Advertisment

Jollywood Drama: ଜଲିଉଡରେ କେମିତି ଚାଲେ ଗୋଚ୍ଛି କଟାକଟି, ଗୁମର ଖୋଲିଲା ଭାଇରାଲ ଅଡ଼ିଓ

ଜଲିଉଡରେ ଏକ ନୂଆ ମାଲିକ-ମାଲିକ ଲଢେଇ ଆରମ୍ଭ ହୋଇଛି । ତା' ପୁଣି ପାର୍ଟି ଭଙ୍ଗା ଷଡ଼ଯନ୍ତ୍ର । ଏସବୁ ଭିତରେ ଯେମିତି ଅଣନିଶ୍ୱାସୀ ଓଡ଼ିଶା ଯାତ୍ରା ଜଗତ ।

author-image
Namita Biswal
ଅଦ୍ୟତନ ହୋଇଛି
undefined

Jollywood Controversy

କଳାକାରଙ୍କୁ ନେଇ ଜଲିଉଡରେ ଆହୁରି ଘନେଇଲା ମାଲିକ-ମାଲିକ ଲଢ଼େଇ । କିଛିଦିନ ତଳେ ତାଙ୍କ ପାର୍ଟିକୁ ଭାଙ୍ଗିବାକୁ କିଛି ମାଲିକ ଷଡ଼ଯନ୍ତ୍ର କରୁଥିବା ନେଇ ସିଂହବାହିନୀ ମାଲିକଙ୍କ ଅଭିଯୋଗ ପରେ ଏବେ ସାମ୍ନାକୁ ଆସିଛି ସେଇ ଦିଗକୁ ଇଙ୍ଗିତ କରୁଥିବା ଏକ ଭାଇରାଲ୍ ଅଡିଓ । କଣ ଏଇ ଭାଇରାଲ୍ ଅଡିଓ, କାହା କାହା ଭିତରେ କି ଷଡ଼ଯନ୍ତ୍ର ହେଇଛି ଏଥିରେ, ଦେଖନ୍ତୁ ଏ ରିପୋର୍ଟ...

Advertisment

ଗତ 17 ତାରିଖରେ ଯାତ୍ରା ସିଂହବାହିନୀକୁ ଭାଙ୍ଗିବା ପାଇଁ କିଛି ମାଲିକ ଷଡ଼ଯନ୍ତ୍ର କରୁଥିବାର  ଅଭିଯୋଗ ଆଣିଥିଲେ ଏହାର ମାଲିକ ସଂଜୀବ ପାଢ଼ୀ । ତାଙ୍କର ଏ ସାଂଘାତିକ ଅଭିଯୋଗକୁ ଦିନ କେଇଟା ବିତିନି ଗୁମର ପଦାରେ ପକାଇଦେଲା ଏ ଭାଇରାଲ୍ କଲ୍ ଅଡିଓ। କୁହାଯାଉଛି ଭାଇରାଲ୍ ହେଉଥିବା ଏ ମୋବାଇଲ୍ କଲରେ ଅଛନ୍ତି ସିଂହବାହିନୀରେ ଅନୁବନ୍ଧିତ ଏହାର ମୁଖ୍ୟ ନାୟିକା ତମସା ମିଶ୍ର, ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ ଏବଂ ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ବାଇଁ ଓରଫ କାଳିଆ ବାବୁ। 

ଯେଉଁଥିରେ ତମସାଙ୍କୁ ସିଂହବାହିନୀ ଛାଡ଼ି କାଳିଆ ବାବୁଙ୍କ ପାର୍ଟି ସୂର୍ଯ୍ୟମନ୍ଦିର ପଳେଇ ଆସିବାକୁ ପ୍ରବର୍ତ୍ତାଉଛନ୍ତି ନାଣ୍ଡୁ ବାବୁ । କହୁଛନ୍ତି ସିଂହବାହିନୀ ପାର୍ଟିରୁ ତୁ ଜାନୁଆରୀ 6 ତାରିଖରେ ବିଦା ହେବୁ । କାହିଁକି ବିଦା ହେବୁ ତାହା ବି ତୁ ଜାଣିଛୁ। ଜବାବରେ ଆପଣମାନେ ମାଲିକ ସଂଘରେ ରହିକି ମୋତେ ହଇରାଣ କରିବେ ନାହିଁ ବୋଲି ବି ପ୍ରଶ୍ନ କରୁଛନ୍ତି ତମସା । ଯାହାର ଉତ୍ତରରେ ସେ ପାଢ଼ୀ କଣ କରିବ, ତୁ ମୋ ପାଖରେ ରହିବୁ ବୋଲି କହୁଛନ୍ତି ନାଣ୍ଡୁ । 

Advertisment

ଅଧିକ ପଢ଼ନ୍ତୁ: ବିଫଳ ନାୟକ, ସଫଳ ବିଜନେସମ୍ୟାନ, ଆମୀରଙ୍କ ଠାରୁ ବି ଧନୀ

ଜଲିଉଡ଼ରେ ନାଣ୍ଡୁ-କାଳିଆ-ତମସାଙ୍କ ଏ ବାର୍ତ୍ତାଳପକୁ ନେଇ ଝଡ଼ । କାହିଁକିନା, କାହ୍ନା-ଟିକି ଓ ଅଜୁ-ଆପୁଙ୍କ ଭଳି ଚର୍ଚ୍ଚିତ ଯାତ୍ରାଯୋଡ଼ିଙ୍କୁ ସିଂହବାହିନୀ ପାର୍ଟିରୁ ଆଣି ଶ୍ରୀମନ୍ଦିର ପାର୍ଟିରେ ଅନୁବନ୍ଧିତ କରାଇ ସଞ୍ଜୀବଙ୍କୁ ଚକମା ଦେଇଥିଲେ ପ୍ରମୋଦ । ଏପଟେ ସୂର୍ଯ୍ୟମନ୍ଦିର ସହ ଦୁଇ ବର୍ଷ ପାଇଁ ଅନୁବନ୍ଧିତ ଥିବା ପୀୟୁଷଙ୍କୁ ଅଗ୍ରୀମ ଦେଇ ପ୍ରମୋଦ ସ୍ୱାଇଁଙ୍କୁ ବଡ ଝଟକା ଦେଇଥିଲେ ସଞ୍ଜୀବ । ହେଲେ ଏବେ ମାମଲା ଆଗକୁ ବଢ଼ିଛି । କଳାକାରଙ୍କୁ ନେଇ ପ୍ରମୋଦ ଓ ସଞ୍ଜୀବଙ୍କ ଏ କଳିରେ ଏଣ୍ଟ୍ରି ମାରିଛନ୍ତି ନାଣ୍ଡୁ ବାବୁ । ଅଭିନେତ୍ରୀ ତମସାଙ୍କୁ ବନେଇଛନ୍ତି ମୋହରା । 

ଅପରପକ୍ଷେ ତିନି ଜଣଙ୍କ ଭିତରର ଏ ଫୋନ୍ କଲ ଯେ ସତ ଉଭୟ ନାଣ୍ଡୁ ଓ ପ୍ରମୋଦ ତାହା ମାନିଛନ୍ତି । ତମସାଙ୍କୁ ତାଙ୍କ ପାର୍ଟିକୁ ଆଣିବାକୁ ଫୋନ୍ କରିଥିଲେ ବୋଲି ନାଣ୍ଡୁ କହିଥିଲା ବେଳେ ଏଥିରେ ତାଙ୍କର କିଛି ଭୂମିକା ନଥିବା କହିଛନ୍ତି ପ୍ରମୋଦ। ହେଲେ ଏନେଇ ଅଭିନେତ୍ରୀ ତମସା ଏବଂ ସଂଜୀବ ପାଢ଼ୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

କେତେବେଳେ କଳାକାର- ମାଲିକ ବିବାଦ ତ ପୁଣି କେତେବେଳେ ମାଲିକ-ମାଲିକ ଲଢ଼େଇ । ସେ ଭିତରେ ପୁଣି ପାର୍ଟି ଭଙ୍ଗା ଷଡ଼ଯନ୍ତ୍ର । ଏସବୁ ଭିତରେ ଯେମିତି ଅଣନିଶ୍ବାସୀ ଯାତ୍ରା ଜଗତ ।

Jollywood Odia Jatra
Advertisment