Advertisment

Indigo AirPlane Returned: ଓହ୍ଲାଇ ପାରିଲାନି ବିମାନ, ପୁଣି ଥରେ ଦିଲ୍ଳୀ ଫେରିଲା ଇଣ୍ଡିଗୋ ଏୟାରବସ

ଗୁରୁବାର ଏହି ଧାରାରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଏଭଳି ସ୍ଥିତିରେ ଅବତରଣ କରିଥିଲା। ଗୁରୁବାର ସକାଳୁ ଦିଲ୍ଳୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏକ ଏୟାରବସ ୩୨୦ ଲେହ ଅଭିମୁଖେ ଯାତ୍ରା କରିଥିଲା। ୬ଇ୨୦୦୬ ନମ୍ବରର ଏହି ବିମାନରେ କ୍ରୁ ମେମ୍ବରଙ୍କୁ ମିଶାଇ ୧୮୦ ଯାତ୍ରୀ ରହିଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
indigo

indigo

ଭାରତୀୟ ବିମାନ ସେବା କ୍ଷେତ୍ରକୁ ଲାଗିଛି ଶନିଦଶା। ଭାରତ ଇତିହାସର ସବୁଠାରୁ ଭୟାବହ ଅହମଦାବାଦ ବିମାନ ଦୁର୍ଘଟଣାରେ ୨୭୫ ଜଣଙ୍କ ପ୍ରାଣହାନି ଘଟିଥିଲା। ଏହି ଆକ୍ରମଣର କ୍ଷତ ତାଜା ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି। ଅହମଦାବାଦ ଘଟଣାର କିଛି ଦିନ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏକାଧିକ ବିମାନର ଜରୁରୀ ଅବତରଣ କରାଯାଇଥିଲା।

Advertisment

ଗୁରୁବାର ଏହି ଧାରାରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଏଭଳି ସ୍ଥିତିରେ ଅବତରଣ କରିଥିଲା। ଗୁରୁବାର ସକାଳୁ ଦିଲ୍ଳୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏକ ଏୟାରବସ ୩୨୦ ଲେହ ଅଭିମୁଖେ ଯାତ୍ରା କରିଥିଲା। ୬ଇ୨୦୦୬ ନମ୍ବରର ଏହି ବିମାନରେ କ୍ରୁ ମେମ୍ବରଙ୍କୁ ମିଶାଇ ୧୮୦ ଯାତ୍ରୀ ରହିଥିଲେ।

ଲେହରେ ବିମାନ ଅବତରଣ କରିବାକୁ ଥିଲା। ତେବେ ପ୍ରତିକୂଳ ପାଗ କାରଣରୁ ବିମାନଟି ଅବତରଣ କରି ପାରି ନ ଥିଲା। ଫଳରେ ବିମାନଟି ପୁନର୍ବାର ଦିଲ୍ଲୀ ବିମାନବନ୍ଦରକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଏହି ଘଟଣା ପରେ ଇଣ୍ଡିଗୋ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ଯାତ୍ରୀଙ୍କ ସୁରକ୍ଷା ସର୍ବଦା ଆମର ପ୍ରାଥମିକତା ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।

Advertisment

ଅନ୍ୟ ପକ୍ଷରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଉ ଏକ ବିମାନର ଉଡାଣ ବିଳମ୍ବ ହୋଇଥିଲା। ଦିଲ୍ଲୀରୁ ରାୟପୁର ଅଭିମୁଖେ ଯାଉଥିବା ବିମାନଟି ବିଳମ୍ବରେ ଉଡିଥିଲା। ଯାନ୍ତ୍ରିକ ତ୍ରୁଟି କାରଣରୁ ୬ଇ୬୩୧୩ ନମ୍ବରର ବିମାନଟି ବିଳମ୍ବରେ ଉଡିଥିଲା। ଏହାର ଡୋରରେ ସାମାନ୍ୟ ସମସ୍ୟା ରହିଥିଲା।

ଅଧିକ ପଢନ୍ତୁ:  ୪ ମାସ ତଳେ ୨ ଯାଆଁଳା ପୁଅଙ୍କ ବାପା ହେ।ଇଥିଲେ, ଖୁସିରେ ଲାଗିଗଲା ନଜର

IndiGo Airlines Plane Crash Ahmedabad plane crash
Advertisment
Advertisment