/odishatv-khabar/media/media_files/2025/11/23/cyclone-2025-11-23-10-03-43.jpg)
Cyclone Photograph: (OTV)
ଦକ୍ଷିଣ ଆଣ୍ଡାମାନ ସାଗରରେ ବଳ ଗୋଟାଇ ଆଗକୁ ବଢ଼ୁଛି ଲଘୁଚାପ କ୍ଷେତ୍ର। ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ। ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ସମ୍ଭାବନା ଥିବା ପାଣିପାଗ ବିଜ୍ଞାନୀଙ୍କ ସୂଚନା ରହିଛି।
ତେବେ ରାଜ୍ୟରେ ଆସନ୍ତା ୨୭ ତାରିଖ ପରେ ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସାମ୍ଭାବ୍ୟ ଅବପାତର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ, ବାତ୍ୟାରେ ପରିଣତ ହେବା ପରେ କୁଆଡେ ମୁହାଁଇବ, କଣ ରହିବ ଦିଗ ସେନେଇ ଚିତ୍ର ସ୍ପଷ୍ଟ ହୋଇନି । ଏନେଇ IMD ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ।
• ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା
• ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ
• ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ
• ଆସନ୍ତାକାଲି ବେଳକୁ ଅବପାତର ରୂପ ନେବା ସମ୍ଭାବନା
• ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାତ୍ୟା ସମ୍ଭାବନା
• ବାତ୍ୟାରେ ପରିଣତ ହେଲେ କଣ ରହିବ ଦିଗ, ସ୍ପଷ୍ଟ ହୋଇନି ଚିତ୍ର
Violent Clash: ଗୋଷ୍ଠୀ ସଂଘର୍ଷ; ମାରଣାସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଏକାଧିକ ଆହତ

Police encounter in Rourkela: ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର, ଆଉ ୫ ଗିରଫ

Low Pressure System: ସୃଷ୍ଟି ହେଲା ଲଘୁଚାପ, ବାତ୍ୟାରେ ପରିଣତ ହେବ!

Daily Horoscope 23rd November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)