Advertisment

Irresponsible Social Media Challenges: ଅବଜ ରିଲ୍ସ ନିଶା, ଚଳନ୍ତା ଟ୍ରେନ୍ ତଳେ ଶୋଇ ରିଲ୍ସ କଲେ ନାବାଳକ...

ଚଳନ୍ତା ଟ୍ରେନ୍ ତଳେ ଶୋଇ ରିଲ୍ସ କଲେ ଜଣେ ନାବାଳକ। ଜୀବନକୁ ପାଣି ଛଡ଼ାଇ ଏଭଳି ବିପଦଜନକ ଓ ଦୁଃସାହସ କଲେ।

author-image
Sujit kumar Swain
ଅଦ୍ୟତନ ହୋଇଛି
Minors Lie Under Moving Train to Film Reel

Minors Lie Under Moving Train to Film Reel

ଅଜବ ରିଲ୍ସ ନିଶା। ରେଳ ଧାରଣାରେ ଶୋଇଲେ, ରିଲ୍ସ କଲେ। ଚଳନ୍ତା ଟ୍ରେନ୍ ତଳେ ଶୋଇ ରିଲ୍ସ କଲେ ଜଣେ ନାବାଳକ। ଜୀବନକୁ ପାଣି ଛଡ଼ାଇ ଏଭଳି ବିପଦଜନକ ଓ ଦୁଃସାହସ କଲେ। ଜଣେ ଟ୍ରେନ୍ ଟ୍ରାକ୍ ତଳେ ଶୋଇଥିବାବେଳେ ଆଉ ଦୁଇ ଜଣ ତାଙ୍କର ଭିଡିଓ କରୁଥିଲେ। 

Advertisment

ବୌଦ୍ଧ ଜିଲ୍ଲା ପୁରୁଣାପାଣି ଷ୍ଟେସନ ନିକଟ ଡାଲୁପାଲିଠାରେ ରେଳ ଧାରଣାରେ ଶୋଇକି ରିଲ୍ସ କରିବା ୩ ନାବାଳକଙ୍କୁ ମହଙ୍ଗା ପଡ଼ିଛି। ସୋସିଆଲ ମିଡିଆରେ ରିଲ୍ସ ଅପଲୋଡ କରିବା ପରେ ଘଟଣାକୁ ଗୁରୁତ୍ବର ସହ ନେଇଛି ରେଲୱେ ପୋଲିସ। ବୌଦ୍ଧ ଅଂଚଳର ୩ ନାବାଳକଙ୍କୁ ଉଠାଇ ଆଣି ପଚରାଉଚୁରା କରୁଛି ବଲାଙ୍ଗିର ରେରୱେ ପୋଲିସ। ନିକଟରେ ବୌଦ୍ଧ ଜିଲ୍ଲାକୁ ଟ୍ରେନ୍ ଗଡ଼ିଥିବା ବେଳେ ଟ୍ରାକରେ ନାବାଳକଙ୍କର ବିପଦଜନକ ରିଲ୍ସକୁ ନେଇ ସବୁଠି ଚର୍ଚ୍ଚା। 

ଅଧିକ ପଢ଼ନ୍ତୁ: ପୁରୀରେ ପ୍ରବଳ ଭିଡ଼: ସତର୍କ କଲା ପୋଲିସ...

Reels Video Police
Advertisment
Advertisment