂରାଇ ଶ୍ୱାସରୁଦ୍ଧ କରିବା ଏବଂ ପ୍ଲାଷ୍ଟିକ ବୋତଲକୁ ଜଳାଇ ଶରୀରରେ ଆଘାତ ସୃଷ୍ଟି କରିବା ଭଳି ଅକଥନୀୟ ନିର୍ଯାତନା ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । 

ଅଧିକ ପଢ଼ନ୍ତୁ: ମେକ୍ସିକୋ ଯାଉଥିଲା ଜାହାଜ, ଥିଲା ୩ ହଜାର ଗାଡ଼ି...ଲାଗିଗଲା ନିଆଁ

ବଲବିନ୍ଦରଙ୍କ ମାଆ ସିନ୍ଦର କୌର କହିଛନ୍ତି, ଫେବୃଆରୀ ୧୩ରେ ଆମେ ଏହି ନିର୍ଯାତନାର ଏକ ଭିଡିଓ ପାଇଥିଲୁ । ଯାହା ପରେ ଅପହରଣକାରୀମାନେ ଉକ୍ତ ଭିଡିଓ ଦେଖାଇ ବିପୁଳ ପରିମାଣର ଅର୍ଥ ଦାବି କରିଥିଲେ । ଯେତେ ଧମକ ଆସିଲେ ମଧ୍ୟ ପରିବାର ଲୋକେ ଟଙ୍କା ଦେବା ପାଇଁ ସିଧା ମନା କରି ଦେଇଥିଲେ । ଏପରିକି ତିନି ମାସ ଯାଏଁ ବଲବିନ୍ଦର ଓ ତାଙ୍କ ପରିବାର ଲୋକଙ୍କ ସହିତ କୌଣସି ଯୋଗାଯୋଗ ହୋଇ ପାରିନଥିଲା । 

ଗତ ମେ ୨୯ ତାରିଖରେ ବଲବିନ୍ଦର କୌଶଳରେ ଅପହରଣକାରୀଙ୍କଠାରୁ ଖସି ଆସି ପରିବାର ଲୋକଙ୍କୁ ଫୋନ୍ କରିଥିଲେ । ବଲବିନ୍ଦର କହିଥିଲେ ଯେ, ଅପହୃତଙ୍କ ପରିବାର ଲୋକେ ଟଙ୍କା ଦେବାକୁ ମନା କରିବା ପରେ ଅପହରଣକାରୀମାନେ ୫ ଜଣଙ୍କୁ ହତ୍ୟା କରିଥିଲେ ।  କିନ୍ତୁ କୌଣସିମତେ ସେ ଓ ଆଉ ଜଣେ ବ୍ୟକ୍ତି ସେମାନଙ୍କ କବଳରୁ ଖସି ଯିବାରେ ସଫଳ ହୋଇଥିଲେ । ଏହାପରେ ସେମାନେ କଲମ୍ବିଆର ଏକ ଆବାସିକ ଅଞ୍ଚଳକୁ ଯିବାରେ ସଫଳ ହୋଇଥିଲେ । ସେହି ଗ୍ୟାଙ୍ଗ ସେମାନଙ୍କ ପାସପୋର୍ଟ ଓ ଫୋନ୍ ଛଡାଇ ନେଇ ଯାଇଥିଲେ । ଯେତେବେଳେ ବଲବିନ୍ଦରଙ୍କ ପରିବାର ଟଙ୍କା ଦେବାକୁ ମନା କରିଥିଲେ, ସେମାନେ ବଲବିନ୍ଦରଙ୍କୁ ଅକଥ୍ୟ ନିର୍ଯାତନା ଦେଇଥିଲେ ବୋଲି ସିନ୍ଦର କୌର କହିଛନ୍ତି । 

ବଲବିନ୍ଦରଙ୍କ ପରିବାର ଲୋକେ କପୁରଥାଲା ପୋଲିସ୍ ଷ୍ଟେସନରେ ଚାରି ଜଣ ଟ୍ରାଭେଲ ଏଜେଣ୍ଟଙ୍କ ବିରୋଧରେ ଅଭିଯୋଗ ଦାୟର କରିଛନ୍ତି । ସେହି ସ୍ଥାନୀୟ ଟ୍ରାଭେଲ ଏଜେଣ୍ଟମାନେ ହେଲେ ହରଭଜନ ସିଂହ, ମାଲକିତ୍ ସିଂହ, ସୋନୁ ଏବଂ ଅନ୍ୟ ଜଣେ ହେଉଛନ୍ତି ବଲବିନ୍ଦର ସିଂହ । ଏମାନେ ସମସ୍ତେ କପୁରଥାଲା ଅଞ୍ଚଳର ବାସିନ୍ଦା । ଏମାନେ ଆମେରିକାରେ ପହଞ୍ଚାଇବା ପାଇଁ ୩୨ ଲକ୍ଷ ମାଗିଥିଲେ, ହେଲେ ୨୮ ଲକ୍ଷରେ ରାଜି ହୋଇଥିଲେ । 

ଏହି ଘଟଣା ସାମନାକୁ ଆସିବା ପରେ ପଞ୍ଜାବର ରାଜ୍ୟସଭା ସାଂସଦ, ଯିଏ ବର୍ତ୍ତମାନ କାନାଡାରେ ଅଛନ୍ତି, ସେ କଲମ୍ବିଆ ସ୍ଥିତ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରି ବଲବିନ୍ଦରଙ୍କ ପାସପୋର୍ଟ ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଭାରତ ଫେରିବା ପାଇଁ ଫ୍ଲାଇଟ ବୁକିଂ ସରିଛି । 

ତେବେ ନିକଟରେ ଆମେରିକାରୁ ଅବୈଧ ପ୍ରବାସୀମାନଙ୍କୁ ଦେଶାନ୍ତର କରିବା ଭିତରେ ଏହି ଘଟଣା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏହିଭଳି ଆମେରିକାରେ ଅବୈଧ ପ୍ରବେଶ କରିଥିବା ୩୩୩ ଜଣ ଭାରତୀୟଙ୍କୁ ଆମେରିକାର ସାମରିକ ବିମାନ ଯୋଗେ ଭାରତରେ ଛଡା ଯାଇଥିଲା । ସେମାନଙ୍କ ମଧ୍ୟରୁ କେବଳ ୧୨୯ ଜଣ କେବଳ ପଞ୍ଜାବର ଥିଲେ । 

ଅଧିକ ପଢ଼ନ୍ତୁ: ଭାରତ ପାଇଁ ଆମେରିକାର କଡ଼ା ଟ୍ରାଭେଲ୍ ଆଡଭାଇଜରି, ଜୋର୍ ଧରିଛି ରାଜନୀତି