Advertisment

Vicky Kaushal: ଶମ୍ୱାଜୀ ମହାରାଜ କିଏ, ତାଙ୍କ ଉପରେ କାହିଁକି ହେଲା ଫିଲ୍ମ

ଫିଲ୍ମ 'ଛାଭା' ପ୍ରଥମ ଦିନରେ ୩୧ କୋଟିରୁ ଅଧିକ ଟଙ୍କାରେ ଖାତା ଖୋଲିଛି। ଏହା ଶିବାଜୀ ସାୱନ୍ତଙ୍କ ଦ୍ୱାରା ଲିଖିତ ମରାଠୀ ଉପନ୍ୟାସ ‘ଛାଭା’ ଉପରେ ଆଧାରିତ। ଏଥିରେ ଭିକି କୌଶଲ ଶମ୍ୱାଜୀ ମହାରାଜ ଭୂମିକାରେ ଅଭିନୟ କରିଛନ୍ତି। କିଏ ଏହି ଶମ୍ୱାଜୀ ମହାରାଜ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Who is sambhaji maharaj Maratha warrior role played by Vicky Kaushal

Who is sambhaji maharaj Maratha warrior role played by Vicky Kaushal

ଭିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଐତିହାସିକ ଡ୍ରାମା ଫିଲ୍ମ ‘ଛାଭା’ ୧୪ ଫେବୃଆରୀ ୨୦୨୫ରେ ବଡ ପରଦାରେ ମୁକ୍ତିଲାଭ କରିଛି। ଏହା ଶିବାଜୀ ସାୱନ୍ତଙ୍କ ଦ୍ୱାରା ଲିଖିତ ମରାଠୀ ଉପନ୍ୟାସ ‘ଛାଭା’ ଉପରେ ଆଧାରିତ।

Advertisment

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉତେକର, ଯେଉଁଥିରେ ଭିକି କୌଶଲ ଛତ୍ରପତି ଶମ୍ୱାଜୀ ମହାରାଜ ଓ ଅକ୍ଷୟ ଖାନ୍ନା ଔରଙ୍ଗଜେବ ଭୂମିକାରେ ଅଭିନୟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଶୁତୋଷ ରାଣା, ରଶ୍ମିକା ମନ୍ଦାନା, ଦିବ୍ୟା ଦତ୍ତା, ଡାଏନା ପେଣ୍ଟି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

କିନ୍ତୁ ଏହା ହୁଏତ କମ ଜାଣିଥିବେ ଯେ ଛତ୍ରପତି ଶମ୍ଭାଜୀ ମହାରାଜ ଯିଏ ୯ ବର୍ଷ ଶାସନ କାଳରେ ୧୦୦ରୁ ଅଧିକ ଯୁଦ୍ଧ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଭିକି କୌଶଲଙ୍କୁ ମରାଠାଙ୍କ ବିରୋଧ, ଶମ୍ଭାଜୀ ରାଓଙ୍କ ଚରିତ୍ରରେ ନାଚିଥିଲେ

କିଏ ଶମ୍ୱାଜୀ ମହାରାଜ:

ଶମ୍ୱାଜୀ ମହାରାଜ ଛତ୍ରପତି ଶିବାଜୀ ମହାରାଜଙ୍କ ବଡ ପୁଅ, ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଶିବାଜୀ ମହାରାଜଙ୍କ ମୃତ୍ୟୁ ପରେ ସେ ରାଜ୍ୟର ଦ୍ୱିତୀୟ ଶାସକ ହୋଇଥିଲେ। ସେ ୯ ବର୍ଷ (୧୬୮୧–୮୯) ଶାସନ କରିଥିଲେ ଏବଂ ତାଙ୍କର ବୀରତ୍ୱ ଏବଂ ଦେଶପ୍ରେମ ପାଇଁ ସେ ପ୍ରସିଦ୍ଧ ଥିଲେ।

କୁହାଯାଏ ଯେ ସେ ୯ ବର୍ଷ ମଧ୍ୟରେ ୧୦୦ଟି ଯୁଦ୍ଧ କରିଥିଲେ ଏବଂ ଗୋଟିଏ ବି ଯୁଦ୍ଧରେ ହାରି ନ ଥିଲେ। ଶମ୍ୱାଜୀ ମହାରାଜଙ୍କ ସବୁଠାରୁ ବଡ ଆକ୍ରମଣ ମଧ୍ୟରେ ମଧ୍ୟପ୍ରଦେଶର ଏକ ଅଂଶ ଥିବା ବୁରହାନପୁର ଉପରେ ହୋଇଥିବା ଆକ୍ରମଣ ମଧ୍ୟ ସାମିଲ୍। ମୋଗଲ ଶାସନ ସମୟରେ ଏହା ଏକ ମୋଗଲ ସହର ଏବଂ ବାଣିଜ୍ୟ କେନ୍ଦ୍ର ଥିଲା।

ଔରଙ୍ଗଜେବଙ୍କୁ ଦକ୍କନରେ ନିଜ ସାମ୍ରାଜ୍ୟ ବିସ୍ତାର ନ କରିବା ପାଇଁ ସେ ଏମିତି କରିଥିଲେ। ୧୬୮୯ରେ ଶମ୍ଭାଜୀ ମହାରାଜ ସହିତ ବିଶ୍ୱାସଘାତକ କରି ମୋଗଲମାନଙ୍କ ହାତରେ ଧରାଇଦିଆଯାଇଥିଲା ଏବଂ ସେମାନେ ତାଙ୍କୁ ଇସ୍‌ଲାମ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ।

ଏହି କାରଣରୁ ତାଙ୍କୁ ୧୧ ମାର୍ଚ୍ଚ ୧୬୮୯ରେ ଫାଶୀ ଦିଆଯାଇଥିଲା। ତାଙ୍କର ବୀରତ୍ୱ, କର୍ତ୍ତବ୍ୟ ଏବଂ ଦେଶପ୍ରେମକୁ ଦେଖି ବର୍ତ୍ତମାନ ତାଙ୍କ କାହାଣୀ ‘ଛାଭା’ ଫିଲ୍ମ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଯାଉଛି।

ଅଧିକ ପଢ଼ନ୍ତୁ: ଭାଲେଣ୍ଟାଇନ୍ସ ଡେରେ ରିଲିଜ ହେବ ଛାବା, ଭିକିଙ୍କ କ୍ୟାରିୟରର ହାଇଏଷ୍ଟ ଓପନିଙ୍ଗ ଆଶା

କିପରି ଆସିଲା ଆଇଡିଆ:

ଏହି ଫିଲ୍ମର ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର କୋଭିଡ୍‌-୧୯ ମହାମାରୀ ସମୟରେ ଶମ୍ଭାଜୀ ମହାରାଜଙ୍କ ବିଷୟରେ ପଢିଥିଲେ। ଏକ ସାକ୍ଷାତକାର ବେଳେ ସେ କହିଥିଲେ ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ବିଷୟରେ ସମସ୍ତେ ଜାଣନ୍ତି, କିନ୍ତୁ ତାଙ୍କ ପୁଅ ଛତ୍ରପତି ଶମ୍ଭାଜୀ ମହାରାଜଙ୍କ ବିଷୟରେ କେହି ଜାଣନ୍ତି ନାହିଁ। ତାଙ୍କର ଏତେ ବୀରତ୍ୱ ଥିଲା ଏବଂ ସେ ଜଣେ ମହାନ ଯୋଦ୍ଧା ଥିଲେ, କିନ୍ତୁ ଦୁଃଖର ବିଷୟ ଯେ ତାଙ୍କ ବିଷୟରେ କେହି ଜାଣନ୍ତି ନାହିଁ।

କୋଭିଡ୍‌ ସମୟରେ, ଯେତେବେଳେ ସେ ଶମ୍ଭାଜୀ ମହାରାଜଙ୍କ ବିଷୟରେ ପଢିଲେ, ସେତେବେଳେ ସେ ଅନୁଭବ କଲେ ଯେ ସେ ଏତେ ବଡ ଚରିତ୍ର ଏବଂ ଲୋକମାନେ ତାଙ୍କ ବିଷୟରେ ଜାଣିବା ଜରୁରୀ। ଏହା ପରେ ସେ ‘ଛାଭା’ ଫିଲ୍ମର ସ୍କ୍ରିପ୍ଟ ଲେଖିବା ଆରମ୍ଭ କରିଥିଲେ।

ତେବେ ଫିଲ୍ମ 'ଛାଭା' ସହିତ ଅଭିନେତା ଭିକି କୌଶଲ ପ୍ରଥମ ଦିନରେ ବକ୍ସ ଅଫିସରେ ଛାଇ ଯାଇଛନ୍ତି। ଫିଲ୍ମଟି ପ୍ରଥମ ଦିନରେ ୩୧ କୋଟିରୁ ଅଧିକ ଟଙ୍କାରେ ଖାତା ଖୋଲିଛି। ସୋଲୋ ହିରୋ ଭାବରେ ଭିକି କୌଶଲଙ୍କ କ୍ୟାରିୟରରେ ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ଓପେନିଂ।

ଅଧିକ ପଢ଼ନ୍ତୁ: ଛାବାରୁ ହଟିବ ଡ୍ୟାନ୍ସ ସିନ, ଘୋଷଣା କଲେ ନିର୍ଦ୍ଦେଶକ

Bollywood Akshaye Khanna Vicky Kaushal
Advertisment
Advertisment