/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750951178.jpg)
ଡ୍ରୋନ୍ ଉଡ଼ୁଛି, ସିସିଟିଭି ଜଗିଛି
ଏଥରର ବିଶ୍ବପ୍ରସିଦ୍ଧ ରଥଯାତ୍ରା କେମିତି ହେବ ଭକ୍ତଙ୍କ ପାଇଁ ସୁଗମ । ସେଥିପାଇଁ ଜୀ-ଜାନ୍ ଲଗାଇଛନ୍ତି ସରକାର । ଟ୍ରାଫିକ ପରିଚାଳନାରୁ ପାର୍କିଂ, ସ୍ବାସ୍ଥ୍ୟସେବାରୁ ସିକ୍ୟୁରିଟି ଯାଏଁ ସବୁ କ୍ଷେତ୍ରରେ ହୋଇଛି ନୂଆ ବ୍ୟବସ୍ଥା । ପ୍ରଥମ ଥର ପୁରୀରେ ସ୍ଥାପନ ହୋଇଛି ୨୪ ଘଣ୍ଟିଆ ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର । ଯେଉଁଠି ୨୭୫ ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଚିତ୍ରର ଚାଲିଛି ମନିଟରିଂ। ତାସହ ରିଅଲ୍ ଟାଇମ୍ ଟ୍ରାଫିକ୍ ଅପଡେଟ୍ ପାଇଁ ପ୍ରସ୍ତୁତ ହୋଇଛି ସ୍ପେଶାଲ୍ କ୍ୟୁଆର କୋଡ୍। ଯାହାକୁ ସ୍କାନ କଲେ ସୁବିଧାରେ ବଡ଼ଦାଣ୍ଡରେ ପହଞ୍ଚି ପାରିବ ଜଣେ ସାଧାରଣ ଭକ୍ତ ।
କିଏ କେଉଁ ବାଟେ ପୁରୀକୁ ଆସୁଛି ? ଟ୍ରାଫିକ୍ ଜାମ୍ କେଉଁଠି ରହିଛି ? ପାର୍କିଂ ସ୍ପଟରେ କିଭଳି ସ୍ଥିତି ? ସମୁଦ୍ର କୂଳରେ ଚାଲିଛି କ’ଣ ? ସାବଧାନ ପୁରୀରେ ଟିକନିଖ୍ ଏସବୁ ଦୃଶ୍ୟର ନିରୀକ୍ଷଣ ହେଉଛି, INTIGRATED COMMAND CONTROL CENTERରେ ।
ଅଧିକ ପଢ଼ନ୍ତୁ: ଉଛୁଳିଲା ବଡଦାଣ୍ଡ, କାଳିଆର ନବଯୌବନ ବେଶ ଦେଖି କୃତାର୍ଥ ଭକ୍ତ
ପୁରା ରଥଯାତ୍ରାକୁ କଣ୍ଟ୍ରୋଲ ହେଉଥିବା କୁମ୍ଭାରପଡ଼ା ଥାନା ସ୍ଥିତ ଇଏ ସେଇ INTIGRATED COMMAND CONTROL CENTER, ଯେଉଁଠି ଚାଲିଛି ୨୪ ଘଣ୍ଟିଆ ସର୍ଭେଲାନ୍ସ । VHF communication ସହ CCTV monitoring ଚାଲିଛି । ଚଳିତବର୍ଷ ପ୍ରଥମ କରି ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ସମ୍ପର୍କରେ ସୂଚନା ଦେଇ କମ୍ୟୁନିକେସନ ଓ ଟ୍ରାଫିକ୍ ଏଡିଜି ଦୟାଲ ଗଙ୍ଗୱାର କହିଛନ୍ତି- ଏହି ୱାର ରୁମରେ ପୁରା ନିରୀକ୍ଷଣ ପ୍ରକ୍ରିୟାକୁ ୪ ଭାଗରେ ବିଭକ୍ତ କରାଯାଇଛି । ସେଥିରୁ ପ୍ରଥମଟି ହେଲା AI ବେସଡ୍ ସିସିଟିଭି ସର୍ଭେଲାନ୍ସ । ଯାହା ମାଧ୍ୟମରେ ୨୭୫ଟି କ୍ୟାମେରା ମାଧ୍ୟମରେ ଭୁବନେଶ୍ବରରୁ ପୁରୀ ଓ କୋଣାର୍କରୁ ପୁରୀ ରାସ୍ତା ସହ ସାରା ପୁରୀ ସହର ଉପରେ ନଜର ରଖାଯାଇଛି ।
ଦ୍ବିତୀୟଟି ରହିଛି କମ୍ୟୁନିକେସନ ମନିଟରିଂ ସିଷ୍ଟମ । ଯେଉଁଥିରେ କ୍ରାଉଡ୍ କଣ୍ଟ୍ରୋଲ, ରଥ ଭିତର ଓ ବାହାର କର୍ଡନ ସହ ଟ୍ରାଫିକ୍ ଏବଂ ମେଡିକାଲ ଉପରେ ୧୦ଟି ଟିମ୍ ତୀକ୍ଷ୍ନ ନଜର ରଖିଛନ୍ତି । ତୃତୀୟରେ ରହିଛି ୱାର ରୁମ୍ ଫାସିଲିଟି- ଯେଉଁଥିରେ ବିଦ୍ୟୁତ୍, ପାନୀୟଜଳ ଯୋଗାଣ ଓ ସ୍ବାସ୍ଥ୍ୟସେବା ଭଳି ବିଭିନ୍ନ ପ୍ରମୁଖ ଜରୁରୀକାଳୀନ ସେବା ବିଭାଗର ଅଧିକାରୀମାନେ ଉପସ୍ଥିତ ରହି କୌଣସି ପରିସ୍ଥିତିରେ ତତକ୍ଷଣାତ୍ ସହାୟତା ଯୋଗାଇବାକୁ ତୟାର ରହିଛନ୍ତି । ଆଉ ଶେଷରେ ସି ବିଚ୍ ପାର୍କିଂ ଓ ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ବି ରହିଛି ନଜର। ସହର ସାରା ପଇଁତରା ମାରୁଛନ୍ତି ୧୨ଟି ଡ୍ରୋନ୍ । ଯେଉଁଥିରେ ଖଞ୍ଜାଯାଇଛି ଡାକବାଜି ଯନ୍ତ୍ର ।
ଚଳିତବର୍ଷ ରଥଯାତ୍ରା ସମ୍ପର୍କରେ ଭକ୍ତ ଓ ଯାତ୍ରୀଙ୍କୁ ହାତପାଆନ୍ତାରେ ଅପଡେଟ୍ ସୂଚନା ଦେବାକୁ କିଭଳି ସରକାର କରିଛନ୍ତି ବ୍ୟବସ୍ଥା ସେ ସମ୍ପର୍କରେ ନିଜ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇ ଅବଗତ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ରଥଯାତ୍ରା ଦିନ ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ପୁରୀକୁ ଗାଡ଼ିରେ ଯାଉଥିବା ଭକ୍ତ ଯେପରି ଭିଡ଼ରେ ନଫସିବେ ଓ ସୁବିଧାରେ ପାର୍କିଂରେ ପହଞ୍ଚିପାରିବେ ସେଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଜାରି ରିଅଲ୍ ଟାଇମ୍ ଟ୍ରାଫିକ୍ ଅପଡେଟ୍ କ୍ୟୁଆର୍ କୋଡକୁ ସେୟାର କରିଛନ୍ତି । ଯେଉଁଥିରେ ରହିଛି- ହ୍ବାଟସଆପ୍ ଚାର୍ଟ ବୋଟ୍, ଡ୍ରୋନ୍ ପିଏ ସିଷ୍ଟମ୍ ଓ ଡ୍ରୋନ୍ ସର୍ଭେଲାନସ ବି ରହିଛି । ଯାହାଦ୍ବାରା ଖାଲି ଟ୍ରାଫିକ୍ ଜାମ୍ କି ଗାଡ଼ି ପାର୍କିଂ ସୂଚନା ମିଳିବ ତା ନୁହେଁ ବଡ଼ଦାଣ୍ଡରେ କେଉଁଠି ଫୁଡ୍ କୋର୍ଟ ଓ ହୋଟେଲ ରହିଛି ସେ କଥା ଜଣା ପଡ଼ିବା ସହ ପିଇବା ପାଣି ଟ୍ୟାପ୍ କେଉଁଠି ରହିଛି ତାହା ମଧ୍ୟ ଏମିତି ଜାଣିହେବ ।
ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବଳୟରେ ପୁରୀ ସହର ରହିଥିବାବେଳେ ଏଥର NSG ସ୍ନାଇପର୍ସଙ୍କ ସହ ଜଗିବାକୁ ନିୟୋଜିତ ହୋଇଛନ୍ତି ପ୍ରାୟ ୧୦ ହଜାର ପୋଲିସ । ତାସହ ବିଏସଏଫ୍, ସିଆରପିଏଫ ଓ ଆରଏଏଫଙ୍କୁ ମିଶାଇ ୮ କଂପାନି ଫୋର୍ସ ମୁତୟନ ହୋଇଛନ୍ତି। ଉପକୂଳରେ ତଟରକ୍ଷୀ, ମେରାଇନ ପୋଲିସ ପାଟ୍ରୋଲିଂ କରୁଛନ୍ତି। ଓଡ଼ିଶା ପୋଲିସ୍ ପକ୍ଷରୁ ଭିଡିଓ ମାଧ୍ୟମରେ କାଲିଠୁ ଜାରି କରାଯାଇଛି ଟ୍ରାଫିକ୍ ଆଡଭାଇଜରି ।
ଅଧିକ ପଢ଼ନ୍ତୁ: ନେତ୍ରୋତ୍ସବ ଓ ନବଯୌବନ ଦର୍ଶନରେ କ'ଣ କ'ଣ ହୁଏ? କେଉଁ ବିଧିରେ ହୁଏ ମହାପ୍ରଭୁଙ୍କ ନେତ୍ର ଅଙ୍କନ?
Netrotsaba & Nabajoubana Darshana: ନେତ୍ରୋତ୍ସବ ଓ ନବଯୌବନ ଦର୍ଶନରେ କ'ଣ କ'ଣ ହୁଏ? କେଉଁ ବିଧିରେ ହୁଏ ମହାପ୍ରଭୁଙ୍କ ନେତ୍ର ଅଙ୍କନ?

Rath yatra 2025 : ଉଛୁଳିଲାଣି ଶ୍ରୀକ୍ଷେତ୍ର...ଭକ୍ତିରେ ଭିଜିଲାଣି ବଡ଼ଦାଣ୍ଡ; ୯ଟାରେ ପହଣ୍ଡି, ୪ଟାରେ ରଥଟଣା

World’s Largest Ratha: ବିଶ୍ୱର ସବୁଠୁ ବଡ଼ ରଥ...ନିଆରା ପରମ୍ପରା ସହ ଜଡ଼ିତ ଏଠାକାର ଯାତ୍ରା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)