/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751792186.jpg)
Bollywood Celebs
ବଲିଉଡରେ ଅନେକ ସେଲିବ୍ରିଟି ଅଛନ୍ତି, ଯିଏ ଭିନ୍ନ ଧର୍ମର ହୋଇ ମଧ୍ୟ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଗଭୀର ଆସ୍ଥା ରଖନ୍ତି । ସାରା ଅଲ୍ଲୀ ଖାନ, ନୁସରତ ଭରୁଚା ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ଦୁହେଁ ମୁସଲିମ ଧର୍ମର ହୋଇ ବି ବାବା ଭୋଳାନାଥଙ୍କୁ ପ୍ରାର୍ଥନା କରନ୍ତି । ସାରାଙ୍କୁ ମନ୍ଦିରରେ ମଥା ଟେକିବାର ଅନେକ ସମୟରେ ଦେଖାଯାଏ । ନୁସରତ ମଧ୍ୟ ମହାଦେବଙ୍କୁ ଭକ୍ତି କରୁଥିବା ନିଜେ ଖୁଲାସା କରିଥିଲେ । ଏବେ ଏମିତି ଆଉ ଜଣେ ମୁସଲିମ ଅଭିନେତ୍ରୀ ହିନ୍ଦୁ ଧର୍ମ ପ୍ରତି ଆସ୍ଥାକୁ ନେଇ ଚର୍ଚ୍ଚାରେ...
ଆଜି ଆମେ ଏମିତି ଜଣେ ବଲିଉଡ ଅଭିନେତ୍ରୀଙ୍କ କଥା କହିବୁ, ଯିଏ ନିଜ ଧର୍ମ ଛାଡି ନାହାନ୍ତି କିନ୍ତୁ ହନୁମାନ ଚାଳିଶା ଓ ଗାୟତ୍ରୀ ମନ୍ତ୍ର ପାଠ କରନ୍ତି ଓ ଶୁଣନ୍ତି । ହନୁମାନ ଚାଳିବା ପଢିଲେ ତାଙ୍କୁ ଶାନ୍ତି ମିଳିଥାଏ ବୋଲି କୁହନ୍ତି । ତାଙ୍କର କହିବା କଥା, ସେ ଧାର୍ମିକ ନୁହଁନ୍ତି କିନ୍ତୁ ଆଧ୍ୟାତ୍ମିକ ଅଟନ୍ତି । ଏହି ଅଭିନେତ୍ରୀ ଆଉ କେହି ନୁହଁନ୍ତି ବରଂ ଅକ୍ଷୟ କୁମାରଙ୍କ 'ହାଉସଫୁଲ ୫' ଫେମ୍ ନରଗିସ୍ ଫକରୀ ।
୪୫ ବର୍ଷୀୟ ନରଗିସ୍ଙ୍କ ଜନ୍ମ ନ୍ୟୁୟର୍କରେ ହୋଇଥିଲା । ସେ ଆମେରିକୀୟ ନାଗରିକ । ତାଙ୍କ ବାପାଙ୍କ ନାମ ମହମ୍ମଦ ଫକରୀ ଓ ମାଆ ମ୍ୟାରୀ ଫକରୀ । ଅଭିନେତ୍ରୀଙ୍କ ଆଲିୟା ଫକରୀ ନାମରେ ଜଣେ ସାନ ଭଉଣୀ ମଧ୍ୟ ଅଛନ୍ତି ।
ଅଧିକ ପଢ଼ନ୍ତୁ:ପାକିସ୍ତାନ ଲୋକଙ୍କ ପ୍ରତି ମୋର କୌଣସି ଅଭିଯୋଗ ନାହିଁ; ଜାଭେଦ ଅଖତର
ନରଗିସ 'ହାଉଟରଫ୍ଲାଏ' ୟୁଟ୍ୟୁବ ଚ୍ୟାନେଲରେ ସୋହା ଅଲ୍ଲୀ ଖାନଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ, ସେ ବର୍ଷକୁ ଦୁଇ ଥର ବ୍ରତ ରଖନ୍ତି । ୯ ଦିନ ଯାଏଁ ଖାଦ୍ୟ ଖାଆନ୍ତି ନାହିଁ । କେବଳ ପାଣି ପିଅନ୍ତି । ଏହା ବହୁତ କଠିନ କିନ୍ତୁ ଏହାକୁ କରିବା ପରେ ସେ ଅଧିକ ସୁନ୍ଦର ଦେଖାଯାଆନ୍ତି ।
ଫିଲ୍ମଫେୟାରରେ ଏକ ଇଣ୍ଟରଭ୍ୟୁରେ ନରଗିସ୍ କେମିତି ନିଜ ଟେନସନ ଦୂର କରନ୍ତି ସେ ବିଷୟରେ କହିଥିଲେ । ତାଙ୍କ କହିବା କଥା, ''ମୁଁ ବହୁତ ଜପ କରେ । ମୋତେ ହନୁମାନ ଚାଳିଶା ଓ ଗାୟତ୍ରୀ ମନ୍ତ୍ର ଶୁଣିବା ପସନ୍ଦ । ଭାରତ ଆସିବାର ବହୁ ପୂର୍ବରୁ ମୁଁ ଏହାକୁ ଶୁଣି ଆସୁଛି । ଏହି ମନ୍ତ୍ର ଶୁଣିରେ ମୋତେ ଶାନ୍ତି ମିଳେ, ଚିନ୍ତା ଦୂର ହୁଏ । କେଉଁ ପ୍ରକାର ଗୀତ ଶୁଣିବା ପସନ୍ଦ ବୋଲି ଯେବେ ଲୋକମାନେ ପଚାରନ୍ତି, ମୋତେ କହିବାକୁ ଲାଜ ଲାଗେ ଯେ ମୁଁ କେବଳ ମନ୍ତ୍ରୀ ଶୁଣେ ବୋଲି...'' ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)