• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସକାଳୁ ଉଠିବା ପରେ ପ୍ରାୟ ମସସ୍ତଙ୍କୁ କଫି କିମ୍ବା ଚା’ର ଆବଶ୍ୟକ ପଡ଼ିଥାଏ । ଗୋଟିଏ କପ୍‌ ଚା’ ହେଉ କିମ୍ବା କଫି ପିଇ ଦେଲେ ପୂରା ସକାଳଟା ସତେଜରେ କଟିଯାଏ । ଅନେକ ଲୋକ ଚା’ ପିଇବାକୁ ପସନ୍ଦ କରୁଥିବା ବେଳେ କିଛି ଲୋକ କଫିକୁ ବେଶ୍‌ ପସନ୍ଦ କରିଥା’ନ୍ତି ।

ହେଲେ ସେହି କଫିକୁ ହିନ୍ଦୀରେ କ’ଣ କୁହାଯାଏ ଆପଣ ଜାଣନ୍ତି କି ? ଅର୍ଥାତ୍‌ କଫିର ହିନ୍ଦୀ ନାମ କ’ଣ ? ହଁ ଆଜ୍ଞା ଜାଣିନାହାନ୍ତି ନା, ଖାଲି ଆପଣ ନୁହଁନ୍ତି ଅନେକ ଲୋକ ଏ ବିଷୟରେ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ...

ଚା’କୁ ହିନ୍ଦୀରେ ‘ଚାଏ’ ବୋଲି କୁହାଯାଏ । ଏ କଥା ପ୍ରାୟ ସମସ୍ତେ ଜାଣନ୍ତି । ବସ୍‌ ହେଉ କିମ୍ବା ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଚା’ ବାଲା ‘ଚାଏ’ ‘ଚାଏ’ ବୋଲି ବଡ଼ ପାଟିରେ ଡାକୁଥିବା ଆମେ ଶୁଣିବାକୁ ପାଇଥାଉ । ହେଲେ କଫି ବ୍ୟବସାୟ କରୁଥିବା ବ୍ୟବସାୟୀ କେବେ ବି କଫିକୁ ହିନ୍ଦୀରେ କହୁଥିବା ଶୁଣିବାକୁ ମିଳିନାହିଁ । କାରଣ କଫିର ହିନ୍ଦୀ ନାଁ ସେତେଟା ଲୋକାଦ୍ରୁତ ହୋଇନାହିଁ । ଏପରି କି ବଡ଼ ବଡ଼ ଲୋକ ମଧ୍ୟ କଫିର ହିନ୍ଦୀ ନାଁ ଜାଣନ୍ତିନାହିଁ ।

ଯଦି ଆପଣଙ୍କୁ କଫିର ନାଁ ଜଣାନାହିଁ । ଆଉ ଆପଣ କଫି ନାଁ ଜାଣିବାକୁ ଚାହୁଁଛନ୍ତି । ତେବେ ଆଜି ଏବେ ଜାଣିନିଅନ୍ତୁ । ସୂଚନା ମୁତାବକ ହିନ୍ଦୀରେ କଫିକୁ ‘କହୱା’ କୁହାଯାଏ । ଭାରତରେ ହିନ୍ଦୀରେ କଫିକୁ ‘କହୱା’ କୁହାଯାଏ ବୋଲି ଜଣାପଡ଼ିଛି ।