Advertisment

Violent Clash: ଗୋଷ୍ଠୀ ସଂଘର୍ଷ; ମାରଣାସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଏକାଧିକ ଆହତ

ହିଣ୍ଡଳ ଗାଁରେ ରାଜନୈତିକ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ। ମାରଣାସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣରେ ୪ରୁ ଅଧିକ ଆହତ। ଆହତମାନେ କବିସୂର୍ଯ୍ୟନଗର ଓ ଆସିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ।

author-image
Chinmayee Sahoo
Violent Clash

Violent Clash Photograph: (OTV)

ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହିଣ୍ଡଳ ଗାଁରେ ଏହି ଘଟଣା ଘଟିଛି। ଏଥିରେ ଉଭୟ ଗୋଷ୍ଠୀର ୪ ରୁ ଅଧିକ ଆହତ ହୋଇଛନ୍ତି । 
ସୂଚନା ମୁତାବକ, ଗତ ସାଧାରଣ ନିର୍ବାଚନ ଠାରୁ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଗତକାଲି ଏହା ଉଗ୍ରରୂପ ନେଇଥିଲା । ପରସ୍ପର ଉପରକୁ ଉଭୟ ଗୋଷ୍ଠୀର ଲୋକେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ୪ରୁ ଅଧିକ ଆହତ ହୋଇଛନ୍ତି। 
ସମସ୍ତଙ୍କୁ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆସିକା ଉପଖଣ୍ଡ ଚିକିତ୍ସାଳୟୟରେ ଭର୍ତ୍ତି କରାଯାଇଛି । ଏନେଇ କବିସୂର୍ଯ୍ୟନଗର ଥାନାରେ ମାମଲା ହୋଇଥିବା ବେଳେ ପୋଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି । ତେବେ ପୋଲିସର ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
•    ରାଜନୈତିକ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ
•    ପୋଲସରା: ହିଣ୍ଡଳ ଗାଁରେ ରାଜନୈତିକ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ
•    ମାରଣାସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣରେ ୪ରୁ ଅଧିକ ଆହତ
•    ଆହତମାନେ କବିସୂର୍ଯ୍ୟନଗର ଓ ଆସିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ
•    ସାଧାରଣ ନିର୍ବାଚନ ଠାରୁ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା

Advertisment
Violent Clashes
Advertisment
Related Articles
Advertisment