/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751780025.jpg)
Minors Lie Under Moving Train to Film Reel
ଅଜବ ରିଲ୍ସ ନିଶା। ରେଳ ଧାରଣାରେ ଶୋଇଲେ, ରିଲ୍ସ କଲେ। ଚଳନ୍ତା ଟ୍ରେନ୍ ତଳେ ଶୋଇ ରିଲ୍ସ କଲେ ଜଣେ ନାବାଳକ। ଜୀବନକୁ ପାଣି ଛଡ଼ାଇ ଏଭଳି ବିପଦଜନକ ଓ ଦୁଃସାହସ କଲେ। ଜଣେ ଟ୍ରେନ୍ ଟ୍ରାକ୍ ତଳେ ଶୋଇଥିବାବେଳେ ଆଉ ଦୁଇ ଜଣ ତାଙ୍କର ଭିଡିଓ କରୁଥିଲେ।
Advertisment
ବୌଦ୍ଧ ଜିଲ୍ଲା ପୁରୁଣାପାଣି ଷ୍ଟେସନ ନିକଟ ଡାଲୁପାଲିଠାରେ ରେଳ ଧାରଣାରେ ଶୋଇକି ରିଲ୍ସ କରିବା ୩ ନାବାଳକଙ୍କୁ ମହଙ୍ଗା ପଡ଼ିଛି। ସୋସିଆଲ ମିଡିଆରେ ରିଲ୍ସ ଅପଲୋଡ କରିବା ପରେ ଘଟଣାକୁ ଗୁରୁତ୍ବର ସହ ନେଇଛି ରେଲୱେ ପୋଲିସ। ବୌଦ୍ଧ ଅଂଚଳର ୩ ନାବାଳକଙ୍କୁ ଉଠାଇ ଆଣି ପଚରାଉଚୁରା କରୁଛି ବଲାଙ୍ଗିର ରେରୱେ ପୋଲିସ। ନିକଟରେ ବୌଦ୍ଧ ଜିଲ୍ଲାକୁ ଟ୍ରେନ୍ ଗଡ଼ିଥିବା ବେଳେ ଟ୍ରାକରେ ନାବାଳକଙ୍କର ବିପଦଜନକ ରିଲ୍ସକୁ ନେଇ ସବୁଠି ଚର୍ଚ୍ଚା।
ଅଧିକ ପଢ଼ନ୍ତୁ: ପୁରୀରେ ପ୍ରବଳ ଭିଡ଼: ସତର୍କ କଲା ପୋଲିସ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)