Advertisment

ଶୁକ୍ରବାର ରାନ୍ଧଣାରେ ଘରେ ତିଆରି କରନ୍ତୁ 'କଙ୍କଡ଼ା ବେସର'

କଙ୍କଡ଼ା ତରକାରୀ ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଆଜି ଆମେ ଆପଣଙ୍କ ପାଇଁ ଓଡ଼ିଆ ଘରର ଦେଶୀ ରେସିପି ‘କଙ୍କଡ଼ା ବେସର’ ପ୍ରସ୍ତୁତ କରିବୁ। ଏହି ରେସିପିଟିକୁ ଦେଶୀ ଶୈଳୀରେ ଆମେ ବନେଇବୁ ।

author-image
Pallipuspa Samal
crab curry

crab curry

ଘରେ ଆପଣ କଙ୍କଡ଼ାରେ ତିଆରି ବହୁ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କୁ କଙ୍କଡ଼ାର ଏକ ସୁଆଦିଆ ରେପିପି ବିଷୟରେ କହିବୁ । ଏହି ରେସିପି ର ନାଁ ହେଉଛି ‘କଙ୍କଡ଼ା ବେସର’ । ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

ଆବଶ୍ୟକ ସାମଗ୍ରୀ:

କଙ୍କଡ଼ା, ସାରୁ, ଅଦା ବଟା, ରସୁଣ ବଟା, କଟା ପିଆଜ, ଗରମ ମସଲା, ହଳଦୀ ଗୁଣ୍ଡ, , ଧନିଆ ପତ୍ର, ତେଜ ପତ୍ର, ତେଲ ଓ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କଙ୍କଡ଼ାକୁ ସିଝାଇ ଦିଅନ୍ତୁ।ଏହା ସିଝି ଗଲା ପରେ ଏହାକୁ ଭଲ ଭାବରେ ବନାଇ ଦିଅନ୍ତୁ।
  • ଏହାପରେ ସେଥିରେ ଲୁଣ, ହଳଦୀ ପକାଇ ଭାଜି ଦିଅନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ।
  • ତେଲ ଗରମ ହେବା ପରେ କଟା ପିଆଜକୁ ସେଥିରେପକାଇ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
  • କିଛି ସମୟ ପରେ ସେଥିରେ, ଅଦା,ରସୁଣ ପେଷ୍ଟ ପକାଇ କିଛି ସମୟ ପର୍ଯ୍ୟନ୍ତ କଷନ୍ତୁ।
  • ମସଲା ଟିକେ କଷି ହେବା ପରେ ସେଥିରେ ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ କିଛି ସମୟ ପାଇଁ କଷନ୍ତୁ।
  • ମସଲା ପ୍ରସ୍ତୁତ ହୋଇଯିବା ପରେ ପୂର୍ବରୁ ରହିଥିବା ସିଝା ସାରୁ, ଭଜା କଙ୍କଡ଼ା ପକାନ୍ତୁ।ଏହା ସହ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ।
  • ପରେ ସେଥିରେ ଆବଶ୍ୟକ ଅନୁସାରେ ପାଣି ଦେଇ କିଛି ସମୟ ପାଇଁ ଫୁଟି ବାକୁ ଛାଡ଼ି ଦିଅନ୍ତୁ।
  • ଏହାପରେ ଧନିଆପତ୍ର ଓ ଗରମ ମସଲା ପକାଇ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ସୁଆଦିଆ ‘କଙ୍କଡ଼ା ବେସର’। ଏହି ରେସିପିଟିକୁ ଗରମ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

Odia Food And Recipes
Advertisment
Advertisment