• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହ ଜାଳିବାକୁ କରାଯାଉଥିଲା ବାଧ୍ୟ । କେତେବେଳେ ନାବାଳିକା ତ ଆଉ କେତେବେଳେ ଯୁବତୀଙ୍କ ମୃତଦେହ ଆଣି ପହଞ୍ଚୁଛନ୍ତି ଅଭିଯୁକ୍ତ । ଜାଳିବାକୁ ମନା କଲେ ଦିଆଯାଉଛି ଧମକ । ଏମିତି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକର ଜଣେ ବ୍ୟକ୍ତି । ଯିଏକି ପୂର୍ବରୁ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଧର୍ମସ୍ଥଳ ମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ସେ ନିୟୋଜିତ ରହି ସଫେଇ କାର୍ଯ୍ୟ କରୁଥିଲେ ।  

ଅନ୍ୟପଟେ ଅଭିଯୋଗକାରୀ ଜଣକ ନିଜ ନାଁ ଗୋପନ ରଖିବାକୁ ପୋଲିସକୁ ଅନୁରୋଧ କରିଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ, କର୍ଣ୍ଣାଟକର ଧର୍ମସ୍ଥଳ ଓ ଆଖପାଖ ଅଞ୍ଚଳର ଅନେକ ମହିଳାଙ୍କ ମୃତଦେହ ତାଙ୍କ ପାଖକୁ ଅଣାଯାଇଛି । ବିଗତ ୧୯୯୮ରୁ ୨୦୧୪ ଭିତରେ ଅନେକ ମୃତଦେହ ଜାଳିଛନ୍ତି ଏହି ବ୍ୟକ୍ତି । 

କାହିଁକି ଏତେ ଦିନ ପରେ ସେ ମୁହଁ ଖୋଲିଲେ ବୋଲି ପ୍ରଶ୍ନର ଉତ୍ତରରେ ଅଭିଯୋଗକାରୀ କହିଛନ୍ତି, ପାଖାପାଖି 10 ବର୍ଷ ପରେ ମୁଁ ଏକଥା ଲୋକଲୋଚନକୁ ଆଣିବା ପାଇଁ ସାହସ ଜୁଟାଇ ପାରିଛି । ଲୋକଲଜ୍ଜା ଭୟରେ ମୁଁ କହିପାରୁନଥିଲି । ହେଲେ ଏବେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରିଛି । 

ଅଭିଯୋଗକାରୀଙ୍କ ଓକିଲ ଓଜସ୍ୱୀ ଗୌଡ଼ ଏବଂ ସଚିନ ଦେଶପାଣ୍ଡେ ପୋଲିସ ନିକଟରେ ଅଭିଯୋଗକାରୀ ଦେଇଥିବା ବୟାନ ବିଷୟରେ ତଥ୍ୟ ଦାଖଲ କରିଛନ୍ତି । ଅଭିଯୁକ୍ତ କହିଛନ୍ତି, ୨୦୧୦ ମସିହାର ଗୋଟିଏ ଘଟଣା ମୋତେ ଡରାଇ ଦେଇଥିଲା । ଜଣେ ୧୨-୧୫ ବର୍ଷର ଝିଅ ବେଡ୍‌ ଉପରେ ପଡ଼ିରହିଥିଲା । କାଲ୍ଲେରୀ ନିକଟ ପେଟ୍ରୋଲ ପମ୍ପରୁ ୫୦୦ ମିଟର୍‌ ଦୂରରେ ଥିଲା । ପିଲାଟି ଯଦିଓ ସ୍କୁଲ ୟୁନିଫର୍ମ ପିନ୍ଧିଥିଲା, କିନ୍ତୁ ତା ଦେହରେ ନା ଥିଲା ସ୍କର୍ଟ ନା ଅନ୍ତବସ୍ତ୍ର । ଦେଖିଲେ ଲାଗୁଥିଲା ଯେ ଦୁଷ୍କର୍ମ ହୋଇଛି । ମୋତେ କୁହାଗଲା ଗାତ ଖୋଳି ସ୍କୁଲ ବ୍ୟାଗ୍ ସହ ତାକୁ ପୋତି ଦେବାକୁ ।" ଏମିତି ଅନେକ ବାସହୀନ ଓ ଗରିବ ଲୋକଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ ବଖାଣିଛନ୍ତି ବ୍ୟକ୍ତି ଜଣକ । 

ଅଧିକ ପଢନ୍ତୁ: ଡେଲିଭରୀ ବଏ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଟ୍ୱିଷ୍ଟ୍, ବୟାନ ବଦଳାଇଲେ ପୀଡିତା