Advertisment

Black Coffee Benefits: ହୃଦରୋଗୀ ଓ ଡାଏବେଟିସ ରୋଗୀଙ୍କ ପାଇଁ ସଞ୍ଜିବନୀ 'ବ୍ଲାକ୍ କଫି', ପିଇଲେ ମିଳେ ଏହି ଫାଇଦା...

ବ୍ଲାକ୍ କଫି ପିଇଲେ ମିଳେ ଅପୂର୍ବ ଫାଇଦା । ଏଥିରେ ଥିବା କ୍ୟାଫେନ୍ ଖାଲି ଯେ ଶରୀରକୁ ସତେଜ ଓ ଫ୍ରେସ୍ ଫିଲ୍ କରାଇଥାଏ ତାହା ନୁହେଁ, ବରଂ ଏହା ହୃଦରୋଗୀଙ୍କ ପାଇଁ ମଧ୍ୟ ସଞ୍ଜିବନୀ କହିଲେ ଭୁଲ ହେବ ନାହିଁ । ଡାଏବେଟିସ ରୋଗୀଙ୍କ ସ୍ୱାସ୍ଥ୍ୟପକ୍ଷେ ବି ବେଶ ହିତକର ବ୍ଲାକ୍ କଫି । ଜାଣନ୍ତୁ, ବ୍ଲାକ୍ କଫି ପିଇବା ଦ୍ୱାରା କେଉଁ ସବୁ ଫାଇଦା ମିଳେ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Black Coffee

Black Coffee

ଭାରତୀୟଙ୍କ ପସନ୍ଦ ଚା' କଫି । ସକାଳ ହେଲେ ଖୋଜାପଡ଼େ ଚା' ନଚେତ କଫି । କାରଣ ଏଥିରେ ଥିବା କ୍ୟାଫେନ୍ ଶରୀରକୁ ସତେଜ ଓ ଫ୍ରେସ୍ ଫିଲ୍ କରାଇଥାଏ । ଯେଉଁଥିପାଇଁ କଫି ପିଇବା ଦ୍ୱାରା ଆକ୍ଟିଭ୍ ଅନୁଭବ ହୋଇଥାଏ । କିନ୍ତୁ ଡାକ୍ତର ତଥା ବିଶେଷଜ୍ଞ କହିବା ଅନୁସାରେ କ୍ଷୀରରେ ପ୍ରସ୍ତୁତ କଫି ଅପେକ୍ଷା ବିନା କ୍ଷୀରରେ ଅର୍ଥାତ୍ ବ୍ଲାକ୍ କଫି ଶରୀର ପକ୍ଷେ ହିତକର । ଏହାକୁ ପିଇଲେ ଅନେକ ଫାଇଦା ମିଳିଥାଏ । 

Advertisment

ବ୍ଲାକ୍ କଫିର ରହିଛି ଅନେକ ଉପକାରିତା । ସେଥିପାଇଁ ଅନେକ ଲୋକ ବିନା ଚିନିରେ କଫି ପିଇ ଥାନ୍ତି । ଯାହାକୁ ଆମେ ବ୍ଲାକ୍ କଫି କହିଥାଉ । କ'ଣ ଆପଣ ଜାଣନ୍ତି କି?  ଗୋଟିଏ କପ୍ ବ୍ଲାକ୍ କଫି ବଢାଇପାରେ ଆପଣଙ୍କ ଆୟୁଷ । ଏମିତି କିଛି ଏକ ଗବେଷଣାରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି । ଆମେରିକାର ତୁଫ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣା ଅନୁସାରେ ଦିନକୁ ୧-୩ କପ୍ ବ୍ଲାକ୍ କଫି ମୃତ୍ୟୁହାର( Mortality rate) କମାଇ ପାରିବ । କଫି ପ୍ରସ୍ତୁତ କରାଯିବା ସମୟରେ ସେଥିରେ ଚିନି, କ୍ରିମ୍ କିମ୍ବା କୌଣସି ଫ୍ଲେଭର ମିଶାନଗଲେ ଶରୀର ପକ୍ଷେ ହିତକର । 

କଫିକୁ ନେଇ ୧୯୯୯ରୁ ଜାରି ରହିଥିବା ଗବେଷଣାରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, କଫିରେ ଚିନି ମିଶାନଯିବା ଦ୍ୱାରା ସେଥିରେ ଥିବା ସାଚୁରେଟେଡ୍ ଫ୍ୟାଟ୍ ବହୁ ଉପକାର କରିଥାଏ । ଦିନକୁ ଗୋଟିଏ କପ୍ ବ୍ଲାକ୍ କଫି ପିଇବା ଦ୍ୱାରା  ଏହା ହୃଦରୋଗ ସହ ମୁକାବିଲା କରିବାର କ୍ଷମତା ରଖେ । ଆଉ ହୃଦରୋଗରୁ ମୃତ୍ୟୁ ନେଇ ଥିବା ରିସ୍କକୁ ୧୬ ପ୍ରତିଶତ ହ୍ରାସ କରେ । ସେହିପରି ଦୈନିକ ୨-୩ କପ୍ ବ୍ଲାକ୍ କଫି ପିଇଲେ ଏହି ରିସ୍କ ୧୭ ପ୍ରତିଶତକୁ ଖସି ଆସେ । ଏହାସହ ଡାଏବେଟିସ୍ ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଲାଭଦାୟକ ବ୍ଲାକ୍ କଫି । କଫିରେ ଥିବା କ୍ୟାଫେନ୍‌ର ଅନେକ ଉପକାରିତା ବିଷୟରେ ଗବେଷଣାରୁ ଜାଣିବାକୁ ମିଳିଛି । 

Advertisment

ଆସନ୍ତୁ ନଜର ପକାଇବା ବ୍ଲାକ୍ କଫିରେ କେଉଁ ସବୁ ଉପକାରିତା ରହିଛି ।

  • ଓଜନ ହ୍ରାସ- ମେଦ ବହୁଳତା ଥିଲେ ବ୍ଲାକ୍ କଫି ପିଇବା ଆବଶ୍ୟକ । ଏହା ଓଜନ ହ୍ରାସ କରିଥାଏ ବୋଲି ମତ ରଖିଛନ୍ତି ବୈଜ୍ଞାନିକ । 
  • ତ୍ୱଚାରେ ସୁଧାର- ବ୍ଲାକ୍ କଫି ପିଇଲେ ତ୍ୱଚା ସଫା ଦେଖାଯିବା ସହ ଗ୍ଲୋ କରିଥାଏ । କାରଣ ଏହା ଏକ ପ୍ରକାର ଆଣ୍ଟି ଅକ୍ସିଡାଣ୍ଟ ଭାବେ କାମ କରେ । 
  • ହୃଦରୋଗ ଓ ଡାଏବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ- ହୃଦରୋଗ ଜନିତ ମୃତ୍ୟୁ ହେବାର ଆଶଙ୍କାକୁ ବ୍ଲାକ୍ କଫି କମାଇଥାଏ ବୋଲି ବୈଜ୍ଞାନିକ ଅନୁସନ୍ଧାନରୁ ଜାଣିବାକୁ ମିଳିଛି । ସେହିପରି ଏହା ବିନା ଚିନିରେ ପ୍ରସ୍ତୁତ ହେଇଥିବାରୁ ମଧୁମେହ ବା ଡାଏବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ଫଳପ୍ରଦ । 
  • ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ- ବ୍ଲାକ କଫି ପିଇବା ଦ୍ୱାରା ୟୁରିନ୍‌ ପ୍ରକିୟା ସଠିକ ରହିଥାଏ । ଯାହାଦ୍ୱାରା ପେଟରେ ଥିବା ଦରକାରୀ କେମିକାଲ୍ସ ଓ ବ୍ୟାକ୍ଟେରିଆ ୟୁରିନ ସାହାଯ୍ୟରେ ବାହାରକୁ ଆସିଯାଆନ୍ତି । ଏଣୁ ବ୍ୟକ୍ତି ସୁସ୍ଥ ରହିଥାଏ । 

ଅଧିକ ପଢନ୍ତୁ: କ’ଣ ଆପଣ ଜାଣିଛନ୍ତି ? କଫିକୁ ହିନ୍ଦୀରେ କ’ଣ କୁହନ୍ତି. . .

Drinking Coffee Coffee Reduces Heart Disease Risk
Advertisment
Related Articles
Advertisment