ପ୍ରଥମ ଫିଲ୍ମରୁ ସେ ବଲିଉଡରେ ସଫଳତା ପାଇଥିଲେ । କିନ୍ତୁ ଦ୍ବିତୀୟ ଫିଲ୍ମ ବକ୍ସଅଫିସରେ ବିଫଳ ହୋଇଥିଲା । ଆଉ ଦୂରେଇ ଯାଇଥିଲେ ସେ ବଲିଉଡରୁ । ୨୦୧୩ରେ ରିଲିଜ ହୋଇଥିଲା ରୋମାଣ୍ଟିକ ଡ୍ରାମା ଫିଲ୍ମ ରମୈୟା ବସ୍ତାଭୈୟା । ଏହି ଫିଲ୍ମରୁ ଡେବ୍ୟୁ କରି ରାତାରାତି ଚର୍ଚ୍ଚ।କୁ ଆସିଥିଲେ ଗିରିଶ କୁମାର ।
ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ପ୍ରଭୁ ଦେବା ଓ ଗିରିଶଙ୍କ ଅପୋଜିଟରେ ନାୟିକା ସାଜିଥିଲେ ଶ୍ରୁତି ହାସନ । ଏହା ଏକ ମ୍ୟୁଜିକାଲ ହିଟ୍ ଫିଲ୍ମ ଥିଲା । ବକ୍ସଅଫିସରେ ଆଭରେଜ ବ୍ୟବସାୟ କରିବା ସତ୍ତ୍ବେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ରହିଛି ଫିଲ୍ମ ପାଇଁ । ଗିରିଶ ଏହି ଫିଲ୍ମ ପାଇଁ ଅନେକ ଆୱାର୍ଡ ପାଇଁ ବେଷ୍ଟ ଡେବ୍ୟୁ ନିୟୁ କମର ନୋମିନେସନ ପାଇଥିଲେ ।
ଅଧିକ ପଢ଼ନ୍ତୁ: ବାପା ଛାଡିଦେଲେ; ୨୦ ବର୍ଷ ବୟସରେ୨ ପିଲାର ମାଆ ହେଲେ; ଏବେ ଆଗଧାଡିର ନାୟିକା
Also Read
ରମୈୟା ବସ୍ତାଭୈୟା ଫିଲ୍ମ ପରେ ଗିରିଶଙ୍କ ଦ୍ବିତୀୟ ଫିଲ୍ମ ଥିଲା ଲଭଶୁଦା । ଏଥିରେ ଗିରିଶଙ୍କ ଅପୋଜିଟରେ ନବନୀତ କୌର ଧିଲୋନ ଅଭିନୟ କରିଥିଲେ । ୨୦୧୬ରେ ରିଲିଜ ଲଭଶୁଦା ବକ୍ସଅଫିସରେ ବିଫଳ ହୋଇଥିଲା । କ୍ରିଟିକ୍ସ ବି ଫିଲ୍ମକୁ ନେଇ ନେଗେଟିଭ ରିଭ୍ୟୁ ଦେଇଥିଲେ । ଏହା ପରେ ସେ ଆଉ କୌଣସି ଫିଲ୍ମ କରିନାହାନ୍ତି ।
ଫିଲ୍ମରେ ଅଭିନୟ ଛାଡିବା ପରେ ଘରର ବ୍ୟବସାୟରେ ଯୋଗଦେଇଥିଲେ । ଗିରିଶ କୁମାର ହେଉଛନ୍ତି ଫିଲ୍ମ ପ୍ରଯୋଜକ କୁମାର ଏସ ତୌରାନିଙ୍କ ପୁଅ ଓ ରମେଶ ଏସ ତୌରାନିଙ୍କ ପୁତୁରା । ତୌରାନି ବ୍ରଦର୍ସ ବଲିଉଡରେ ଖୁବ ଜଣାଶୁଣା । ତାଙ୍କର Tips industries ନାମରେ ତାଙ୍କର କଂପାନୀ ରହିଛି
ଗିରିଶ ଅଭିନୟ ଛାଡିବା ପରେ ବାପା ଓ ଦାଦାଙ୍କୁ ବିଜନେସରେ ସାହାଯ୍ୟ କରିଥିଲେ । ଏବେ ସେ କଂପାନୀରେ ଚିଫ୍ ଅପରେଟିଂ ଅଫିସର ଭାବେ କାମ କରୁଛନ୍ତି । ଅଭିନୟ ସିନା ଛାଡିଦେଲେ କିନ୍ତୁ ଅନେକ ବଲିଉଡ ଷ୍ଟାର ମାନଙ୍କ ଠାରୁ ସେ ଧନୀ ।
ସେ ଏବେ ୨ହଜାର କୋଟିରୁ ଅଧିକ ଟଙ୍କାର ମାଲିକ । ରଣବୀର କପୁର, ରଣବୀର ସିଂ, ବରୁଣ ଧାୱନ ଭଳି ଷ୍ଟାରଙ୍କ ଠାରୁ ସଂପତ୍ତିରେ ବହୁ ଆଗରେ । ଏଭଳିକି ଆମୀର ଖାନଙ୍କ ଠାରୁ ବି ଧନୀ ଅଟନ୍ତି ଗିରିଶ