/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726817282.jpg)
kanchalanka mutton
ଆପଣ ମଟନର ବିଭିନ୍ନ ରେସିପି ଖାଇଥିବେ । କିନ୍ତୁ ଆପଣ କେବେ ‘' କଞ୍ଚା ଲଙ୍କା ମଟନ୍ ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ‘' କଞ୍ଚା ଲଙ୍କା ମଟନ୍’ ରେସିପି ପ୍ରସ୍ତୁତ କରିବୁ ।
ଆବଶ୍ୟକ ସାମଗ୍ରୀ
ଖାସି ମାଂସ, ପିଆଜ ବଟା,ଅଦା ରସୁଣ ବଟା, କଞ୍ଚା ଲଙ୍କା, ଗରମ ମସଲା, କଟା ଧନିଆ ପତ୍ର, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ ଓ ଲୁଣ
ଅଧିକ ପଢ଼ନ୍ତୁ: ଘରେ ତିଆରି କରନ୍ତୁ 'ଚିକେନ୍ ପୋସ୍ତ'
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ କଞ୍ଚା ଲଙ୍କାରୁ ମଞ୍ଜି ବାହାର କରି ଛେଚି ରଖନ୍ତୁ। ତା'ପରେ କରେଇରେ ତେଲ ଗରମ କରନ୍ତୁ।
ତେଲ ଗରମ ହୋଇଗଲା ପରେ ସେଥିରେ ପିଆଜ ଓ ଅଦା ରସୁଣ ବଟା ପକାଇ ଗୋଳାଇ ଦିଅନ୍ତୁ।
ପରେ ସେଥିରେ ଲଙ୍କା ଗୁଣ୍ଡ, ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ଗୁଣ୍ଡ ପକାଇ ମସଲାକୁ ଅଳ୍ପ ସମୟ ପାଇଁ କଷନ୍ତୁ।
ମସଲା କଷି ହେବା ପରେ ସେଥିରେ ଛେଚା କଞ୍ଚା ଲଙ୍କାକୁ ପକାଇ ପୁଣି କଷନ୍ତୁ। ମସଲା କଷି ହେବାପରେ ମଟନକୁ ପକାଇ ଦିଅନ୍ତୁ ।
ଏହାପରେ ମାଂସକୁ ଭଲ ଭାବେ କଷନ୍ତୁ।
ମାଂସ କଷି ହେବା ପରେ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ।
ଏହାପରେ ମାଂସ ସିଝିବା ପାଇଁ ୩୦ ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ।
ଏହାପରେ ଘୋଡଣୀ ବାହାର କରି କଟା ଧନିଆ ପତ୍ର ଓ ଗରମ ମସଲା ପକାଇ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ' କଞ୍ଚା ଲଙ୍କା ମଟନ୍। ଏହି ରେସିପିଟିକୁ ଆପଣ ରୁଟି ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
ଅଧିକ ପଢ଼ନ୍ତୁ: ଶୁକ୍ରବାର ରାନ୍ଧଣାରେ ଘରେ ତିଆରି କରନ୍ତୁ 'କଙ୍କଡ଼ା ବେସର'
Police encounter in Rourkela: ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର, ଆଉ ୫ ଗିରଫ

Violent Clash: ଗୋଷ୍ଠୀ ସଂଘର୍ଷ; ମାରଣାସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଏକାଧିକ ଆହତ

Cyclonic Storm: ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ, ବଢିଲା ବାତ୍ୟା ସମ୍ଭାବନା

Artificial Floating Island: ବିଶ୍ବର ପ୍ରଥମ କୃତ୍ରିମ ଭାସମାନ ଦ୍ବୀପ, ପରମାଣୁ ବିସ୍ଫୋରଣ ବିଗାଡି ପାରିବନି କି ବାତ୍ୟାରେ ବି କ୍ଷତି ହେବନି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)