Advertisment

ଉଦବେଗ ବଢ଼ାଇଲା FM ପୀଡ଼ିତାଙ୍କ ପୋଷ୍ଟ, ଚରମ ନିଷ୍ପତ୍ତି ପୂର୍ବରୁ ରାଜ୍ୟଠୁ କେନ୍ଦ୍ର ଯାଏଁ କରିଥିଲେ ଟ୍ୟାଗ୍

ଝିଅକୁ HOD ସାର୍ ଦେଉଥିଲେ ‘ଫେଭର୍’ ନିର୍ଯାତନା...କିନ୍ତୁ ପୀଡ଼ିତାକୁ କୁହାଯାଉଥିଲା ତୁ ଦୋଷୀ..(ପୀଡ଼ିତାଙ୍କ ବାପା)...ଅଭିଯୋଗ ପ୍ରତ୍ୟାହାର କର୍, ନଚେତ୍ କଲେଜରୁ କରି ଦିଆଯିବ ବହିଷ୍କାର, ବରବାଦ୍ କରିଦିଆଯିବ କ୍ୟାରିୟର୍ ବାଲେଶ୍ବର FM କଲେଜ୍ କାଣ୍ଡକୁ ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ବାପା ଏବଂ ଭାଇ।

author-image
Tanmay Kumar Mahalik
FM College

FM College

ଉଦବେଗ ବଢ଼ାଇଲା FM ପୀଡ଼ିତାଙ୍କ ପୋଷ୍ଟ। ନିର୍ଯାତନା କାହାଣୀ ବଖାଣି ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବି ବୋଲି ଗତ 1 ତାରିଖରେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ରାଜ୍ୟଠାରୁ କେନ୍ଦ୍ର ଯାଏଁ କରିଥିଲେ ଟ୍ୟାଗ୍ । ଆଉ କୌଣସି ଠୋସ୍ ପଦକ୍ଷେପ ନିଆନଯିବାରୁ ଗତକାଲି ଆତ୍ମଦାହ ଉଦ୍ୟମ କରିଥିଲେ ଛାତ୍ରୀ ଜଣକ। ଏହାଭିତରେ ଗତ ୬ ମାସ ଧରି ଏଜୁକେସନ୍ ବିଭାଗ HOD ସମୀର ସାହୁଙ୍କ ମାନସିକ ନିର୍ଯାତନାରେ କେମିତି ଜଳୁଥିଲେ ଓ ନ୍ୟାୟ ପାଇଁ ବାରଦ୍ବାର ହେଉଥିଲେ, ପ୍ରତିଟି ମୂହୁର୍ତ୍ତର ସତ ଏବେ ସାମ୍ନାକୁ ଆସୁଛି। ତେଣେ ଆତ୍ମଦାହ ଉଦ୍ୟମ ପରେ ଉଚ୍ଚଶିକ୍ଷା ବିଭାଗର ତଦନ୍ତ କମିଟି, ଆଜି କଲେଜକୁ ଯାଇ ତଦନ୍ତ କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।..

Advertisment

ଝିଅକୁ HOD ସାର୍ ଦେଉଥିଲେ ‘ଫେଭର୍’ ନିର୍ଯାତନା...କିନ୍ତୁ ପୀଡ଼ିତାକୁ କୁହାଯାଉଥିଲା ତୁ ଦୋଷୀ..(ପୀଡ଼ିତାଙ୍କ ବାପା)...ଅଭିଯୋଗ ପ୍ରତ୍ୟାହାର କର୍, ନଚେତ୍ କଲେଜରୁ କରି ଦିଆଯିବ ବହିଷ୍କାର, ବରବାଦ୍ କରିଦିଆଯିବ କ୍ୟାରିୟର୍ ବାଲେଶ୍ବର FM କଲେଜ୍ କାଣ୍ଡକୁ ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ବାପା ଏବଂ ଭାଇ। ତେଣୁ ଆଉ ନିଲମ୍ବନ ନୁହଁ, ବରଂ ଚାକିରିରୁ ବିଦା କରାଯାଉ ପ୍ରିନସିପାଲଙ୍କୁ...ଇଣ୍ଟରନ୍ୟାଲ କଂପ୍ଳେଣ୍ଟସ୍ କମିଟି ସଦସ୍ୟଙ୍କ ବିରୋଧରେ ହେଉ ଆକ୍ସନ। (ପୀଡ଼ିତାଙ୍କ ଭାଇ) ଦିନେ, ଅଧେ ନୁହେଁ, ମାସେ କି ଦୁଇ ମାସ ନୁହଁ। ଦୀର୍ଘ ୬ ମାସ ଧରି ଏଜୁକେସନ୍ ଡିପାର୍ଟମେଣ୍ଟର HOD ତଥା ରସିକ ସମୀର ସାହୁ ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ମାମଲାର ଫିଟୁଛି ଗୁମର। ଜୁନ୍ ୩୦ ତାରିଖ। ପୀଡ଼ିତାଙ୍କ ଅଭିଯୋଗକୁ ନେଇ ଛାତ୍ର ଅସନ୍ତୋଷ ପରେ ଏ ହେଉଛି ପ୍ରିନସପାଲ ଚାମ୍ବରର ଦୃଶ୍ୟ। ଉପସ୍ଥିତ ଅଛନ୍ତି ନିଲମ୍ବିତ ପ୍ରିନସିପାଲ୍ ଦିଲୀପ ଘୋଷ, ଅଭିଯୁକ୍ତ HOD ସମୀର ସାହୁ, ICC ସଦସ୍ୟଙ୍କ ସହ ପୀଡ଼ିତା ଏବଂ ସହପାଠୀ। ଚାଲିଛି ସରଗରମ ଆଲୋଚନା। ପ୍ରଶ୍ନ ବାଣରେ ଘାଇଲା କଲେଜ୍ କର୍ତ୍ତୃପକ୍ଷ। ଫେଭର୍ ମାନେ କ’ଣ, ଛାତ୍ରୀଙ୍କ ସହପାଠୀ ପଚାରୁଛନ୍ତି ପ୍ରିନସିପାଲଙ୍କ ମିଟିଂରେ । କିନ୍ତୁ ଫଳପ୍ରଦ ହେଲାନି ଆଲୋଚନା। ଆଉ ଏ ହେଉଛି, ଜୁଲାଇ ୧ରେ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ପୀଡ଼ିତାଙ୍କ ପୋଷ୍ଟ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ, CMO, NCW ସମେତ ବିଭିନ୍ନ ବର୍ଗଙ୍କୁ ଟ୍ୟାଗ୍ କରିଥିଲେ। ଯେଉଁଥିରେ ଦର୍ଶାଇଥିଲେ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବି। ଏଥିପାଇଁ HOD ସମୀର ସାହୁ ଏବଂ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ। ତା ସତ୍ତ୍ବେ ବି କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିଲା, ଯାହାର ପରିଣାମ ସ୍ବରୁପ ଗତକାଲି ଚରମ ପଦକ୍ଷେପ ନେଇଥିଲେ ପୀଡ଼ିତା।

କେଉଁ ପରିସ୍ଥିତିରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିବା ଯାଏଁ କଥା ଗଲା ? ଏଥିରେ ନିଲମ୍ବିତ HOD ତଥା ଆସିଷ୍ଟାଣ୍ଟ୍ ପ୍ରଫେସର୍ ସମୀର ସାହୁଙ୍କ ବାସ୍ତବରେ ସଂପୃକ୍ତି କ’ଣ ? ଅଭିଯୋଗ ଉପରେ କଲେଜ ପ୍ରଶାସନ, ପ୍ରିନ୍ସିପାଲ ଓ ଇଣ୍ଟରନାଲ କମ୍ପ୍ଲେଣ୍ଟ୍ କମିଟି କାହିଁକି ମାମଲାର ସମାଧାନ କରିପାରିଲେ ନାହିଁ ? ଆସିଷ୍ଟାଣ୍ଟ୍ ପ୍ରଫେସର୍ ସମୀର ସାହୁଙ୍କୁ ପ୍ରିନସିପାଲ୍ ଏବଂ ICC ଘଣ୍ଟ ଘୋଡ଼ାଇବା ପଛର ରହସ୍ୟ କ’ଣ ? ଏବେ ଏଭଳି ନାନା ପ୍ରଶ୍ନ ଭିତରେ FM କଲେଜକୁ ଯାଇ ତଦନ୍ତ କରିଛି ଉଚ୍ଚଶିକ୍ଷା ବିଭାଗର ୩ ଜଣିଆ ତଦନ୍ତ କମିଟି। ଉଚ୍ଚଶିକ୍ଷା ନିର୍ଦ୍ଦେଶକ IAS କାଳୀପ୍ରସନ୍ନ ମହାପାତ୍ର, ଯୁଗ୍ମ ସଚିବ ମୌସୁମୀ ନାୟକ, ବିଜେବି ଅଟୋନମସ୍ କଲେଜ ପ୍ରଫେସର ଝୁମକି ରଥ ପୀଡିତାଙ୍କ ସହପାଠୀ ଏବଂ କଲେକ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ନମୁନା ସଂଗ୍ରହ କରି ପାରିପାର୍ଶ୍ବିକ ସ୍ଥିତିର ଅନୁଧ୍ୟାନ କରିଛି।

Advertisment

ନ୍ୟାୟ ପାଇଁ ବାରଦୁଆର ହୋଇ ନିରାଶ ହେବା ପରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ମାମଲାକୁ ନେଇ ସବୁଠି ହୁଲସ୍ତୁଲ୍। ଏହି ଘଟଣାରେ ପ୍ରିନିସପାଲ୍ ଏବଂ HODଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ HODଙ୍କୁ ଗିରଫ ବି କରାଯାଇଛି। ଏସବୁ ଭିତରେ ଜିଲ୍ଲାପାଳଙ୍କ ପାଖରେ ନିଜର ସୁରକ୍ଷା ଲୋଡ଼ିଛନ୍ତି ନିଲମ୍ବିତ ପ୍ରିନସିପାଲ ଦିଲୀପ ଘୋଷ।
ଏହି ସମ୍ବେଦନଶୀଳ ଘଟଣାକୁ ରାଜ୍ୟ ସରକାର ମଧ୍ୟ ଗୁରୁତର ସହ ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ତଦନ୍ତର ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଯେପରି ଘଟଣାର ପୁନରାବୃତ୍ତି ନ ହେବ ସରକାର ପଦକ୍ଷେପ ନେବେ। ସେପଟେ ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି ଜାତୀୟ ମହିଳା କମିଶନ। ୩ ଦିନରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ଭିତରେ ଭୁବନେଶ୍ବର AIIMSରେ ଚିକିତ୍ସାଧୀନ ପୀଡ଼ିତାଙ୍କ ଆରୋଗ୍ୟ କାମନା କରି ସମୂହ ଦୀପଦାନ କରିଛନ୍ତି FM ଛାତ୍ରଛାତ୍ରୀ।

Student Harassment
Advertisment
Advertisment