/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751783148.jpg)
Wedding Turns Tragic in Dhenkanal
ଚାଲିଥିଲା ବିବାହ ଶୋଭାଯାତ୍ରା, ମାରିଲା କରେଣ୍ଟ। ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ନାଚି ନାଚି ଯାଉଥିବା ବରଯାତ୍ରୀ। ଡିଜେ ମେସିନରୁ ବିଦ୍ୟୁତ୍ ଆଘାତ ଲାଗି ଜଣେ ମୃତ, ୫ ଗୁରୁତର। କାମାକ୍ଷାନଗର ତୁମୁସିଙ୍ଗା ଥାନା କଦଳୀପାଳ ଜୁଆଙ୍ଗସାହିରେ ଅଘଟଣ।
କେମିତି ଡିଜେ ମେସିନରୁ ବିଦ୍ୟୁତ ଝଟକା ଲାଗିଛି। ବିଦ୍ୟୁତ ଝଟକା ଲାଗି ଜଣକ ପରେ ଜଣେ କେମିତି ତଳେ ପଡିଯାଉଛନ୍ତି। ଯାହାର ସିସିଟିଭି ଭିଡ଼ିଓ ଏବେ ସାମ୍ନାକୁ ଆସିଛି।
ଅଧିକ ପଢ଼ନ୍ତୁ: ପୁରୀରେ ପ୍ରବଳ ଭିଡ଼: ସତର୍କ କଲା ପୋଲିସ...
ବାହାଘର ଶୋଭାଯାତ୍ରା ଚାଲୁଥିବା ବେଳେ ସାହି ମଝିରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ଡିଜେ ଗାଡି l ସେହି ସମୟରେ ଡିଜେ ଗାଡି ସହ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କରେଣ୍ଟ ମାରିଥିଲା l ବିଦ୍ୟୁତ ଆଘାତରେ ୬ ଜଣ ଗୁରୁତର ହୋଇଥିଲେ।
ତେବେ ସ୍ଥାନୀୟ ଲୋକ ଗୁରୁତରଙ୍କୁ ଅଁଳାବେରେଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ l ସେଠାରେ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ l ସେଠାରେ ତାଙ୍କର ମୃତ୍ୟୁ ହୋଇଛି l ଅନ୍ୟ ପାଞ୍ଚ ଜଣଙ୍କ ଚିକିତ୍ସା ଜାରି ରହିଛି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)