Advertisment

Vicky Kaushal: ସାଉଥ୍ ଉପରେ ଭାରି ପଡିଲା ବଲିଉଡ୍; ଏଥର କାମ ଦେଲାନି ଦକ୍ଷିଣୀ ଯାଦୁ

ଫିଲ୍ମ ‘ଛାଭା’ ମାତ୍ର ତିନି ଦିନ ମଧ୍ୟରେ ୧୦୦ କୋଟିରୁ ଅଧିକ ରୋଜଗାର କରିଛି। ଏହା ସହିତ ଚଳିତ ବର୍ଷ ଖୁବ୍ ଶୀଘ୍ର ୧୦୦କୋଟି ଟଙ୍କା ରୋଜଗାର କରିଥିବା ଏହା ପ୍ରଥମ ଫିଲ୍ମ ହୋଇପାରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Vicky Kaushal film crosses 100 crore in just 3 days

Vicky Kaushal film crosses 100 crore in just 3 days

ବକ୍ସି ଅଫିସରେ ଭିକି କୌଶଲ, ରଶ୍ମିକା ମନ୍ଦାନା, ଅକ୍ଷୟ ଖାନ୍ନା ଏବଂ ଭିନୀତ କୁମାର ସିଂହଙ୍କ ଅଭିନୀତ ‘ଛାଭା’କୁ ବହୁତ ଭଲ ପ୍ରତିକ୍ରିୟା ମିଳୁଛି। ଏହି ଫିଲ୍ମ ମାତ୍ର ତିନି ଦିନ ମଧ୍ୟରେ ୧୦୦ କୋଟିରୁ ଅଧିକ ରୋଜଗାର କରିଛି। ଏହା ସହିତ ଚଳିତ ବର୍ଷ ଖୁବ୍ ଶୀଘ୍ର ୧୦୦କୋଟି ଟଙ୍କା ରୋଜଗାର କରିଥିବା ଏହା ପ୍ରଥମ ଫିଲ୍ମ ହୋଇପାରିଛି।

Advertisment

ଏହାପୂର୍ବରୁ ଅକ୍ଷୟ କୁମାର, ବୀର ପାହାଡିଆ, ସାରା ଅଲି ଖାନଙ୍କ ଅଭିନୀତ ‘ସ୍କାଏ ଫୋର୍ସ’ ୧୦୦ କୋଟି ଟଙ୍କା ରୋଜଗାର କରିଥିଲା, କିନ୍ତୁ ଏହା ୩ ସପ୍ତାହରୁ ଅଧିକ ସମୟ ନେଇଥିଲା। ମାତ୍ର ଭିକିଙ୍କ ଫିଲ୍ମ ୩ ଦିନ ମଧ୍ୟରେ ଏହି ଟାର୍ଗେଟ୍ ହାସଲ୍ କରିଛି।|

ଅଧିକ ପଢ଼ନ୍ତୁ: ଭିକି କୌଶଲଙ୍କୁ ମରାଠାଙ୍କ ବିରୋଧ, ଶମ୍ଭାଜୀ ରାଓଙ୍କ ଚରିତ୍ରରେ ନାଚିଥିଲେ

Advertisment

SACNILC ର ରିପୋର୍ଟ ଅନୁଯାୟୀ, ଭିକି କୌଶଲଙ୍କ 'ଛାଭା' ତୃତୀୟ ଦିନରେ ଅର୍ଥାତ୍ ରବିବାର ଦିନ ୪୮.୫ କୋଟି ଟଙ୍କା ରୋଜଗାର କରିଛି। ଦ୍ୱିତୀୟ ଦିନରେ ଏହା ୩୭ କୋଟି ଟଙ୍କା କରିଥିବା ବେଳେ ପ୍ରଥମ ଦିନରେ ୩୧ କୋଟି ଟଙ୍କା ରୋଜଗାର କରିଥିଲା।

ଏହିପରି, ଫିଲ୍ମ ତିନି ଦିନରେ ୧୧୬.୫ କୋଟି ଟଙ୍କା ରୋଜଗାର କରିଛି। ସମାଲୋଚକ ଏବଂ ଟ୍ରେଡ୍ ଆନାଲିଷ୍ଟ୍‌ମାନେ ବିଶ୍ୱାସ କରନ୍ତି ଯେ ଏହି ଫିଲ୍ମ ଭୋକିଙ୍କ ପାଇଁ କ୍ୟାରିୟର ପରିବର୍ତ୍ତନର ପ୍ରମାଣ ହେବ।

ଦ୍ୱିତୀୟ ସର୍ବାଧିକ ଆୟ:

'ଛାଭା' ଆଜି ପର୍ଯ୍ୟନ୍ତ ଭିକି କୌଶଲଙ୍କ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଯାଇଛି। ବର୍ତ୍ତମାନ ସମସ୍ତ ଆଖି ଆଗାମୀ ଦିନରେ ଏହାର ପ୍ରଦର୍ଶନ ଉପରେ ରହିଛି।

ଅଧିକ ପଢ଼ନ୍ତୁ: ଶମ୍ୱାଜୀ ମହାରାଜ କିଏ, ତାଙ୍କ ଉପରେ କାହିଁକି ହେଲା ଫିଲ୍ମ

ଯଦି 'ଛାଭା' ସପ୍ତାହରେ ଭଲ ପ୍ରଦର୍ଶନ କରେ, ତେବେ ଏହା ଭିକିଙ୍କ କ୍ୟାରିୟରର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରେ। ନିର୍ମାତା ଏବଂ ଟ୍ରେଡ୍ ଆନାଲିଷ୍ଟ୍‌ମାନେ ମଧ୍ୟ ସପ୍ତାହରେ ଫିଲ୍ମ ଭଲ ଚାଲିବ ବୋଲି ସମ୍ଭାବନା ପ୍ରକାଶ କରିଛନ୍ତି।

ଭାରି ପଡିଲା ବଲିଉଡ୍:

ସବୁବେଳେ ସାଉଥ୍ବଲିଉଡ୍ ଭିତରେ ଲଢେଇ ଚାଲୁଥିବା ବେଳେ ସାଉଥ୍‌କୁ ମାତ ଦେଇଛି ବଲିଉଡ୍। ଭିକି କୌଶଲଙ୍କ ‘ଛାଭା’ ଆଗରେ କାମ ଦେଇନି ନାଗା ଚୈତନ୍ୟଙ୍କ ଫିଲ୍ମ ‘ଥଣ୍ଡେଲ୍’। ନାଗା ଚୈତନ୍ୟଙ୍କ ଫିଲ୍ମ ‘ଥଣ୍ଡେଲ୍’ ସାରା ବିଶ୍ୱରେ ୧୦୦ କୋଟି ଟଙ୍କା ରୋଜଗାର କରିଛି ସତ, କିନ୍ତୁ ଏହି ଟାର୍ଗେଟ୍‌ ପାଇଁ ଫିଲ୍ମକୁ ୧୦ ଦିନ ଲାଗିଯାଇଛି।

ଅଧିକ ପଢ଼ନ୍ତୁ: ଛାବାରୁ ହଟିବ ଡ୍ୟାନ୍ସ ସିନ, ଘୋଷଣା କଲେ ନିର୍ଦ୍ଦେଶକ

Bollywood Vicky Kaushal Naga Chaitanya South Indian Films
Advertisment
Advertisment