Advertisment

କୋଟି କୋଟି ଫ୍ୟାନ୍‌, ତଥାପି ଏକା ଏକା ବିରାଟ କୋହଲି ! କାହିଁକି..?

ଟିମ୍‌ ଇଣ୍ତିଆକୁ ବିଗତ କିଛି ବର୍ଷ ମଧ୍ୟରେ ଶିଖର ପହଞ୍ଚାଇଥିବା ଷ୍ଟାର ଖେଳାଳି ବିରାଟ କୋହଲି ଏବେ ମାନସିକ ସ୍ୱାସ୍ଥ୍ୟ ସହ ସଂଘର୍ଷ କରୁଛନ୍ତି ।

author-image
Manoranjan Behera
ଅଦ୍ୟତନ ହୋଇଛି
Virat Kohli

Virat Kohli

ଟିମ୍‌ ଇଣ୍ତିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଅନେକ ଦିନ ଧରି ସେ ଅହରହ ଚେଷ୍ଟା ଚଳାଇଥିଲେ ମଧ୍ୟ ଫର୍ମକୁ ଫେରି ପାରୁନାହାନ୍ତି । ବାରମ୍ବାର ମଇଦାନରେ ନିଜର ଫ୍ଲପ୍‌ ପ୍ରଦର୍ଶନ ପାଇଁ ସମାଲୋଚନାର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ଅନେକ ଟାହିଟାପରା କରାଯାଇଛି । ଆଉ ଏହାରି ଭିତରେ ଏବେ କୋହଲିଙ୍କ ମନ୍ତବ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆଉ ସେହି ମନ୍ତବ୍ୟରୁ ଜଣାପଡ଼ୁଛି କୋହଲି କେତେ ମାତ୍ରାରେ ଭାଙ୍ଗି ପଡ଼ିଛନ୍ତି ।

Advertisment

କୋହଲି ନିଜ ମନ୍ତବ୍ୟରେ କହିଥିଲେ ଯେ, ‘ମୁଁ ଏବେ ଏକା ହୋଇଯାଇଛି । ଅନେକ ଫ୍ୟାନ୍‌ ଅଛନ୍ତି ମୋର । ସେମାନେ ମଧ୍ୟ ମୋତେ ବୁଝାଇବାକୁ ଚେଷ୍ଟା କରିଛନ୍ତି । ତଥାପି ମୋତେ ଏକା ଏକା ଲାଗୁଥିଲା ।’

ଦେଖିବାକୁ ଗଲେ ନିଜ ଖରାପ ଫର୍ମ ପାଇଁ ଚିନ୍ତାରେ ପଡ଼ିଛନ୍ତି କୋହଲି । ତାଙ୍କର ମାନସିକ ସ୍ଥିତି ଠିକ୍‌ ନାହିଁ ବୋଲି ସେ କହିଛନ୍ତି । ଏହାସହ ସେ ନିଜକୁ ଏକୁଟିଆ ଅନୁଭବ କରୁଥିବା ମଧ୍ୟ କହିଛନ୍ତି । ତେବେ କୋହଲିଙ୍କ ଏଭଳି ମନ୍ତବ୍ୟ ପରେ ଏବେ ଚିନ୍ତାରେ ଫ୍ୟାନ୍‌ମାନେ । ନିକଟରେ ଏକ ଜାତୀୟ ଗଣମାଧ୍ୟମ ଆଗରେ ଏଭଳି ମନ୍ତବ୍ୟ ଦେଇଛନ୍ତି କୋହଲି ।

Advertisment

ବୁଧବାର ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କୋହଲି କହିଛନ୍ତି ଯେ, ‘ମୋ କ୍ୟାରିୟରର ଟେନ୍‌ସେନ୍‌ ବେଳେବେଳେ ମୋ ମାନସିକ ସ୍ଥିତି ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ମୁଁ ବ୍ୟକ୍ତିଗତ ଭାବରେ ଅନୁଭବ କରିଛି ଯେ ମୋତେ ସମର୍ଥନ କରୁଥିବା ଏବଂ ଭଲ ପାଉଥିବା ଫ୍ୟାନ୍ସ ଏକ କୋଠରୀ ମଧ୍ୟରେ ମତେ ଚିୟର୍ସ କଲେ ବି ମୁଁ ନିଜକୁ ଏକୁଟିଆ ଅନୁଭବ କରୁଥିଲି ।କେବଳ ମୁଁ ନୁହେଁ ଅନେକ ଲୋକ ମଧ୍ୟ ଏପରି ଅନୁଭବ କରିଥିବେ । ଏଭଳି ସ୍ଥିତିରୁ ଆମେ ବାହାରିବା ପାଇଁ ବହୁବାର ଦୃଢ଼ ଚେଷ୍ଟା କଲେ ମଧ୍ୟ ଆମେ ଭାଙ୍ଗିପଡ଼ିଥାଉ’ ।

କୋହଲିଙ୍କ କହିବାନୁଯାୟୀ ପ୍ରତ୍ୟେକ କ୍ରୀଡ଼ାବିତକୁ ଏଭଳି ସ୍ଥିତିରେ ବିଶ୍ରାମ ନେଇଯିବା ଦରକାର । ଚାପ କମିବା ପରେ ପୁନର୍ବାର ଖେଳୁଆଡ଼ ମନୋଭାବ ନେଇ ଖେଳାଳି ପଡ଼ିଆକୁ ଓହ୍ଲାଇବା ଆବଶ୍ୟକ ।

ଟିମ୍‌ ଇଣ୍ତିଆକୁ ବିଗତ କିଛି ବର୍ଷ ମଧ୍ୟରେ ଶିଖରରେ ପହଞ୍ଚାଇଥିବା ଷ୍ଟାର ଖେଳାଳି ବିରାଟ କୋହଲି ଏବେ ମାନସିକ ସ୍ଥିତି ସହ ସଂଘର୍ଷ କରୁଛନ୍ତି । ୩୩ ବର୍ଷୀୟ କୋହଲି ନିଜର ଉଚ୍ଚକୋଟିର ବ୍ୟାଟିଂ ଏବଂ ଆଟାକିଂ କ୍ୟାପ୍ଟେନ୍‌ସିପ୍‌ ପାଇଁ ଖ୍ୟାତି ଅର୍ଜନ କରିଛନ୍ତି । କିନ୍ତୁ ଗତ କିଛି ବର୍ଷ ହେବ ଖରାପ ଫର୍ମ କାରଣରୁ ତାଙ୍କ ବ୍ୟାଟିଂ ଖୁବ୍‌ ପ୍ରଭାବିତ ହୋଇଛି । ଗତ ବର୍ଷ ଶେଷ ସୁଦ୍ଧା ସେ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ର କ୍ୟାପ୍ଟେନ୍‌ସିପ୍‌ରୁ ଓହରି ଯାଇଛନ୍ତି ।

ଆଗାମୀ ଦିନରେ ଏସିଆ କପ୍‌ ଓ ଟି-୨୦ ୱାର୍ଲ୍ଡକପ୍‌ ଥିବାବେଳେ ବିରାଟ୍‌ଙ୍କ ଫ୍ୟାନ୍ସ ତାଙ୍କର କମ୍‌ବ୍ୟାକ୍‌ ନେଇ ବେଶ୍‌ ଆଶାୟୀ ରହିଛନ୍ତି । ପୁଣିଥରେ କୋହଲି ନିଜର ପୁରୁଣା ଅନ୍ଦାଜରେ ବ୍ୟାଟିଂ କରିବେ ବୋଲି ଦେଶର ପୂର୍ବତନ ଖେଳାଳିମାନେ ମଧ୍ୟ ମତ ଦେଇଛନ୍ତି ।

Virat Kohli Cricket
Advertisment
Advertisment