• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସମ୍ବର ଦକ୍ଷିଣ ଭାରତର ଏକ ଲୋକପ୍ରିୟ ଖାଦ୍ୟ । ଏହାକୁ ଭାତ, ଇଟଲି, ଉପମା, ବରା ସହ ଖାଇପାରିବେ । ଏଥିରେ ବିଭିନ୍ନ ପ୍ରକାରର ପରିବା ପଡୁଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଖୁବ ଉପକାରୀ । ଯେଉଁମାନେ ଖଟାପ୍ରିୟ ସେମାନଙ୍କ ପାଇଁ ସମ୍ବର ଏକ ବେଷ୍ଟ ଡିସ୍ ।

ଅଧିକ ପଢନ୍ତୁ: ରୁଟି ଓ ଭାତ ସହ ଖାଇପାରିବେ, ବନାଇବା ବି ଖୁବ ସହଜ

ଆବଶ୍ୟକୀୟ ସାମଗ୍ରୀ

Also Read

--------

ଅଧା କପ୍ ହରଡ ଡାଲି

ଗୋଟିଏ ମଧ୍ୟମ ଆକାର ବାଇଗଣ

କିଛି ଭେଣ୍ଡି

୨ଟି ଛୁଇଁ

ଫାଳେ ଛୋଟ ଭଣ୍ଡା

୧୦୦ ଗ୍ରାମ କଖାରୁ

ଗୋଟିଏ ଆଳୁ

ଗୋଟିଏ ପିଆଜ

ଗୋଟିଏ ଟମାଟୋ

୩ ଚାମଚ ସମ୍ବର ପାଉଡର

୩ଟି ଶୁଖିଲା ଲଙ୍କା

କିଛି ତେନ୍ତୁଳି ରସ

୩ ଚାମଚ ତେଲ

ଗୋଟିଏ ଚାମଚ ସୋରିଷ

ଟିକିଏ ହେଙ୍ଗୁ

ସ୍ବାଦ ଅନୁଯାୟୀ ଲୁଣ

ଭୃଷଙ୍ଗ ପତ୍ର

ପ୍ରସ୍ତୁତି ପ୍ରଣାଳି

ଭେଣ୍ଡିକୁ ଛାଡି ସବୁ ପନିପରିବାକୁ ପ୍ରେସର କୁକରରେ ରଖନ୍ତୁ । ଡାଲି, ହଳଦି, ଲୁଣ ଏବଂ ପନିପରିବାକୁ ଢ଼ାଙ୍କିବା ପାଇଁ ଯଥେଷ୍ଟ ହେଉଥିବା ପାଣି ମିଶାନ୍ତୁ ।

୨ଟି ହୁଇସିଲ୍ ପରେ ତୁରନ୍ତ ଚୁଲା ବନ୍ଦ କରି ଦିଅନ୍ତୁ ଏବଂ ପ୍ରେସର ବାହାରିଯିବା ପର୍ଯ୍ୟନ୍ତ ହଲଚଲ କରନ୍ତୁ ନାହିଁ ।ପ୍ରେସର ବାହାରିଗଲା ପରେ, କୁକର ଖୋଲନ୍ତୁ ।

ଆଗରୁ ଭାଜି ରଖିଥିବା ଭେଣ୍ଡିକୁ ମିଶାନ୍ତୁ । ୨ କିମ୍ବା ୩ ଚାମଚ ସମ୍ବର ପାଉଡର, ତେନ୍ତୁଳି ରସ ଏବଂ ହେଙ୍ଗୁ ପକାନ୍ତୁ । ଗୋଳାଇ ଦିଅନ୍ତୁ ।

ଏହା ପରେ ଦୁଇ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଅନ୍ୟ ଏକ କଡେଇରେ ସୋରିଷ, ଶୁଖିଲା ଲଙ୍କା ଏବଂ ଭୃଷଙ୍ଗ ପତ୍ର ତେଲରେ ଫୁଟାଇ ଦିଅନ୍ତୁ ।

ଏହାକୁ କୁକରରେ ଥିବା ସମ୍ବରରେ ଢ଼ାଳିଦେଇ କିଛି ସମୟ ଘୋଡାଇ ରଖନ୍ତୁ । ଏବେ ଗରମ ଗରମ ପରଷନ୍ତୁ ।

ଅଧିକ ପଢନ୍ତୁ: ଘରେ ବନାନ୍ତୁ ନରମ ନରମ ଓଟ୍ସ ଇଟଲି

ଓଟିଭି ବିଜ୍ଞାପନ